Advertisment

‘ସାବିତ୍ରୀମାନେ ଫଳ ଖାଉଛନ୍ତି ଆଉ ସତ୍ୟବାନମାନେ ପେଷିହେଉଛନ୍ତି’

ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।

A woman get viral saying something on Sabitri Brata

A woman get viral saying something on Sabitri Brata

Advertisment

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଥିରେ ସେ କେହି ବି ରାତାରାତି ଭାଇରାଲ ହୋଇଯାଏ। କିଏ ସମାଜସେବା କରି ଭାଇରାଲ୍ ହେଉଛି ତ ପୁଣି କିଏ ଷ୍ଟଣ୍ଟ ଦେଖେଇ ଭାଇରାଲ୍ ହେଉଛି। କିଏ ଗୀତ ଗାଇ ଭାଇରାଲ୍ ହେଉଛି ତ ପୁଣି କିଏ ନାଚ କରି। ଆଜିକାଲି ଭାଇରାଲ ପ୍ରେମ ପ୍ରାୟ ସବୁ ସୋସିଆଲ୍ ମିଡିଆ ବ୍ୟବହାରୀଙ୍କୁ ପାଗଳ କରୁଛି। ସମସ୍ତେ ଚାହାନ୍ତି ରାତାରାତି ଭାଇରାଲ ହେବାକୁ। ଏନେଇ ଅନେକ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି।

Advertisment

ବର୍ତ୍ତମାନ ଏମିତି ଜଣେ ମହିଳା ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଯାହାଙ୍କର ଭାଇରାଲ୍ ହେବାର ସେମିତି କିଛି ଉଦ୍ଦେଶ୍ୟ ନଥିଲା। କିନ୍ତୁ ସାବିତ୍ରୀ ବ୍ରତକୁ ନେଇ ତାଙ୍କର କିଛି ଅକୁହା କଥା ତାଙ୍କୁ ଆଜି ଭାଇରାଲ୍ କରିଦେଇଛି। ତାଙ୍କର କଥାକୁ ସମସ୍ତେ ପସନ୍ଦ କରିବା ସହ ସାବାସୀ ବି ଦେଉଛନ୍ତି। ଅନେକ ତାଙ୍କର କଥାକୁ ଆଧୁନିକ ସାବିତ୍ରୀମାନଙ୍କ ପାଇଁ ଏହା ଏକ ଜାବୁକ୍ ମାଡ ବୋଲି ମଧ୍ୟ କହିଛନ୍ତି। ସାବିତ୍ରୀ ବ୍ରତକୁ ନେଇ ଏଭଳି କିଛି ବାସ୍ତବ କଥା ସେ ଓଟିଭିର ସାମ୍ବାଦିକଙ୍କୁ କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେ ଏମିତି କ’ଣ କହିଲେ ଯେ ଯାହାଫଳରେ ଭାଇରାଲ୍ ହେଉଛନ୍ତି।

- ସାବିତ୍ରୀ ତ କହି ନାହାନ୍ତି ଏତେ ଫଳ ପୂଜା କରିବାକୁ। ଆମେ ଯେତିକି ଯାହା ଖାଇବା ସେତିକି ନେବା। ଆବଶ୍ୟକତା ନାହିଁ ଯେ ସବୁ ପ୍ରକାର ଫଳ ନେବା।

Advertisment

- ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଗତ ବର୍ଷ କରୋନା କଟକଣା ଯୋଗୁଁ ସାବିତ୍ରୀମାନେ ଫଳମୂଳ ଖାଇ ନାହାନ୍ତି। ଚଳିତ ବର୍ଷ ସବୁ ଖୋଲା ହୋଇଯାଇଥିବାରୁ ଲୋକେ ପଦାକୁ ବାହାରୁଛନ୍ତି ଆଉ ସାବିତ୍ରୀମାନେ ଫଳ ଖାଉଛନ୍ତି, ସତ୍ୟବାନ ପେଷିହେଉଛନ୍ତି।

- ଶଙ୍ଖା ସିନ୍ଦୁରର ମୁଖ୍ୟ ଆବଶ୍ୟକତା ରହିଛି। ଶାଢୀର କୌଣସି ଆବଶ୍ୟକତା ନାହିଁ। ଆମେ କ’ଣ ସେମିତିରେ ସବୁଦିନେ ଶାଢୀ ପିନ୍ଧୁନେ କି? ଏମିତିରେ ତ ହଜାରେ ଶାଢୀ କିଣା ହେଉଛି। କୋଉଠି କ’ଣ ଲେଖାହେଇଛି ସାବିତ୍ରୀରେ ଆମେ ଯାଇ ପାଟ୍ଟଟିଏ ଆଣି ପିନ୍ଧିବା।

Advertisment

- ସ୍ୱାମୀମାନେ ତ ଯେତେବେଳେ ଯାହା ଦରକାର ସବୁବେଳେ ଆମ ଆବଶ୍ୟକତା ପୂରଣ କରୁଛନ୍ତି। ଏବେ ପୁଣି ପେଟ୍ରୋଲ୍ ଦର ଏତେ, ସେଥିରେ ପୁଣି ନିଜ ଘରର ସଉଦା ଖର୍ଚ୍ଚ। ଠିକ ଏହି ସମୟରେ ଆମେ ଯଦି ସ୍ୱାମୀମାନଙ୍କୁ ଏହି ମାଡଟା ଦେବୁ ଯେ ଗଲା ଦି’ ବର୍ଷ ହେବ ସାବିତ୍ରୀରେ ଭଲ ଶାଢୀଟିଏ ଦେଇନ, ଏ ବର୍ଷ ଦିଅ। ତେବେ ଘର ସଂସାର ଚାଲିବ କେମିତି?

- ସମୟ ସୁବିଧା ଦେଖି ସବୁ କିଛି କରିବା କଥା। ଦେଶର ଅର୍ଥନୈତିକ ବ୍ୟବସ୍ଥା ଯାହା ହେଲାଣି ଘରର ପରିସ୍ଥିତି ମଧ୍ୟ ତାହା। ସ୍ୱାମୀମାନେ ଯଦି ଖୁସିରେ ଯାହା ଦେଉଛନ୍ତି ତାହାକୁ ଗ୍ରହଣ କରିବା ଉଚିତ। ତା’ମାନେ ନୁହେଁ ଯେ ସ୍ୱାମୀ ପାଖରେ ଟଙ୍କା ନ ଥିବ କିନ୍ତୁ ଧାର କରିକି ମତେ ଆଣୀ ଶାଢୀ ଦିଅ, ମତେ ୧୫ ପ୍ରକାର ଫଳ ଦିଅ। ମୋ ଥାଳିରେ ୧୫ ପ୍ରକାର ଫଳମୂଳ ମୋ କଲୋନୀବାସୀ ଦେଖିବେ। ଏସବୁ ବନ୍ଦ କରିବା ଦରକାର।

ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି

- ମୋର ମୁଖ୍ୟ ଲକ୍ଷ ଶଙ୍ଖା-ସିନ୍ଦୁର ପୂଜା ହେବା ଦରଦାର। ଫଳକୁ ଆଣି ଗାଈକୁ ଖାଇବାକୁ ଦେଲେ ମୋର କ’ଣ ଲାଭ ହେବ? ଫଳରେ ଯେତିକି କେମିକାଲ୍ ମିଶୁଛି ଆମେ ତାକୁ ଭଲକି ନ ଧୋଇ ଖାଉନେ। ଆଉ ସେହି ଫଳକୁ ମୁଁ ଭାଇନାଙ୍କୁ ଦେଇଦେ ଆସିବି! ସେ ଖାଇବି ତାଙ୍କ ପେଟ ଖରାପ କରିବେ!

- ସାବିତ୍ରୀ ବ୍ରତ ଅନ୍ତର ସହ କରନ୍ତୁ। ସ୍ୱାମୀଙ୍କ ଉନ୍ନତି ଚିନ୍ତା କରନ୍ତୁ। ଶାଢୀ କି ଫଳମୂଳ ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଦେଖନ୍ତୁ ଏହି ଭିଡିଓ

- ପ୍ରକୃତ ସାବିତ୍ରୀ ତ ସପୁରୀ, କେନ୍ଦୁ, ଲିଚୁ ଖାଇ ସାବିତ୍ରୀ ବ୍ରତ କରୁ ନଥିଲେ। ଜଙ୍ଗଲରେ ଯାହା ମିଳୁଥିଲା ତାହା ଖାଉଥିଲେ। ସ୍ୱାମୀ ଯେଉଁଥିରେ ଖୁସି ହେବେ ସେହି କାମ କରିବା ଦରକାର। ସାବିତ୍ରୀ ବ୍ରତରେ ଫେସିଆଲ୍ ହେଇ ସ୍ୱାମୀକୁ ଧରି ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡିବା କିଛି ମାନେ ନାହିଁ।

ଦେଖନ୍ତୁ ଏହି ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ମହିଳାଙ୍କ ଏହି ଭିଡିଓକୁ ଦେଖି ଲୋକେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି ଯେ “ଯଦି କେବେ ପୁରୁଷ କମିଶନ ଗଠନ ହୁଏ, ତେବେ ଆପଣଙ୍କୁ ଅଧକ୍ଷା କରିବା ପାଇଁ ଆମେମାନେ ଦାବି କରିବୁ, ଜୟ ସତ୍ୟବାନ।” ସେହିପରି ଆଉ ଜଣେ କହିଛନ୍ତି “ଠିକ୍ କହୁଛନ୍ତି ମାଡାମ, ଆଜିକା ସାବିତ୍ରୀମାନଙ୍କ ରିଲ୍ ଭିଡିଓ ଦେଖି ଜଣାପଡ଼େ ସେମାନେ କେମିତି ସାବିତ୍ରୀ । ଆପଣଙ୍କ କଥାରୁ ସଚେତନ ହୁଅନ୍ତୁ ଆଧୁନିକା ସାବିତ୍ରୀ ମାନେ।”

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ