Advertisment

Health Tips: ମଧୁମେହ ପାଇଁ ରାମବାଣ ପରି କାମ କରେ ତେଜପତ୍ର; ଜାଣନ୍ତୁ କିପରି ଖାଇବେ

ଖାଦ୍ୟକୁ ସୁସ୍ୱାଦୁ କରିବା ନେଇ ଲୋକେ ତେଜପତ୍ରର ବ୍ୟବହାର କରନ୍ତି। ଭାରତୀୟ ରୋଷେଇ ଘରେ ଶୁଖିଲା ତେଜପତ୍ର ଏକ ସାଧାରଣ ମସଲା। ଆପଣ ହୁଏତ ଖାଦ୍ୟକୁ ସୁସ୍ୱାଦୁ କରିବାରେ ତେଜପତ୍ର ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?

ଅଦ୍ୟତନ ହୋଇଛି
How to use bay leaf in daily diet with health benefits

How to use bay leaf in daily diet with health benefits

Advertisment

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଲୋକେ ତେଜପତ୍ରର ବ୍ୟବହାର କରନ୍ତି। ଭାରତୀୟ ରୋଷେଇ ଘରେ ଶୁଖିଲା ତେଜପତ୍ର ଏକ ସାଧାରଣ ମସଲା। ଆପଣ ହୁଏତ ତେଜପତ୍ର ଖାଦ୍ୟକୁ ସୁସ୍ୱାଦୁ କରିବାରେ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ବିଭିନ୍ନ ଜାଗାରେ ଅନେକ ପ୍ରକାରର ତେଜପତ୍ର ମିଳେ। ତେବେ ଆସନ୍ତୁ ତେଜପତ୍ର ଖାଇବାର ଉପକାରିତା ଏବଂ ଏହା ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିନେବା।

ତେଜପତ୍ରର ପ୍ରକାର:

ଭାରତରେ ମିଳୁଥିବା ତେଜପତ୍ରକୁ ଇଣ୍ଡିଆନ୍ ବେ ଲିଭ୍ କୁହାଯାଏ। କିନ୍ତୁ ଅନେକ ଦେଶରେ ବିଭିନ୍ନ ପ୍ରକାରର ତେଜପତ୍ର ମିଳିଥାଏ। କାଲିଫର୍ନିଆ ତେଜପତ୍ର, ଇଣ୍ଡୋନେସିଆ ତେଜପତ୍ର, ମେକ୍ସିକାନ୍ ତେଜପତ୍ର, ୱେଷ୍ଟ୍‌ ଇଣ୍ଡିଜ୍ ତେଜପତ୍ର ଏବଂ ତୁର୍କୀ ତେଜପତ୍ରର ନାମ ଏହି ତାଲିକାରେ ରହିଛି।

Advertisment

ତେଜପତ୍ରର ପୌଷିକ ତତ୍ତ୍ୱ:

ତେଜପତ୍ର ପୋଷକ ତତ୍ତ୍ୱରେ ଭରପୂର। ୧ ଚାମଚ ତେଜପତ୍ର ପାଉଡରରେ ୫.୫ କ୍ୟାଲୋରୀ, ୦.୧ ଗ୍ରାମ ପ୍ରୋଟିନ୍, ୦.୧ ଗ୍ରାମ ଫ୍ୟାଟ୍ ଏବଂ ୧.୩ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଛି। ଏହା ବ୍ୟତୀତ ତେଜପତ୍ରକୁ କ୍ୟାଲସିୟମ୍, କପର୍, ଲୌହ, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି ୬, ଜିଙ୍କ୍‌ ଏବଂ ଆଣ୍ଟି-ଅକ୍ସିଡାଣ୍ଟ୍‌ ଉପାଦାନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ।

ବୃଦ୍ଧି କରେ ରୋଗ ପ୍ରତିରୋଧକ ଶକ୍ତି:

ତେଜପତ୍ରରେ ଭିଟାମିନ୍ ଏ, ଭିଟାମିନ୍ ବି ୬ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। ଏହି ସମସ୍ତ ଭିଟାମିନ୍ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

Advertisment

ପେଟ ପାଇଁ ଲାଭଦାୟକ:

ତେଜପତ୍ର ଖାଇବା ପେଟ ପାଇଁ ଏକ ପ୍ରଭାବଶାଳୀ ଔଷଧ ଭାବେ କାମ କରେ। ବିଶେଷକରି ତେଜପତ୍ରରୁ ପ୍ରସ୍ତୁତ ଚା’ ଅନେକ ପେଟ ରୋଗରୁ ମୁକ୍ତି ଦିଏ। ତେଜପତ୍ର ଚା’ ପିଇବା ଦ୍ୱାରା ପେଟ ବ୍ୟଥା ଦୂର ହୁଏ। ତେଜପତ୍ରର ବାସ୍ନା ସାଇନସ୍ ସମସ୍ୟା ଏବଂ ନାକ ବନ୍ଦରୁ ମୁକ୍ତି ଦିଏ।

ଟାଇପ୍-୨ ମଧୁମେହରେ ପ୍ରଭାବଶାଳୀ:

ତେଜପତ୍ରର କ୍ୟାପ୍‌ସୁଲ୍ ଏବଂ ତେଜପତ୍ରରୁ ପ୍ରସ୍ତୁତ ଚା’ ମଧୁମେହର ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ବିଶେଷକରି ତୁର୍କୀ ତେଜପତ୍ର ଖାଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର କମିବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ତେଜପତ୍ର ଖାଇବା ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ସର୍ବୋତ୍ତମ ହୋଇପାରେ।

Health Tips Benefits Of Bay Leaf
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ