Advertisment

Health Tips: ହୃଦ୍‌ଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ଟିପ୍ସ

ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍‌ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍‌ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
How To Keep Your Heart Healthy

How To Keep Your Heart Healthy

Advertisment

ଆଜିକାଲି ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅଧିକ ସଚେତନ ହେଉଛନ୍ତି। ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍‌ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ।

Advertisment

ୱାର୍ଲ୍ଡ ହାର୍ଟ ଫେଡେରେସନ୍ ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ରିପୋର୍ଟ ୨୦୨୩ଅନୁଯାୟୀ, ଆଜିକାଲି ମୃତ୍ୟୁର ପ୍ରମୁଖ କାରଣ ହେଉଛି ହୃଦ୍‌ରୋଗ (CVDs)। ଏହା ମଧ୍ୟ ହେଉଛି ଶାରୀରିକ ଅକ୍ଷମତାର ଏକ ପ୍ରମୁଖ କାରଣ।

କିପରି ହୃଦ୍‌ଘାତକୁ ରୋକାଯାଇପାରିବ:

ଏମିତି ଅନେକ ଜୀବନଶ ଶୈଳୀ ଅଛି ଯାହାକୁ ଜଣେ ନିଜର ଦୈନିକ ଜୀବନରେ ଆପଣେଇ ହୃଦ୍‌ଘାତକୁ ରୋକିପାରିବେ। ତେବେ ଏହାକୁ ରୋକିବା ପାଇଁ କେତେକ ଟିପ୍ସ ଉପରେ ନଜର ପକେଇବା।

Advertisment

ଧୂମପାନ ଛାଡିବା:

ସେ ବିଶେଷଜ୍ଞଙ୍କ ପରାମର୍ଶ ହେଉ କି ସିଗାରେଟ୍ ଖୋଳ ଉପରେ ଲେଖାହେଉ, ଏହା ଆମକୁ ସୂଚେଇଦିଏ ଯେ ଧୂମପାନ କେତେ ବିପଦ। ଧୂମପାନ କେବଳ ହୃଦୟ ନୁହେଁ ଏହା ଆମର ରକ୍ତ ବାହିକାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ, ଯାହା ବ୍ୟକ୍ତିକୁ ବିପଦ ଆଡକୁ ନେଇଯାଇଥାଏ। ତେଣୁ ଏହାକୁ ତୁରନ୍ତ ତ୍ୟାଗ କରିବା ଉଚିତ।

ସୁସ୍ଥ ଖାଦ୍ୟ ଖାଇବା:

ଫଳମୂଳ, ପନିପରିବା, ଶସ୍ୟ ଏବଂ ପ୍ରୋଟିନ୍‌ରେ ଭରପୂର ସୁସ୍ଥ ଖାଦ୍ୟ ଖାଇବା ଉଚିତ। ସାଚୁରେଟେଡ୍ ଏବଂ ଟ୍ରାନ୍ସ ଫ୍ୟାଟ୍, ସୋଡିୟମ୍, ଏବଂ ଶର୍କରା ପାନୀୟକୁ ସୀମିତ କରିବା ଜରୁରୀ। ଏହା କେବଳ ଖରାପ ସ୍ୱାସ୍ଥ୍ୟର କାରଣ ନୁହେଁ ବରଂ ହୃଦ୍‌ଘାତର ମଧ୍ୟ କାରଣ ହୋଇଥାଏ।

Advertisment

ଦୈନିକ ବ୍ୟାୟାମ:

ଦୈନିକ ବ୍ୟାୟାମ ହୃଦୟକୁ ପମ୍ପିଂ କରିଥାଏ। ସପ୍ତାହକୁ ଅତି କମରେ ୧୫୦ ମିନିଟ୍‌ର ବ୍ୟାୟାମ କରିବାର ଲକ୍ଷ୍ୟ ରହିବା ଉଚିତ। ଦ୍ରୁତ ଗତିରେ ଚାଲିବା, ପହଁରିବା, ସାଇକେଲ ଚଲାଇବା - ଆପଣ ଉପଭୋଗ କରୁଥିବା କାର୍ଯ୍ୟକଳାପ ବାଛନ୍ତୁ ଏବଂ ସେ ସବୁକୁ କରନ୍ତୁ।

ଚାପମୁକ୍ତ ରହିବା:

କ୍ରନିକ୍ ଚାପ ହୃଦୟରେ ଅନେକ ପ୍ରଭାବ ପକାଇଥାଏ। ଏଥିରୁ ମୁକ୍ତ ରହିବାକୁ ଧ୍ୟାନ, ଯୋଗ, କିମ୍ବା ଗଭୀର ନିଶ୍ୱାସ ଭଳି ଆରାମଦାୟକ କୌଶଳ ଅଭ୍ୟାସ କରନ୍ତୁ। ଅତ୍ୟଧିକ ଚିନ୍ତାରୁ ନିଜକୁ ମୁକ୍ତ ରଖନ୍ତୁ।

ଓଜନରେ ଭାରସାମ୍ୟ:

ମୋଟାପଣ ହୃଦୟରେ ଅତିରିକ୍ତ ଚାପ ସୃଷ୍ଟି କରେ। ଖାଦ୍ୟ ଏବଂ ବ୍ୟାୟାମ ମାଧ୍ୟମରେ ଏକ ସୁସ୍ଥ ଓଜନ ହାସଲ କରିବାକୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଥାଇରଏଡ୍, PCOS କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ ସଚେତନ ହେବା ଜରୁରୀ।

ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ:

ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ମଧୁମେହ ହୃଦ୍‌ଘାତ ପାଇଁ ବିପଦର କାରଣ ହୋଇପାରେ। ତେଣୁ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ଏଭଳି କିଛି ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Cardiac Arrest HealthTips Heart Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ