Advertisment

ଯିଏ ଯାହା ପାଇଲା ରାସ୍ତାକଡ଼ରେ ବିକିଲା; ଖାଦ୍ୟର ମାନ ପରଖୁଛି କିଏ ?

ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ?

ଅଦ୍ୟତନ ହୋଇଛି
Fast Food

Fast Food

Advertisment

ଗାଁ ହେଉ କି ସହର ସବୁଠି ଛତୁ ଫୁଟିଲା ଭଳି ଖୋଲୁଛି ଫାଷ୍ଟ ଫୁଡ୍ ଦୋକାନ। ଏହାବ୍ୟତୀତ ହୋଟେଲ୍ ଓ ରେସ୍ତୋରାଁରେ ବି ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ବଢୁଛି। ହେଲେ ଏସବୁ ସ୍ଥାନରେ ମିଳୁଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର ? ଖାଦ୍ୟ ସାମଗ୍ରୀର ମାନ ଯାଂଚ ପାଇଁ ସରକାର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ଉଦବେଗର ବିଷୟ ହେଲା ସେଥିରୁ ୪୩ଟି ପଦବି ଏବେ ଫାଙ୍କା ପଡ଼ିଛି। ଫଳରେ ଅନେକ ସ୍ଥାନରେ ମାସ ମାସ ଧରି ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନ ଯାଂଚ ହୋଇପାରୁ ନାହିଁ। ମାନେ ଆପଣ ବାସି କି ପଚା ଖାଦ୍ୟ ଖାଉଛନ୍ତି, ତାର କିଛି ଗ୍ୟାରେଣ୍ଟି ନାହିଁ ।

Advertisment

ଗରମ ଗରମ ଚାଟ୍, ସିଙ୍ଗଡ଼ା, ବରା, ଆଳୁଚପ୍ ଏମିତି କେତେ କଣ ? ପାଟିକୁ ସୁଆଦିଆ..ହେଲେ ଏଗୁଡ଼ିକୁ ଖାଇବା ପୂର୍ବରୁ କେବେ ଭାବିଛନ୍ତି ଏସବୁ କେତେ ସ୍ୱାସ୍ଥ୍ୟକର ? ରାସ୍ତାକଡ଼, ଗଳି କନ୍ଦିରେ ଏଭଳି ଫାଷ୍ଟଫୁଡ୍ ଖୋଲାରେ ବିକ୍ରି ହେବା ସତ୍ତ୍ୱେ ଯେମିତି କାହାର ଏଥିପ୍ରତି ନିଘା ନାହିଁ । ଜୟପୁରର ସହର ସାରା ରାସ୍ତାକଡ଼ରେ ବେପାର ଚାଲିଛି ଫାଷ୍ଟଫୁଡ୍‌ । ଉଠାଦୋକାନୀ ସହ ରେସ୍ତୋରାଁକୁ ପ୍ରତିଦିନ ଶହ ଶହ ଲୋକ ଆସନ୍ତି । ହେଲେ ଏଠି ମିଳୁଥିବା ଖାଦ୍ୟର ମାନ ପରଖିବାକୁ କିନ୍ତୁ କେହି ନାହିଁ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୋରାପୁଟ ଜିଲ୍ଲାରେ ଜଣେ ବି ଫୁଡ୍ ସେଫଟି ଅଫିସର ବା ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି । ଧର୍ମକୁ ଆଖିଠାର ଭଳି ମାଲକାନଗିରି ଜିଲ୍ଲାର ଫୁଡ୍ ସେଫ୍ଟି ଅଫିସରଙ୍କ ତତ୍ତ୍ୱାବଧାନରେ ରହିଛି କୋରାପୁଟ ଜିଲ୍ଲା । ମାଲକାନଗିରିରୁ ଯଦି ଆସିଲେ ଏଠାରେ ଖାଦ୍ୟର ମାନ ଯାଞ୍ଚ ହେବ, ନହେଲେ ନାହିଁ ।

Advertisment

ଜୟପୁର ଭଳି ରାଉରକେଲାରେ ବି ଅନେକ ଫୁଡ୍ ଷ୍ଟଲ୍ ଓ ରେସ୍ତୋରାଁ । କିନ୍ତୁ ଅଛନ୍ତି ତିନି ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ । ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଏମାନେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ତେବେ ରାଉରକେଲା ଭଳି ମହାନଗର ପାଇଁ ଏହା ଯଥେଷ୍ଟ ନୁହେଁ । ଫଳରେ ଅନେକ ସମୟରେ ଖସିଯାଉଛନ୍ତି ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା ଦୋକାନୀ । ସୂଚନା ଅନୁସାରେ ସାରା ରାଜ୍ୟରେ ୧୦୫ଟି ଖାଦ୍ୟ ସୁରକ୍ଷା ଅଧିକାରୀ ପଦବି ଥିବା ବେଳେ ସେଥିରୁ ଖାଲି ପଡ଼ିଛି ୪୩।

ଯୁବପିଢ଼ି ମଧ୍ୟରେ ବଢ଼ିବାରେ ଲାଗିଛି ଫାଷ୍ଟଫୁଡ୍ ର ଚାହିଦା । ଫଳରେ ଛତୁ ଫୁଟିଲା ଭଳି ଫାଷ୍ଟଫୁଡ୍ ଦୋକାନ ଖୋଲୁଛି । କିନ୍ତୁ ଅଧିକାଂଶ ଜାଗାରେ ନିମ୍ନମାନର ଖାଦ୍ୟ, ଭେଜାଲ ସାମଗ୍ରୀ, ଶସ୍ତା ରଂଗ, ତେଲ, ଟମାଟୋ ଓ ଚିଲି ସସ୍‌ର ବ୍ୟବହାର ଯୋଗୁଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି  ଗ୍ରାହକ। ପେଟରୋଗ ଠାରୁ ହୃଦରୋଗ ଏପରିକି କ୍ୟାନସର୍‌ ଭଳି ମାରାତ୍ମକ ରୋଗକୁ ଡାକି ଆଣୁଛି ଏସବୁ ଖାଦ୍ୟ ।

Advertisment
Food Poisoning Deaths Fast Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ