Advertisment

ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ; ଦାନକଲା ଯକୃତ

ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।

ଅଦ୍ୟତନ ହୋଇଛି
Kerala Girl Donates Liver To Her Father

Kerala girl donates liver to her father

Advertisment

ରୋଗୀଣା ବାପାଙ୍କୁ ସାହା ହେଲେ ୧୭ବର୍ଷୀୟ ଝିଅ। ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ଏହି ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି।

Advertisment

କେରଳର ଦେବାନନ୍ଦା ଏହି ବିରଳ ସଫଳତା ହାସଲ କରିଛନ୍ତି । ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା। କେରଳର ତ୍ରିସୁରରେ ରହୁଥିବା ପ୍ରତୀଶଙ୍କ ଗୋଡରେ ପାଣି ଜମି ଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ସେ ଯକୃତ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଯକୃତ କ୍ୟାନ୍‌ସର୍‌ରେ ମଧ୍ୟ ପୀଡିତ ଥିବା ରିପୋର୍ଟ ଆସିବା ପରେ ତୁରନ୍ତ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

Advertisment
Kerala girl donates liver to her father(ବାପା ପାଇଁ ଜୀବନ ସାଜିଲା ଝିଅ, ଦାନକଲା ଯକୃତ)

ଏହାପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ ମଧ୍ୟ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଅଙ୍ଗଦାତା ନ ମିଳିବାରୁ ତାଙ୍କ ଝିଅ ଦେବାନନ୍ଦା ନିଜେ ତାଙ୍କ ଯକୃତ ଦେବାକୁ ରାଜି ହୋଇଥିଲେ।

ଏଥିରେ କିନ୍ତୁ ବାଧକ ସାଜିଥିଲା ନ୍ୟାୟିକ ବ୍ୟବସ୍ଥା। ଆମ ଦେଶରେ ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଅଙ୍ଗ ଦାନ ଉପରେ କଟକଣା ରହିଛି। ଏହାପରେ ଦେବାନନ୍ଦା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ।

Advertisment
Kerala girl donates liver to her father(ଡାକ୍ତରଖାନାରେ ଅଙ୍ଗଦାନ ପରେ ଏକ ବିଷେଶ ମୁହୂର୍ତ୍ତରେ ବାପା-ଝିଅ)

ନିଜ ଯକୃତକୁ ଠିକ୍ ରଖିବାକୁ ସେ ନିଜର ଖାଦ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଜିମ୍‌ରେ ଯୋଗ ଦେଇଥିଲେ। ଏହାପରେ ଅଙ୍ଗ ପ୍ରତିରୋପଣ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଆଲୁଭାର ରାଜଗିରି ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ସଫଳତାର ସହ ଯକୃତ ପ୍ରତିରୋପଣ କରିଥିଲେ।

ମାତ୍ର ୧୭ ବର୍ଷ ବୟସରେ ଅଙ୍ଗଦାନ ଭଳି କଠିନ ନିଷ୍ପତ୍ତି ନେଇଥିବାରୁ ଦେବାନନ୍ଦାଙ୍କ ପ୍ରତି ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଏପରିକି ରାଜଗିରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପ୍ରତିରୋପଣ କରାଯାଇଥିଲା।

Organ Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ