ଭାରତରେ ଧିରେ ଧିରେ ବ୍ୟାପିଲାଣି ଚାଇନା ଭାଇରସ୍ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ(HMPV)। ବେଙ୍ଗାଲୁରୁ ପରେ ଅହମ୍ମଦାବାଦରେ ଜଣେ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ୨ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ୨ ଶିଶୁ ଚିହ୍ନଟ ପରେ ଦେଶରେ ୩ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଆସିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାରର କୌଣସି ଯାତ୍ରା ଇତିହାସ ନାହିଁ, ଯାହା ଦ୍ୱାରା ଅନ୍ୟ ଅଞ୍ଚଳ କିମ୍ବା ଦେଶରୁ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେ।
Also Read
ଭାରତ ସମେତ ସମଗ୍ର ବିଶ୍ୱରେ HMPV ପ୍ରଚଳିତ ଅଛି ଏବଂ ଅନେକ ଦେଶରେ HMPV ସମ୍ବନ୍ଧୀୟ ଶ୍ୱାସକ୍ରିୟାଜନିତ ରୋଗର ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନେଇ ଚିନ୍ତିତ ହୋଇପଡିଛି।
HMPV କ’ଣ:
ସରଳ ଶବ୍ଦରେ, HMPV ହେଉଛି ଏକ ଶ୍ୱାସକ୍ରିୟାଜନିତ ଭାଇରସ୍ ଯାହା ପ୍ରାୟତଃ ସାମାନ୍ୟ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରିଥାଏ କିନ୍ତୁ ଅନ୍ୟାନ୍ୟ ଜଟିଳତାକୁ ମଧ୍ୟ ସୃଷ୍ଟି କରିପାରେ, ବିଶେଷକରି ଶିଶୁ, ବୃଦ୍ଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପ୍ରତି ଏହା ବିପଦ ହୋଇପାରେ।ଏହି ଜୀବାଣୁ ବେଳେବେଳେ ନିମୋନିଆ ସୃଷ୍ଟି କରିପାରେ କିମ୍ବା କ୍ରନିକ୍ ଶ୍ୱାସକ୍ରିୟା ରୋଗକୁ ବଢାଇପାରେ। ସାଧାରଣତଃ ଶୀତ ଏବଂ ବସନ୍ତର ଆରମ୍ଭରେ ମାମଲା ବୃଦ୍ଧି ପାଇଥାଏ।
HMPV ର ଲକ୍ଷଣ:
- ସାମାନ୍ୟ ଥଣ୍ଡା ପରି ଲକ୍ଷଣ
- ବେଳେବେଳେ ନିମୋନିଆ ସୃଷ୍ଟି କରିପାରେ
- କ୍ରନିକ୍ ଶ୍ୱାସକ୍ରିୟା ଅବସ୍ଥାକୁ ବଢାଇପାରେ
- କାଶ କିମ୍ବା ମୁଣ୍ଡବୁଲା ଦେଇପାରେ
- ନାକରୁ ପାଣି ବୋହିପାରେ
- ଗଳା ଯନ୍ତ୍ରଣା ହୋଇପାରେ
- HMPV ଜୀବାଣୁ କେତେ ବିପଜ୍ଜନକ:
HMPV ରେ ଥଣ୍ଡା କିମ୍ବା ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ ଏବଂ ଏହା ଅନ୍ୟାନ୍ୟ ଜୀବାଣୁ ମଧ୍ୟରୁ ଗୋଟିଏ ଯାହାକୁ ସାଧାରଣ ଥଣ୍ଡା କୁହାଯାଏ। ବିଶେଷଜ୍ଞମାନଙ୍କ ମତରେ ଏହା କୋଭିଡ-୧୯ ପରି ବିପଜ୍ଜନକ ନୁହେଁ।
କେଉଁମାନଙ୍କ ପାଇଁ ବିପଦ:
HMPV ହେଉଛି ଏକ ଶ୍ୱାସକ୍ରିୟାଜ୍ନିତ ରୋଗ ଯାହା ଫ୍ଲୁ କିମ୍ବା ଥଣ୍ଡା ଭଳି ଲକ୍ଷଣ ସୃଷ୍ଟି କରେ। ଏହା ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଗୁରୁତର ଅବସ୍ଥାର ଆଶଙ୍କାକୁ ବଢାଇପାରେ। ବିଶେଷକରି ବୃଦ୍ଧ, ଛୋଟ ପିଲା ଏବଂ ରୋହ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ।
କ’ଣ କରିବା ଉଚିତ:
ସଂକ୍ରମଣକୁ ଏଡାଇବା ପାଇଁ, କୋଭିଡ୍ ସମୟରେ ନିଆଯାଇଥିବା ସମାନ ସତର୍କତା ଅନୁସରଣ କରନ୍ତୁ। ଘରେ ରହିବା, ଶୀତଦିନେ ଥଣ୍ଡା-କାଶ ଏବଂ ଛିଙ୍କିବା ବେଳେ ମୁହଁ ହାତ ଦେବା ଏବଂ ସବୁବେଳେ ହାତ ଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାବେଳେ ମାସ୍କ ବ୍ୟବହାର କରନ୍ତୁ। ଯାହା ଦ୍ୱାରା ଅନ୍ୟମାନଙ୍କୁ ଅଧିକ ସଂକ୍ରମିତ ହେବାକୁ ରୋକାଯାଇପାରିବ।
ତେବେ ସବୁ ପ୍ରକାର ଭାଇରସ୍କୁ ପ୍ରତିରୋଧ କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ଘରେ ଥିବା କିଛି ଜିନିଷଗୁଡିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା…
- ହଳଦି - ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ହଳଦି ଅତ୍ୟନ୍ତ ଉପଯୋଗୀ ବୋଲି କୁହାଯାଏ। ଏଥିରେ କର୍କୁମିନ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ।
- ରସୁଣ - ରସୁଣ ଶରୀରକୁ ସଂକ୍ରମଣରୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଫୁଟ ରସୁଣ ଖାଇପାରିବେ।
- ଅଦା - ଅଦାର ଅନେକ ଔଷଧୀୟ ଗୁଣ ଅଛି। ଏହା ଆପଣଙ୍କୁ ଅନେକ ପ୍ରକାରର ଋତୁକାଳୀନ ରୋଗରୁ ଦୂରେଇ ରଖେ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାକୁ ଚା’ କିମ୍ବା ପାଣିରେ ଫୁଟାଇ ପିଇପାରିବେ।
- ଗ୍ରୀନ୍ ଟି - ଗ୍ରୀନ୍ ଟିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶରୀରକୁ ସୁସ୍ଥ କରିଥାଏ ଏହା ଆପଣଙ୍କୁ ଅକ୍ସିଡାଣ୍ଟ ଏବଂ ଫ୍ରି ରେଡିକାଲରୁ ରକ୍ଷା କରିଥାଏ। ଆପଣ ଦିନସାରା ୧-୨ କପ୍ ଗ୍ରୀନ୍ ଟି ପିଇପାରିବେ।
- ଚଟଣି - ଅଁଳାରେ ଭିଟାମିନ୍ C ପ୍ରଚୁର ପରିମାଣରେ ମିଳିଥାଏ। ଆପଣ ସକାଳେ ଅଁଳା-ଲେମ୍ବୁ ଚଟଣି ଖାଇପାରିବେ। ଆପଣ ଅଁଳାକୁ କଞ୍ଚା ମଧ୍ୟ ଖାଇପାରିବେ। କିଛି ଲୋକ ଏହାକୁ ମହୁ ସହିତ ମଧ୍ୟ ଖାଆନ୍ତି।
- କାଢା - ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କାଢାର ପ୍ରମୁଖ ଭୂମିକାରେ ରହିଛି। ଆପଣ ତୁଳସୀ, ଅଦା, ଡାଲାଚିନ୍, ତେଜପତ୍ର, ମରିଚ, ଅଦା, ଲବଙ୍ଗ ପକାଇ କାଢା କରି ପିଇପାରିବେ। ଆପଣ ଏହାକୁ ସକାଳେ ଚା’ ପରି ପିଇପାରିବେ। ଏହାକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏଥିରେ ଲୁଣ ଏବଂ ଗୁଡ ଆଦି ମିଶାଇ ପିଇପାରିବେ। ଏହା ଆପଣଙ୍କୁ ଅନେକ ଋତୁକାଳୀନ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଯୋଗ ମଧ୍ୟ ବହୁ ଉପକାରୀ। ଜାଣନ୍ତୁ ଏନେଇ କେଉଁ ଯୋଗାସନ କରିବେ…
ପ୍ରାଣାୟାମ:
ପ୍ରାଣାୟାମ ଏକ ଶ୍ୱାସକ୍ରିୟା କୌଶଳ। ଭାଇରସ୍ ସଂକ୍ରମଣ ଏକ ଖରାପ ପ୍ରତିରକ୍ଷା ପ୍ରଣାଳୀର ଅନ୍ୟତମ ଗମ୍ଭୀର କାରଣ ହୋଇଥାଏ। ପ୍ରାଣାୟାମ ଯଥା ଶ୍ୱାସକ୍ରିୟା କୌଶଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ପ୍ରାଣାୟାମ ମାଧ୍ୟମରେ ଆମେ ଆମର ନିଶ୍ୱାସକୁ ନିୟନ୍ତ୍ରିତ ଢଙ୍ଗରେ ଛାଡିଥାଉ।
ଅଦ୍ଧୋମୁଖ ଶ୍ୱାନାସନ:
ଅଦ୍ଧୋମୁଖ ଶ୍ୱାନାସନରେ ଶରୀର ଏକ ଓଲଟା “V” ଆକୃତିର ଅବସ୍ଥାରେ ଉପରକୁ ରୁହେ। ଏହି ଆସନର ଅନେକ ଆଶ୍ଚର୍ଯ୍ୟଜନକ ଲାଭ ଅଛି, ତେଣୁ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଉଚିତ। ଏହି ଆସନ ଶରୀରକୁ ଗରମ କରିଥାଏ, ଯାହା ଶରୀରରେ ଶକ୍ତି ଉତ୍ପାଦନ କରିଥାଏ।
ସୁପ୍ତ ମତ୍ସ୍ୟନ୍ଦ୍ରାସନ:
ସୁପ୍ତ ମତ୍ସ୍ୟନ୍ଦ୍ରାସନ ମେରୁଦଣ୍ଡକୁ ପ୍ରଭାବିତ କରେ ଏବଂ ପେଟକୁ ଟାଣିଥାଏ, ଯାହା କିଡନୀ, ଅନ୍ତନଳୀରେ ରକ୍ତ ସଞ୍ଚାଳନକୁ ବଢାଇଥାଏ। ଫଳରେ ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ।
ଭୁଜଙ୍ଗାସନ:
ଭୁଜଙ୍ଗାସନ ହେଉଛି ଛାତି ଖୋଲିବାର ମୁଦ୍ରା, ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଧାରିଦିଏ। ଏହି ଆସନ ହଜମ ପ୍ରଣାଳିକୁ ଉନ୍ନତ କରେ। ଏହା ଖାଦ୍ୟରୁ ଅଧିକ ପୋଷକ ଲାଭ ପାଇବାରେ ସାହାଯ୍ୟ କରେ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ଇନ୍ଧନ ଯୋଗାଏ।