Advertisment

ବଦଳିଲା ନିୟମ; ଏଣିକି ୬୫ ବୟସ ପରେ ବି କରିପାରିବେ ହେଲ୍ଥ ଇନ୍‌ସ୍ୟୁରାନ୍ସ

ନିକଟରେ IRDAI ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ବୀମା ପଲିସିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଣିକି ଯେକୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ।

ଅଦ୍ୟତନ ହୋଇଛି
Senior Citizen Health Insurance

Health Insurance

Advertisment

ବର୍ତ୍ତମାନ ଆପଣ ନିଜର ବୃଦ୍ଧ ପିତାମାତାଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ। ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI) ସ୍ୱାସ୍ଥ୍ୟ ବୀମା କିଣିବା ପାଇଁ ୬୫ ବର୍ଷର ବୟସ ସୀମା ହଟାଇ ଦେଇଛି। ପୂର୍ବରୁ ଉପଭୋକ୍ତା କେବଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏକ ନୂତନ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରୁଥିଲେ। ବର୍ତ୍ତମାନ ଏପ୍ରିଲ ୧ ରୁ ସମ୍ପ୍ରତି ସଂଶୋଧନ କାର୍ଯ୍ୟକାରୀ ହେବା ସହିତ ଯେକୌଣସି ବୟସର ବ୍ୟକ୍ତିବିଶେଷ ଏକ ନୂତନ ବୀମା ପଲିସି କିଣିବାକୁ ଯୋଗ୍ୟ ଅଟନ୍ତି।

Advertisment

ନିକଟରେ IRDAI ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ବୀମା ପଲିସିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଣିକି ଯେକୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ। ପୂର୍ବରୁ ଏହାକୁ କିଣିବା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଥିବା ବେଳେ ଏବେ ତାହାକୁ ହଟାଇ ଦିଆଯାଇଛି। ଅର୍ଥାତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ମଧ୍ୟ ନୂଆ ପଲିସି କ୍ରୟ କରିପାରିବେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ବୀମା କିଣିବାର ବୟସ ସୀମା ହଟାଇ ବୟସ୍କ ଲୋକଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଲକ୍ଷ ରଖିଛି IRDAI। ଏପ୍ରିଲ ୧ରୁ ଏହି ନିୟମ ଲାଗୁ କରାଯାଇଛି। ଯେକୌଣସି ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟକ୍ତିବିଶେଷଙ୍କୁ ସ୍ୱାସ୍ଥ୍ୟ ପଲିସି ପ୍ରଦାନ କରିବାକୁ ବୀମାକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳସ୍ୱରୂପ ବୟସ୍କ ବ୍ୟକ୍ତିମାନେ କର୍କଟ, ହାର୍ଟ କିମ୍ବା କିଡନୀ ଫେଲ ଓ ଏଡସ୍ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ସୁବିଧା ପାଇବେ। କୌଣସି ବୀମା ପ୍ରଦାନ କରୁଥିବା ସଂସ୍ଥା ଏହି ନିୟମକୁ ଉଲଙ୍ଘନ କରିପାରିବେ ନାହିଁ।

Advertisment

ନିକଟରେ IRDAI ଆଉ ଏକ ବଡ଼ ପରିବର୍ତ୍ତନ କରିଛି। ଏହା ଅଧୀନରେ, ପଲିସିଧାରୀମାନଙ୍କୁ ପୁରୁଣା ରୋଗର ଚିକିତ୍ସା ପାଇଁ ଆଉ ୩୬ ମାସରୁ ଅଧିକ ଅପେକ୍ଷା କରିବାକୁ ପଡିବନାହିଁ। ପୂର୍ବରୁ ଏହି ରୋଗଗୁଡିକର ଚିକିତ୍ସା ପାଇଁ ଅପେକ୍ଷା ସମୟ ୪୮ ମାସ ରହିଥିଲା। ନୂତନ ନିୟମ ଏପ୍ରିଲ ପହିଲାଠାରୁ କାର୍ଯ୍ୟକାରୀ ହୋଇଛି।

ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌‌ଡିଏ) ବିଜ୍ଞପ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବୀମା କମ୍ପାନୀ ଦ୍ୱାରା ଜାରି ପଲିସି ଆରମ୍ଭ ହେବାର ୩୬ ମାସ ପୂର୍ବରୁ କୌଣସି ପୂର୍ବ-ରୋଗ ନେଇ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବ। ଚିକିତ୍ସା ପରାମର୍ଶ କିମ୍ବା ଯଦି ଚିକିତ୍ସା ପାଇଁ ସୁପାରିଶ କରାଯାଏ, ତେବେ ଏପରି କ୍ଷେତ୍ରରେ ଅପେକ୍ଷା ସମୟ ୩୬ ମାସରୁ ଅଧିକ ହେବ ନାହିଁ।

Advertisment
IRDAI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ