Advertisment

ଧନ୍ୟ ସେ ପୁଅ, ଧନ୍ୟ ସେ ବାପା ! ସୁଯୋଗ୍ୟ ସନ୍ତାନର କାନ୍ଧରେ ବସି କଲେ କାଳିଆ ଦର୍ଶନ

ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ  ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।

ଅଦ୍ୟତନ ହୋଇଛି
 Lord Jagannath

ପୁଅ କାନ୍ଧରେ ବସି ଜଗା ଦର୍ଶନ

Advertisment

ଦରଶନ ପାଇଁ ତୋର ଆସିଛିରେ ଧାଇଁ, ଦେଖିବି ତୋ ଦିବ୍ୟ ରୂପ ପାଇବି ମୁକତି । କୋଟି ଓଡ଼ିଆଙ୍କ ପ୍ରାଣ ସେ କାଳିଆ କଳା ଠାକୁର। ନିଇତି ସକାଳ ହେଲେ ତା ଦୁଆରେ ଲାଗେ ଭକତଙ୍କ ଭିଡ଼। ହେଲେ ଆଜି ସେ ଭିଡ଼ ଭିତରୁ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ ଯାହା ସମାଜକୁ ଦେଉଛି ଭିନ୍ନ ଏକ ବାର୍ତ୍ତା । ବାପା ଚାହୁଁଥିଲା ତୋର ଦରଶନରେ କାଳିଆ, ପୁଅ କରିଦେଲା ଆଶା ପୂର୍ଣ୍ଣ। ତୋ ବଡ଼ ଦେଉଳେ ତୋର ଦିବ୍ୟ ରୂପ ମିଳିଲାରେ ଦରଶନ । ସତରେ ଏମିତି ପୁଅ ଜଗତେ ନାହିଁ, ଏମିତି ସୌଭାଗ୍ୟ କାହାର ଅଛି ?

Advertisment

ଧନ୍ୟ ସେ ପୁଅ, ଆଉ ଧନ୍ୟ ସେ ବାପା । ଜଣେ ବାପାଙ୍କୁ ଜଗା ଦର୍ଶନ କରାଇ କୋଟି ପୂଣ୍ୟ ଅର୍ଜିଛି ଆଉ ଜଣେ ସୁଯୋଗ୍ୟ ସନ୍ତାନର କାନ୍ଧରେ କାଳିଆ ଦର୍ଶନ କରି ମୁକତି ଲଭିଛି। ବାହୁଡ଼ା ବୟସରେ ପୁଅର କାନ୍ଧରେ ଏମିତି ଯଦି କାଳିଆ ଦର୍ଶନର ସୁଯୋଗ ମିଳେ ବାପାଙ୍କ ଆଖିରେ ଆନନ୍ଦାଶ୍ରୁ ଆସିବ ନିଶ୍ଚୟ, ବାପା ନିଶ୍ଚୟ କହିବ, ଧନ୍ୟ ହେଇଗଲା ମୋ ଜୀବନ। ଆଉ ଆଜି ଏମିତି ଏକ ବାପାର ଆଶା ପୂର୍ଣ୍ଣ କରିଛି ପୁଅ। ଯାହାର ଦୃଶ୍ୟ ଦେଖିଲେ ଯେ କେହି ଭାବ ବିହ୍ୱଳ ହୋଇଯିବ ନିଶ୍ଚୟ।

ସେ ତ ଭକତ ଭାବରେ ବନ୍ଧା, ବନ୍ଧୁଙ୍କ ବନ୍ଧୁ ଭକ୍ତଙ୍କ ଠାକୁର, ତା ଦୁଆରୁ କଣ କେହି ଖାଲି ହାତରେ ଫେରିଯିବ । ବାଇଶ ପାହାଚରୁ ତଳକୁ ଓହ୍ଲାଉଛନ୍ତି ଜଣେ ଯୁବକ । ଆଉ ଯୁବକଙ୍କ କାନ୍ଧରେ ଅଛନ୍ତି ଜଣେ ବୁଢ଼ା ବାପା । ସକାଳୁ ସକାଳୁ ଜଗତ ସାଇଁଙ୍କ ଦର୍ଶନ କରାଇ ଆଣିଛି ବାପାକୁ। ସିଂହଦ୍ୱାର ବାଟ ଦେଇ ବାପାକୁ କାନ୍ଧରେ ନେଇ ଫେରୁଛି ବଡ଼ଦାଣ୍ଡକୁ । ସ୍ୱାର୍ଥପର ଦୁନିଆରେ ଯେଉଁଠି ପାରିବାରିକ ଅଶାନ୍ତିର ଖବର ବାରମ୍ବାର ବିଚଳିତ କରୁଛି, କେଉଁଠି ସମ୍ପତ୍ତି ପାଇଁ ବାପା- ପୁଅ ମଧ୍ୟରେ ମତଭେଦ ହେଉଛି ତ କେଉଁଠି ଉଜୁଡ଼ି ଯାଉଛି ପରିବାର ଆଉ ଚୁନା ହୋଇଯାଉଛି ସଂସାର।

Advertisment

ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ  ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି । ଆସନ୍ତୁ ପରିବାର ପ୍ରତି ଆମେ ଦାୟିତ୍ୱବାନ ହେବା । ଆମ ଗୁରୁଜନଙ୍କ ପ୍ରତି ସଚ୍ଚା ମନରେ ଶ୍ରଦ୍ଧା କରିବା ଓ ଏମିତି ଭାବେ ଆମେ ଆମ ଦାୟିତ୍ୱ ସମ୍ପାଦନ କରିବା।

(ରାମକୃଷ୍ଣ ଡାକୁଆଙ୍କ ରିପୋର୍ଟ)

Lord Jagannath Lord Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ