Advertisment

ବାପା-ମାଆ ଆରପାରିରେ, କୁନି ଭଉଣୀ କାନ୍ଧରେ ଭାଇର ଭବିଷ୍ୟତ

ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?

ଅଦ୍ୟତନ ହୋଇଛି
Brother Sister Need Help

Brother Sister Need Help

Advertisment

ବାପା ନାହାନ୍ତି କି ମାଆ ନାହାନ୍ତି...ଏକା ଏକା ବଂଚିଛନ୍ତି ଭାଇଭଉଣୀ। ଅଧା ବୟସରେ ବାପା-ମାଆ ସାଙ୍ଗ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ। ଏକା ହୋଇଗଲେ ଏଇ ଦୁଇ କଅଁଳା ପିଲା...

Advertisment

ବାପା-ମାଆ ଯିବା ପରେ ଏବେ କୁନି ଭାଇର ଯତ୍ନ ନେଉଛି ବଡଭଉଣୀ। ପୂର୍ବ ଆକାଶେ ସୂର୍ଯ୍ୟ ଉଇଁଲେ ଏମିତି ବିଛଣାରୁ ସାନ ଭାଇକୁ ଉଠେଇ ନେଇ ମୁହଁ ଧୋଇ ଗାମୁଛାରେ ପୋଛି ଦିଏ। ଖାଲି ଏତିକି ନୁହେଁ ନିଜେ ରୋଷେଇ କରି ଭାଇକୁ ଖୁଆଇ ଦିଏ ଭାତ। ଆଉ ଭଉଣୀର ହାତକୁ ମାଆ ଭାବି ଭାଇ ବି ଭାରି ଶ୍ରଦ୍ଧାରେ ଖାଇଦିଏ କୁନି ଭାଇ। ଖାଲି ଖୁଆଇ ଦେଉନି ବରଂ ଭାଇ କେମିତି ପାଠ ପଢିବ ସେଇ ଦାୟିତ୍ୱ ବି ନିଜ ମୁଣ୍ଡକୁ ନେଇଛି ଏଇ କୁନି ଝିଅ।

ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?

Advertisment

ଗଜପତି ମୋହନା ମେରାମା ଗାଁର ବଳରାମ ବେହେରାଙ୍କ ୧୧ ବର୍ଷର ଝିଅ ଶ୍ରୀୟା ଓ ୫ ବର୍ଷର ପୁଅ ବିକାଶ ବେହେରାଙ୍କ  ଉପରେ ଏବେ ଘୋଟିଛି ଦୁଃଖର କଳାବାଦଲ । ବାପା ବଳରାମ ଗତ ୨୦୧୫ ମସିହାରେ ଅଜଣା ରୋଗରେ ଚାଲିଗଲେ। ମାଆ ନିର୍ମଳା ଦୁଇ ପୁଅ ଝିଅଙ୍କୁ ପାଳି ପୋଷି ମଣିଷ କରୁଥିଲେ । ହେଲେ ବିଧିର ବିଧାନ ସବୁ କିଛି ଓଲଟପାଲଟ କରିଦେଲା ।୨୦୨୦ରେ କରୋନାରେ ମାଆ ଚାଲିଗଲେ...ଆଉ ମାଆ ଯିବା ପରେ ଏମାନଙ୍କ ମୁଣ୍ଡ ଉପରେ ଦୁଃଖର କଳାପାହାଡ ଘର କରି ରହିଲା।

ବାପା-ମାଆଙ୍କ ଅନୁପସ୍ଥିତିରେ ଦୁଇ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ଦାଦା। ହେଲେ ନିଜର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିବା କାରଣରୁ ପିଲାଙ୍କ କଥାକୁ ଠିକ୍‌ରେ ବୁଝିପାରୁନାହାନ୍ତି ଦାଦା। ଶ୍ରୀୟା ଏବେ ଗାଁ ସ୍କୁଲରେ ପଂଚମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବିକାଶର ନାଁ ଲେଖା ହୋଇନି। ହେଲେ ସରକାର ସାହାଯ୍ୟ କଲେ ଭଲ ପାଠ ପଢିବା ସହ ବାପା-ମାଆଙ୍କ ନାଁ ରଖିବେ ବୋଲି କହିଛନ୍ତି ଏଇ ଭାଇଭଉଣୀ।

Advertisment

ଶ୍ରୀୟା ଓ ବିକାଶଙ୍କ ଦୁଃଖ ଦେଖି ଗାଁ ଲୋକ ବି ବେଶ୍‌ ଚିନ୍ତିତ। ସରକାର ଏଇ ଭାଇ-ଭଉଣୀଙ୍କୁ ସାହାଯ୍ୟ କରି ସେମାନଙ୍କର ଦାୟିତ୍ୱ ନେବାକୁ ଦାବି କରିଛନ୍ତି ଗାଁ ଲୋକ। ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଖୁବଶୀଘ୍ର ଦୁଇ ପିଲାଙ୍କ ପାଖକୁ ଟିମ୍‌ ଯିବା ସହିତ ସେମାନଙ୍କର ଦାୟିତ୍ୱ ସରକାର ନେବେ...

ଅନାଥ ପିଲା କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ସରକାର ମାଳମାଳ ଯୋଜନା କରିଛନ୍ତି। ତେବେ ସେହି ଯୋଜନାରେ ଶ୍ରୀୟା ଓ ବିକାଶଙ୍କୁ ସାମିଲ କରାଗଲେ ନିଶ୍ଚିତ ସେମାନେ ଭଲ ପାଠ ପଢିବା ସହିତ ପରଲୋକରେ ଥିବା ବାପା-ମାଆଙ୍କ ନାଁ ରଖିବେ।

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)

Mohana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ