Advertisment

ଆଈକୁ କ୍ୟାନସର...ଔଷଧ ଖର୍ଚ୍ଚ ଲାଗି ବାସନ ମାଜୁଛି ନାତୁଣୀ

ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।

ଅଦ୍ୟତନ ହୋଇଛି
Girl works as domestic help

Girl works as domestic help

Advertisment

ଠାକୁରଙ୍କ ସାମ୍ନାରେ ହାତ ଯୋଡି ପ୍ରାର୍ଥନା କରୁଛି ନାତୁଣୀ...ମନେ ମନେ କହୁଛି ହେ ପ୍ରଭୁ ମୋ ଦୁଃଖ ଶୁଣ...ମୋ ଆଇକୁ ଭଲ କରିଦିଅ । ମୁଁ ଆଉ ସହିପାରୁନି...ଏତେ କଷ୍ଟ କେମିତି ସହିବି? ଏକଥା ଶୁଣିବା ପରେ ହଠାତ୍‌ କିଛି ବୁଝାପଡିବନି । ଆଉ ମନରେ ପ୍ରଶ୍ନ ଆସିବ କିଏ ଏମିତି ପ୍ରାର୍ଥନା କରୁଛନ୍ତି ? କଣ ତାଙ୍କର ଦୁଃଖ? କାହିଁକି ଠାକୁରଙ୍କ ସାମ୍ନାରେ ସେ ଏମିତି କାନ୍ଦୁଛନ୍ତି?

Advertisment

ସୁନୀତା ନାୟକ । ଖୋର୍ଦ୍ଧା ବୋଲଗଡ ଅଂଚଳରେ ଘର ତାଙ୍କର । ବ୍ରହ୍ମପୁରରେ ବିବାହ ପରେ ଏବେ ସାଲେପୁର ଅଂଚଳର ରହୁଛନ୍ତି । ଖାଲି ସିଏ ନୁହନ୍ତି ବରଂ ୩ଟି ପିଲାଙ୍କ ସହ ବୁଢୀ ଆଈ ବି ତାଙ୍କ ପାଖରେ ରହୁଛନ୍ତି । ହେଲେ ସେହି ଆଈଙ୍କ ଲାଗି ଆଜି ସେ ପ୍ରାର୍ଥନା କରୁଛନ୍ତି । କାରଣ କ୍ୟାନସର ପରି ମାରାତ୍ମକ ରୋଗରେ ସେ ପୀଡିତ ।

ପାଖରେ ସ୍ୱାମୀ ନାହାନ୍ତି...ନିଜର ଘର ବି ନାହିଁ । ସେଇଥି ଲାଗି ତ ଭଡା ଘରେ ନିଜ ପରିବାର ସହ ରୁହନ୍ତି ସୁନୀତା । ପୂର୍ବ ଆକାଶେ ସୂର୍ଯ୍ୟ ଉଇଁଲେ ୟା ଘର ତା’ ଘରେ ବାସନ ମାଜି ଯାହା ଯେତିକି ରୋଜଗାର ହେଲା ସେତିକିରେ ଚାଲେ ପରିବାର । ପର ଘରେ ବାସନ ମାଜିଲେ କେତେ ଯେ ଟଙ୍କା ରୋଜଗାର ହୋଇପାରିବ? ସେଇଥି ପାଇଁ ତ ବେଳେବେଳେ ମାଗିଯାଚି ଯାହା ଆଣନ୍ତି ସେତକ ପିଲା ଓ ଆଈ ମୁହଁରେ ଦିଅନ୍ତି ।

Advertisment

କଥାରେ ଅଛି ଦୁଃଖ ଯେତେବେଳେ ଆସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆସେ । ଆଉ ଠିକ୍‌ ଏମିତି ଘଟଣା ଘଟିଛି ସୁନୀତାଙ୍କ ସହ । ପାଖରେ କିଛି ନାହିଁ...ସ୍ୱାମୀ ବି ପାଖରେ ରହୁନାହାନ୍ତି । ହେଲେ ଦୁଃଖର କଳାବାଦଲ ଭିତରେ ସେ ଯେତେବେଳେ କଇଁକଇଁ ହୋଇ କାନ୍ଦନ୍ତି ସେତେବେଳେ ତାଙ୍କ ଲୁହ ପୋଛିବାକୁ ବି କେହି ନଥାନ୍ତି ।

ନିଜେ ଯେତିକି ଯାହା ରୋଜଗାର କରନ୍ତି ସେତିକିରେ ଆଇଙ୍କ ଚିକିତ୍ସା କରୁଛନ୍ତି । ହେଲେ ଡାକ୍ତର ଦେଇଥିବା ଔଷଧ କିଣିବାକୁ ବି ତାଙ୍କ ପାଖରେ ପଇସାଟିଏ ନାହିଁ । ଏମିତି ପରିସ୍ଥିତିରେ ପିଲାଙ୍କ ପାଠ ପଢା କଥା ପଚାରେ କିଏ? ତେଣୁ ତୁରନ୍ତ ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସିଡିପିଓ କହିଛନ୍ତି ପିଲାଙ୍କ ପାଠପଢାର ବ୍ୟବସ୍ଥା କରାଯିବା ସହିତ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ । ଦର୍ଶକବନ୍ଧୁ ଆପଣ ଯଦି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ 73816 69391 ନମ୍ବରରେ ଯୋଗାଯୋଗ କରନ୍ତୁ ।

Advertisment

Girl Works As Domestic Help
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ