Advertisment

ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

ଅଦ୍ୟତନ ହୋଇଛି
Divyang girl

Divyang girl

Advertisment

ସିଏ ଜଣେ ଦିବ୍ୟାଙ୍ଗ । ଜନ୍ମର ୫ ମାସ ପରେ ହଠାତ୍‌ ଡାହାଣ ଗୋଡ କାମ କରିବା ବନ୍ଦ ହୋଇଗଲା । କୁନି ଝିଅ ଭଲ ଥିଲା ହଠାତ୍‌ କାହିଁକି ଏମିତି ହେଲା...ଚିନ୍ତାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଲେ ଚିକିତ୍ସା ବି କରାଇଲେ । ଜଣାପଡିଲା ସେ ପୋଲିଓ ରୋଗରେ ଆକ୍ରାନ୍ତ...ଏମିତି ସ୍ଥିତିରେ ବି ସେ ସ୍କୁଲ୍‌ ଗଲେ, ପାଠ ପଢି ଦଶମ ପାସ୍‌ କଲେ । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠରେ ଡୋରି ବନ୍ଧା ହେଲା । ବାସ୍‌ ଏହାପରେ ସିଏ ଯେମିତି ସ୍ୱପ୍ନ ଦେଖିବା ବନ୍ଦ କରିଦେଇଥିଲେ...ହେଲେ ହଠାତ୍‌ ତାଙ୍କ ଜୀବନରେ ଉଇଁଲା ନୂଆ ସୂର୍ଯ୍ୟ...ଆଉ ଏବେ ପୂରା ରାଜ୍ୟରେ ତାଙ୍କୁ ନେଇ ଚର୍ଚ୍ଚା ।

Advertisment

ଭଦ୍ରକ ଧାମନଗର ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର କୁମ୍ଭାରସାହିର ମଧୁସ୍ମିତା ସାହୁ । ବୟସ ୨୯ ହେବ । କୁମ୍ଭାରଘର ହୋଇଥିବାରୁ ମାଟିରେ ହାଣ୍ଡି, ମାଠିଆ ଆଦି ସାମଗ୍ରୀ ଗଢିଲେ ପରିବାର ମୁହଁରେ ଦାନା ଦେବେ ବାପା । କିନ୍ତୁ ଦିବ୍ୟାଙ୍ଗ ଝିଅ ଘରେ ଥିବାରୁ ସବୁବେଳେ ଚିନ୍ତାରେ ଥିଲେ ବାପା । କେମିତି ସେ ଭଲରେ ରହିବ ସବୁବେଳେ ସେହିକଥା ଭାବୁଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲନଥିବାରୁ ଝିଅର ଇଚ୍ଛା ପରେ ବି ସେ ଅଧିକ ପଢାଇପାରୁନଥିଲେ । ହେଲେ ୨୦୧୯ ମସିହା ମଧୁସ୍ମିତାଙ୍କ ଜୀବନର ମୋଡ ବଦଳାଇଦେଲା ।

ଜିଲ୍ଲାର ଅନ୍ୟ ଜଣେ ପ୍ରତିଷ୍ଠିତ ପାରା ଅଲମ୍ପିଆନ ରଖାଲ କୁମାର ସେଠୀଙ୍କ ସଂସ୍ପର୍ଶରେ ଆସିଥିଲେ ମଧୁସ୍ମିତା । ଉଭୟେ ଦିବ୍ୟାଙ୍ଗ ହୋଇଥିବାରୁ ପରସ୍ପରକୁ ବେଶ୍‌ ଭଲରେ ବୁଝିପାରିଥିଲେ । ପ୍ରତି ମୁହୂର୍ତ୍ତରେ ରଖାଲ ମଧୁସ୍ମିତାଙ୍କୁ ଉତ୍ସାହିତ କରୁଥିଲେ । ଏମିତିକି ବିଭିନ୍ନ ସଂଗଠନ ସହାୟତାରେ ହ୍ୱିଲ ଚେୟାର ଫେନସିଂ ତାଲିମ ନେଲେ ମଧୁସ୍ମିତା । ଖେଳର ଟ୍ରେନିଂ ନେବା ପରେ ରାଜ୍ୟସ୍ତରରେ ସଫଳତା ପାଇଲେ ପରେ ଜାତୀୟସ୍ତରର ପାଇଁ ଚୟନ ହେଲେ । ଖାଲି ଚୟନ ହେଲେ ତାହା ନୁହେଁ ବରଂ ହରିୟାଣା କର୍ଣ୍ଣଲ ଠାରେ ଆୟୋଜିତ ୧୫ତମ ଜାତୀୟ ଫେନସିଂ ଚମ୍ପିୟାନସିପରେ ଫଏଲ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ଇପିପି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କଲେ ।

Advertisment

ବାସ୍‌ ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଆଗକୁ ଥାଇଲାଣ୍ଡରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ହ୍ୱିଲ ଚ୍ୟାୟର ଫେନ୍ସିଂ ପ୍ରତିଯୋଗିତା । ଆଉ ଏହି ଖେଳରେ ଭାଗ ନେବାକୁ ତାଙ୍କର ପ୍ରବଳ ଇଚ୍ଛା କିନ୍ତୁ ଏଥିଲାଗି ଯେଉଁସବୁ ସରଞ୍ଜାମ ଦରକାର ତାହାକୁ କିଣିବାକୁ ହେଲେ ଦରକାର ସାଢେ ତିନିଲକ୍ଷ ଟଙ୍କା । ହେଲେ ଏତିକି ବେଳେ ମଧ୍ୟସ୍ମିତାଙ୍କ ଆଶାର ଆଲୋକ ପାଲଟିଛନ୍ତି ଆଉ ଜଣେ ଦିବ୍ୟାଙ୍ଗ ତନୟା ଚୌଧୁରୀ । ପରିବାରର ଆର୍ଥିକ ସ୍ଥିତି ଭଲ ଥିବାରୁ ବିଭିନ୍ନ ଏନଜିଓ ସଂସ୍ଥାରେ କାମ କରିବା ସହ ଦିବ୍ୟାଙ୍ଗଙ୍କୁ ସହାୟତା ଦିଅନ୍ତି । ମଧୁସ୍ମିତାଙ୍କ କଥା ଜାଣିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତନୟା ପ୍ରାୟ ସାଢେ ତିନିଲକ୍ଷ ଟଙ୍କାର ଫେନସିଂ କିଟ ଦେଇଛନ୍ତି ।

ଏମିତି ସହାୟତା ପାଇବା ପରେ ଭାବବିହ୍ୱଳ ହୋଇପଡିଥିଲେ ସେ । ଅନେକ ସମୟରେ ଆମେ ଦେଖିଛନ୍ତି କି ସହାୟତା ଚାହୁଁଥିବା ବ୍ୟକ୍ତିଙ୍କୁ ସହାୟତା ମିଳିପାରେ ନାହିଁ, ହେଲେ ମଧୁସ୍ମିତାଙ୍କୁ ତନୟା ଯେମିତି ସାହାଯ୍ୟର ହାତ ବଢାଇଛନ୍ତି ତାହା ନିହାତି ପ୍ରଶଂସା ଯୋଗ୍ୟ ।

Advertisment
Divyang Girl Physically Challenged Persons
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ