Advertisment

Health Tips: ଏମିତି ବ୍ୟବହାର କରନ୍ତୁ ଜାମୁକୋଳି ପାଉଡର; ମଧୁମେହ ଦୂର ହେବ, ଚୁଟି କଳା ହେବ

ପ୍ରାୟ ସମସ୍ତେ ଜାମୁକୋଳି ଖାଇ ସାରିବା ପରେ ଏହାର ମଞ୍ଜିକୁ ଫୋପାଡି ଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ୍ କରୁଛନ୍ତି ତେବେ ଆଜିଠାରୁ ବନ୍ଦ କରନ୍ତୁ। କାରଣ ଏହି ମଞ୍ଜି ଅନେକ ରୋଗର ଚିକିତ୍ସା କରିଥାଏ। ତେବେ ଏହା କେଉଁ କେଉଁ ବିଶେଷ ରୋଗକୁ ଉପଷମ କରିଥାଏ ଏବଂ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Benefits of eating jamun seeds powder

Benefits of eating jamun seeds powder

Advertisment

ଆଜିକାଲି ରାସ୍ତାକଡର ପ୍ରାୟ ଜାଗାରେ ଜାମୁକୋଳି ବିକାଳିଙ୍କ ଆସର ଦେଖିବାକୁ ମିଳୁଛି। ଆପଣମାନେ ଜାଣିଥିବେ ଜାମୁକୋଳି ଏକ ଛୋଟ ବାଇଗଣୀ ରଙ୍ଗର ଫଳ ଯେଉଁଥିରେ ଏକ ମଞ୍ଜି ଥାଏ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ। ପ୍ରାୟ ସମସ୍ତେ ଏହି ସ୍ୱାଦିଷ୍ଟ ଫଳକୁ ଖାଇ ସାରିବା ପରେ ଏହାର ମଞ୍ଜିକୁ ଫୋପାଡି ଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ୍ କରୁଛନ୍ତି ତେବେ ଆଜିଠାରୁ ବନ୍ଦ କରନ୍ତୁ। କାରଣ ଏହି ମଞ୍ଜି ଅନେକ ରୋଗର ଚିକିତ୍ସା କରିଥାଏ।

Advertisment

ଜାମୁକୋଳି ମଞ୍ଜିକୁ ଗ୍ରାଇଣ୍ଡ୍ କରି ପାଉଡର ପ୍ରସ୍ତୁତ କରାଯାଏ। ଏହି ପାଉଡର ସ୍ୱାସ୍ଥ୍ୟ ପାଇଁ କେବଳ ଗୋଟିଏ ନୁହେଁ ଅନେକ ଲାଭ ଦେଇଥାଏ। ଏହା ପେଟଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ତେବେ ଏହା କେଉଁ କେଉଁ ବିଶେଷ ରୋଗକୁ ଉପଶମ କରିଥାଏ ଏବଂ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।

ମଧୁମେହ ପାଇଁ:

ଜାମୁକୋଳି ମଞ୍ଜିରୁ ପ୍ରସ୍ତୁତ ପାଉଡର ଖାଇବା ଦ୍ୱାରା ଶରୀରର ଉଚ୍ଚ ରକ୍ତରେ ଥିବା ଗ୍ଲୁକୋଜ୍‌ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି ମଞ୍ଜିରେ ଜାମ୍ବୋଲାଇନ୍ ଏବଂ ଜାମ୍ବୋସିନ୍ ନାମକ ସକ୍ରିୟ ଉପାଦାନ ରହିଥାଏ ଯାହା ରକ୍ତରେ ଶର୍କରା ହ୍ରାସ କରିବାରେ ଏବଂ ଶରୀରରେ ଇନ୍‌ସୁଲିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍, ଯେଉଁଥିପାଇଁ ଏହାକୁ ମଧୁମେହରେ ମଧ୍ୟ ଖାଇପାରିବେ। ତଥାପି, ଏନେଇ ମଧୁମେହ ରୋଗୀମାନେ ସେମାନଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

Advertisment

ଫ୍ରି ରେଡିକାଲ୍ସରୁ ମୁକ୍ତି:

ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ଜାମୁକୋଳି ମଞ୍ଜି ପାଉଡର ଶରୀରକୁ ଫ୍ରି ରେଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ଏହାର ପ୍ରଭାବ ବିଶେଷତଃ ଯକୃତ କୋଷଗୁଡ଼ିକର ସୁରକ୍ଷା କରିଥାଏ। ଏହା ଯକୃତର ପ୍ରଦାହକୁ ରୋକିଥାଏ।

ରକ୍ତଚାପ ହ୍ରାସ:

ଉଚ୍ଚ ରକ୍ତଚାପରେ ପୀଡିତ ଲୋକମାନେ ସପ୍ତାହରେ ୨ରୁ ୩ ଥର ଜାମୁକୋଳି ପାଉଡର ଖାଇପାରିବେ। ଏହି ପାଉଡର୍‌ରେ ଏଲାଗିକ୍ ଏସିଡ୍ ନାମକ ଏକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଉଚ୍ଚ ରକ୍ତଚାପ ପରିଚାଳନାରେ ସାହାଯ୍ୟ କରିଥାଏ।

Advertisment

ଶରୀର ହୁଏ ଡିଟକ୍ସାଇଡ୍:

ଖାଇବା ଅଭ୍ୟାସରେ ଅବହେଳା କିମ୍ବା ଅସାବଧାନ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ କରେ। ଶରୀରରେ ଜମା ହୋଇଥିବା ଏହି ବିଷାକ୍ତ ପଦାର୍ଥ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏଗୁଡ଼ିକ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଶରୀରକୁ ପ୍ରଭାବିତ କରିଥାଏ। ଜାମୁକୋଳି ମଞ୍ଜି ପାଉଡର ଏକ ଡିଟକ୍ସାଇସିଙ୍ଗ୍ ଔଷଧ ଭଳି କାମ କରେ ଏବଂ ଶରୀରକୁ ଟକ୍ସିନରୁ ମୁକ୍ତ କରିଥାଏ।

ଭିଟାମିନ୍ C ଏବଂ ଫୋଲିକ୍ ଏସିଡ୍‌ରେ ଭରପୂର:

ଭିଟାମିନ୍ C ଏବଂ ଫୋଲିକ୍ ଏସିଡ୍‌ରେ ଭରପୂର, ଜାମୁକୋଳି ପାଉଡର ଚୁଟି ବଢିବାର ପ୍ରାକୃତିକ ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା ଚୁଟି ମୂଳକୁ ପୋଷଣ କରେ, ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ ଏବଂ ଚୁଟିର ପ୍ରାକୃତିକ ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ।

ଚୁଟିକୁ କଳା କରେ:

ଚୁଟିକୁ କଳା କରିବା ପାଇଁ ଜାମୁକୋଳି ମଞ୍ଜିରୁ ହେୟାର ସେରମ୍ ତିଆରି କରିପାରିବେ। ଏଥିପାଇଁ ପାଣି କିମ୍ବା କ୍ଷୀରରେ ଜାମୁକୋଳି ମଞ୍ଜି ପାଉଡର ମିଶାଇ ଭଲ ଭାବରେ ମିଶାନ୍ତୁ। ଏହାକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ। ଏହାକୁ ଚୁଟିରେ ସ୍ପ୍ରେ କରନ୍ତୁ। ଯଦି ଏହା ପାଣିରେ ତିଆରି ତେବେ ଏହାକୁ ରାତିସାରା ଛାଡିଦିଅନ୍ତୁ ଏବଂ ଯଦି ଏହା କ୍ଷୀରରେ ପ୍ରସ୍ତୁତ ତେବେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହି ଉପାୟରେ ଆପଣ କେଶ ପାଇଁ ଏହି ହେୟାର ସେରମ୍ ବ୍ୟବହାର କରିପାରିବେ।

କିପରି ତିଆରି କରିବେ ଜାମୁ କୋଳି ପାଉଡର୍‌:

  • ପ୍ରଥମେ କୋଳି ଭିତରୁ ମଞ୍ଜି ବାହାର କରନ୍ତୁ ଏବଂ ଏହାକୁ ଭଲଭାବେ ଧୋଇ ଦିଅନ୍ତୁ
  • ଏକ ଶୁଖିଲା କପଡ଼ାରେ ରଖନ୍ତୁ ଏବଂ ୩-୪ ଦିନ ଖରାରେ ଶୁଖାନ୍ତୁ
  • ସମ୍ପୂର୍ଣ୍ଣ ଶୁଖିଯିବା ପରେ, ସେଥିରୁ ପତଳା ଚୋପାକୁ ବାହାର କରନ୍ତୁ
  • ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ
  • ପୂର୍ଣ୍ଣ ଲାଭ ପାଇବା ପାଇଁ, ସକାଳେ କ୍ଷୀରରେ ମିଶେଇ ଖାଲି ପେଟରେ ପିଅନ୍ତୁ
Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ