Advertisment

ଅଫିସ୍‌ରେ ସରପଂଚ...ବାହାରେ ଦିନ ମଜୁରିଆ

ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।

ଅଦ୍ୟତନ ହୋଇଛି
Sarpanch Join Hands With Locals To Revive Canal In Kendrapara

Kendrapada Sarapancha

Advertisment

ଶ୍ରମିକ ଭାବରେ କାମ କରୁଛନ୍ତି ସରପଞ୍ଚ। କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଆପଣ କହିପାରନ୍ତି ଆଜିକାଲି ସମୟରେ ସରପଞ୍ଚ ହେଲେ ଲୋକଙ୍କ ଅଭିଯୋଗ ଶୁଣିବାକୁ ତାଙ୍କୁ ସମୟ ହେଉନି। ଏଇଠି ସରପଂଚ ଶ୍ରମିକ ଭାବରେ କାହିଁକି କରୁଛନ୍ତି କାମ?

Advertisment

କୋଦାଳ ଧରି ମାଟି ହାଣୁଛନ୍ତି, ପୁଣି ନିଜେ ମାଟି ବୋହୁଛନ୍ତି। ଉଦୁଉଦିଆ ଖରାକୁ ଖାତିର ନକରି ନିଇତି ଏମିତି କାମ କରୁଛନ୍ତି। ସାଧାରଣ ଶ୍ରମିକଙ୍କ ପରି ମୁଣ୍ଡରେ ଗାମୁଛା ଭିଡି କରିଚାଲିଛନ୍ତି କାମ। ଜାଣି ଆଶ୍ଚର୍ଯ୍ୟ ହେବେ ୩୫ ବର୍ଷ ଧରି ଅଚଳ ହୋଇ ପଡିଥିବା କେନାଲର ପୁନରୁଦ୍ଧାର ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ରାପଡା ସାନମାଣତିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଭୂତି ଭୂଷଣ ମଲ୍ଲିକ ।

ଦେଖନ୍ତୁ ଭିଡିଓ | ସରପଂଚ ହେବ ତ ଏମିତି ! ଦୁର୍ନୀତି ରୋକିବାକୁ ନିଜ ନମ୍ବର ସହ ବିଭିନ୍ନ ବିଭାଗ ନମ୍ବରର ଲଗାଇଲେ ପୋଷ୍ଟର...

Advertisment

ବିଭୂତି ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବା ବେଳେ ଏଥର ପଂଚାୟତ ନିର୍ବାଚନରେ ସରପଂଚ ଭାବରେ ମନୋନୟନ ହୋଇଛନ୍ତି। ସରପଂଚ ହେବା ପରେ ବି ତାଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କେନାଲ ଖୋଳା କାର୍ଯ୍ୟରେ ପ୍ରାୟ ୪୦ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଆଉ ସେମାନଙ୍କ ମଧ୍ୟରେ କାମ କରୁଛନ୍ତି ବିଭୂତି। ସରପଂଚ ଭାବରେ ସରକାରଙ୍କ ପକ୍ଷରୁ ମାସିକ ଯେତିକି ଟଙ୍କା ଭତ୍ତା ମିଳୁଛି ସେତିକିରେ ପରିବାର ଚଳିବା ଅସମ୍ଭବ। ତେଣୁ କାମ କରିବାରେ କୌଣସି ଅସୁବିଧା ନଥିବା କହିଛନ୍ତି ବିଭୂତି।

ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତ ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।

Advertisment

ଏବେ ପଞ୍ଚାୟତର କୃଷି, ପାନୀୟ ଜଳ ଯୋଗାଣ, ସଡକ, ବିଜୁଳି ବ୍ୟବସ୍ଥା ସୁଧାରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି। ପରିବାର ପାଇଁ ଶ୍ରମ କରୁଥିବା ବେଳେ ସେ ଜଣେ ଶ୍ରମିକ। ପୁଣି ପଞ୍ଚାୟତ କାର୍ଯ୍ୟଳୟରେ ବସି ଲୋକ ମାନଙ୍କ ସମସ୍ୟା ଶୁଣିବା ବେଳେ ସେ ହେଉଛନ୍ତି ସାନମାଣତିଆର ସରପଞ୍ଚ। ବିଭୂତିଙ୍କ ଏହି ସାଧାରଣ ଜୀବନ ଶୈଳୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି। ସତରେ ଏମିତି ସରପଂଚ ଥିଲେ ବିକାଶ ହେବାରେ କୌଣସି ବାଧା ଉପୁଜିବ ନାହିଁ..।.

(କେନ୍ଦ୍ରାପଡାରୁ କ୍ୟାମେରା ମ୍ୟାନ୍‌ ଉମାକାନ୍ତଙ୍କ ସହ ମନୋଜ ସ୍ୱାଇଁଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ