Advertisment

ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?

ଅଦ୍ୟତନ ହୋଇଛି
In world athletics championship Annu Rani finished seventh position

In world athletics championship Annu Rani finished seventh position

Advertisment

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଭାରତର ଖେଳାଳିମାନେ ନିଜର ଦୃଢତା ପ୍ରଦର୍ଶନ କରୁଛନ୍ତି। ଏହି ତାଲିକାରେ ଆଉ ଏକ ନାମ ଯୋଡିହୋଇଛି। ତାହା ହେଉଛି ଆଥ୍‌ଲେଟ୍ ଅନ୍ନୁ ରାନୀ, ଯିଏକି ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏ କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ଏଥିରେ ସେ କିନ୍ତୁ ପଦକ ଜିତିବାରେ ସଫଳ ହୋଇ ନଥିଲେ। ତାଙ୍କୁ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଲା।
ତଥାପି, ଅନ୍ନୁଙ୍କର ଏହି ସ୍ଥାନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଆଥ୍‌ଲେଟ୍ସ ଚାମ୍ପିଅନସିପ୍‌ର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଆଥ୍‌ଲେଟ୍ ଅନ୍ନୁ ରାନୀ ଦୁଇଥର ଭାରତକୁ ପ୍ରବେଶ କରିଛନ୍ତି।
ଅନ୍ନୁ ରାନୀ ପ୍ରଥମ ମହିଳା ଭାରତୀୟ ଯିଏକି ୨୦୧୯ରେ ବିଶ୍ୱ ଆଥଲେଟ୍ସ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହା ପରେ ୨୦୨୨ ମସିହାରେ ସେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଲା। ଅନ୍ନୁ ରାନୀ ଉତ୍ତରପ୍ରଦେଶର ମେରୁଟ ସହରରୁ ଆସିଛନ୍ତି।

Advertisment

ପିଲାଦିନେ ସେ ନିଜ ଭାଇଙ୍କ କୋଚିଂରେ ଜାଭେଲିନ୍ ପକାଇବା ଶିଖିଥିଲେ। ୫୯ ତମ ଜାତୀୟ ଓପନ୍ ଆଥ୍‌ଲେଟ୍ ଚାମ୍ପିଅନସିପ୍‌ରେ ଅନ୍ନୁ ରାନୀ ୧୮ ବର୍ଷ ବୟସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ସେ ଓସ୍ତ୍ରାଭାରେ ଚାଲିଥିବା IAAF ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

ଜାଭେଲିନ୍ ଥ୍ରୋ ଫାଇନାଲ୍‌ରେ ତାଙ୍କର ସର୍ବୋତ୍ତମ ଥ୍ରୋ ୬୧.୧୨ ମିଟର ଥିଲା ଏବଂ ସେ ସପ୍ତମ ସ୍ଥାନ ହାସଲ କରିଥିଲେ। ଅନ୍ନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୬୧.୧୨ ମିଟର ଦୂରତା ଅତିକ୍ରମ କରିଥିଲେ ଏବଂ ଏହା ତାଙ୍କର ସର୍ବୋତ୍ତମ ଥ୍ରୋ ଥିଲା।

Advertisment

ତାଙ୍କର ପାଞ୍ଚଟି ଥ୍ରୋ ୬୦ ମିଟର ଦୂରତା ଅତିକ୍ରମ କରିପାରିଲା ନାହିଁ। ଅନ୍ତିମ ମ୍ୟାଚ୍‌ରେ ଅନ୍ନୁ ପ୍ରଥମେ ୫୬.୧୮ ମିଟର ଦୂରତା ଅତିକ୍ରମ କରିଥିଲେ, ତା’ପରେ ୬୧.୧୨ ମିଟର, ୫୯.୨୭ ମିଟର, ୫୮.୧୪ ମିଟର, ୫୯.୯୮ ମିଟର ଏବଂ ୫୮.୭୦ ମିଟର ଦୂରତା ହାସଲ କରିଥିଲେ।

Javelin Thrower Annu Rani World Athletics Championship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ