Advertisment

Yogasana: ବିନା ଔଷଧରେ ଭଲ ହେବ ବିପି; ଦୈନିକ କରନ୍ତୁ ଏହି ପାଞ୍ଚ ଯୋଗାସନ

ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଅଧିକାଂଶ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିପାଇଁ ନା କୌଣସି ଔଷଧ ନା କୌଣସି ଚିକିତ୍ସା ବ୍ୟବସ୍ଥା ଅଛି। କେବଳ ନିୟମିତ ଧ୍ୟାନ ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

ଅଦ୍ୟତନ ହୋଇଛି
These 5 yogaasan are very effective to control blood pressure

These 5 yogaasan are very effective to control blood pressure

Advertisment

ଆଜିକାଲି ବିପି ସମସ୍ୟା ସାଧାରଣ ହୋଇଗଲାଣି। ଚାପ, ଅନିୟମିତ ଖାଦ୍ୟ ଅଭ୍ୟାସ ଏବଂ ନିୟମିତ ବ୍ୟାୟାମ ଅଭାବରୁ ଏହା ବୃଦ୍ଧି ପାଇବାରେ ଲାଗିଛି। ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଅଧିକାଂଶ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥି ପାଇଁ ନା କୌଣସି ଔଷଧ ନା କୌଣସି ଚିକିତ୍ସା ବ୍ୟବସ୍ଥା ଅଛି। କେବଳ ନିୟମିତ ଧ୍ୟାନ ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

Advertisment

ବିପିକୁ ରୋକିବା ପାଇଁ ଯୋଗ ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ। ତେବେ ଆସନ୍ତୁ କେଉଁ ସବୁ ଯୋଗ କରିବା ଦ୍ୱାରା ବିପିକୁ ନିୟନ୍ତ୍ରଣ କରାଯାଇ ପାରିବା ଜାଣିବା।

ଅନୁଲୋମ୍ ବିଲୋମ୍:

ଅନୁଲୋମ୍ ବିଲୋମ୍ ପ୍ରାଣାୟମ୍ ହେଉଛି ଏକ ସରଳ କୌଶଳ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ମାଧ୍ୟମରେ ଯତ୍ନର ସହିତ ଶ୍ୱାସ ନିଆଯାଏ ଓ ଛଡାଯାଏ, ଯାହା ଶରୀରକୁ ଶାନ୍ତି ପ୍ରଦାନ କରିଥାଏ। ଏହି ପ୍ରାଣାୟାମ ଚାପ ହ୍ରାସ କରିବାରେ ରାମବାଣ ଭଳି କାମ କରେ। ଏହା ଦ୍ୱରା ନିୟମିତ ଅଭ୍ୟାସ ସହିତ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରିବ ଏବଂ ବିପିକୁ ନିୟନ୍ତ୍ରଣ କରାଯାଇପାରିବ।

Advertisment

କପାଳଭାତୀ:

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ କପାଳଭାତୀ ପ୍ରାଣାୟମ୍ ଖୁବ୍ ସାହାଯ୍ୟ କରେ। ଏହି କୌଶଳରେ ଶ୍ୱାସକୁ ଦ୍ରୁତ ଏବଂ ନିୟମିତ ବେଗରେ କରାଯାଇଥାଏ, ଯାହା ଶରୀରକୁ ସତେଜ କରିଥାଏ ଏବଂ ମାନସିକ ସ୍ଥିତିକୁ ସୁଦୃଢ କରିଥାଏ। ଏହି ପ୍ରାଣାୟମ ମାଧ୍ୟମରେ ଶୁଦ୍ଧ ଅମ୍ଳଜାନ ମସ୍ତିଷ୍କରେ ପହଞ୍ଚେ। ଏହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ମାନସିକ ସ୍ଥିତିକୁ ସ୍ଥିର କରିଥାଏ ଏବଂ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ।

ପଶ୍ଚିମୋତ୍ତାସାସନ:

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ପଶ୍ଚିମୋତ୍ତାସାସନ ମଧ୍ୟ ସାହାଯ୍ୟକରେ। ଏହି ଆସନରେ, ଗୋଡକୁ ସିଧା ରଖି ଆଗକୁ ଭାଙ୍ଗିବାକୁ ପଡେ, ଯାହା ସମଗ୍ର ଅଣ୍ଟା ଏବଂ ପିଠିକୁ ଏକ ସନ୍ତୁଳିତ ଭାବରେ କାମ କରିବାର ସୁଯୋଗ ଦେଇଥାଏ। ଏହି ଆସନ ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏହି ଆସନ ନିୟମିତ ଭାବରେ ଅଭ୍ୟାସ କରିବା ଦ୍ୱାରା ସମ୍ବେଦନଶୀଳତା ବଢିବା ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ।

Advertisment

ବାଳାସନ:

ବାଳାସନ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ଆସନ ଚାପ ହ୍ରାସ କରିବା ସହିତ ମସ୍ତିଷ୍କକୁ ଶାନ୍ତି ଦେଇଥାଏ। ଏହା ସ୍ନାୟୁ ପ୍ରଣାଳୀକୁ ସୁସ୍ଥ କରିଥାଏ ଏବଂ ମାନସିକ ସ୍ଥିତିରେ ଉନ୍ନତି ଆଣିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ।

ହଳାସନ:

ହଳାସନ ଏକ ପ୍ରଭାବଶାଳୀ ଆସନ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହି ଆସନ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରେ, ଯାହା ବିପି ସ୍ଥିର ରଖିବାରେ ସାହାଯ୍ୟ କରେ। ଶାରୀରିକ ଅସୁବିଧା ଦୂର କରିବାରେ ଏହା ସାହାଯ୍ୟ କରିଥାଏ ଏବଂ ମାନସିକ ସ୍ଥିତିକୁ ମଧ୍ୟ ଉନ୍ନତ କରିଥାଏ।

Yogasana Blood Pressure Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ