3 yogas are effective in spondylitis and back pain
ଆଜିକାଲି, ପିଠି ଏବଂ ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଚାକିରିଆ ଲୋକମାନେ କମ୍ପ୍ୟୁଟର ଆଗରେ ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ବସିରହିବା। ବିରତି ବିନା ଚେୟାରରେ ଦୀର୍ଘ ସମୟ ବସିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏହି କାରଣରୁ କେବଳ ମାନସିକ ଚାପ ବୃଦ୍ଧି ପାଉନାହିଁ ବରଂ ଶାରୀରିକ ରୋଗ ମଧ୍ୟ ହେଉଛି। ଏହା ମୁଣ୍ଡ, ଆଖି ଏବଂ ବେକରେ ଯନ୍ତ୍ରଣାର ଦେଉଛି।
ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଅନେକ ରୋଗ ସୃଷ୍ଟି କରୁଛି। ଆଜିକାଲି ଅନେକ ଲୋକ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟା ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ବସି ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି।
ସ୍ପଣ୍ଡିଲାଇଟିସ୍ କ’ଣ:
ସ୍ପଣ୍ଡିଲାଇଟିସ୍ ହେଉଛି ବେକର ଅଂଶ ବା ମେରୁଦଣ୍ଡରେ ଯନ୍ତ୍ରଣା। ଭୁଲ୍ ବସିବା ଶୈଳୀ, ବ୍ୟାୟାମ ନ କରିବା, ୟୁରିକ୍ ଏସିଡ୍ ଏବଂ କୋଲେଷ୍ଟ୍ରଲ୍ର ବୃଦ୍ଧି କାରଣରୁ ଏପରି ହୁଏ। ଲୋକମାନଙ୍କର ଖରାପ ଦିନଚର୍ଯ୍ୟା ସ୍ପଣ୍ଡିଲାଇଟିସ୍ ପାଇଁ କାରଣ ମଧ୍ୟ ହୋଇଥାଏ। କିନ୍ତୁ ଏହି ସମସ୍ୟାର ଉପଶମ କେବଳ ଯୋଗ ଦ୍ୱାରା ହିଁ ସମ୍ଭବ।
ସ୍ପଣ୍ଡିଲାଇଟିସ୍ର ଯନ୍ତ୍ରଣା ବେକରୁ ଆରମ୍ଭ ହୋଇ ପିଠି ତଳ ପର୍ଯ୍ୟନ୍ତ ଯାଇଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନିଅନ୍ତି ଏବଂ ବିଦେଶୀ ଔଷଧ ଉପରେ ନିର୍ଭର ମଧ୍ୟ କରନ୍ତି। ଆପଣ ଯଦି ଏହି ସମସ୍ୟାରେ ପୀଡିତ ଆଉ ନିୟମିତ ଭାବେ କେବଳ ତିନୋଟି ଯୋଗାସନ କରନ୍ତି ତେବେ ସ୍ପଣ୍ଡିଲାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଏହି ତିନୋଟି ଆସନ କ’ଣ ଆସନ୍ତୁ ଜାଣିବା।
ଭୁଜଙ୍ଗାସନ:
ଭୁଜଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ଆମର ବାହୁ ଦୃଢ ହୋଇଥାଏ। ଏହା ମଧ୍ୟ ଆମର ଶରୀରର ମାଂସପେଶୀ ବିସ୍ତାର କରିଥାଏ, ଯାହା ପେଟ ନିକଟରେ ଜମା ହୋଇଥିବା ଚର୍ବିକୁ ହ୍ରାସ କରିଥାଏ ଏବଂ ଆମ ଶରୀରକୁ ନମନୀୟତା ଦେଇଥାଏ।
ଏହି ବ୍ୟାୟାମ କରିବାକୁ ହେଲେ ଯୋଗ ମ୍ୟାଟ୍ ଉପରେ ସିଧା ପେଟ ଉପରେ ଶୋଇ ରୁହନ୍ତୁ ଏବଂ ଦୁଇ ହାତକୁ କାନ୍ଧ ଆଗରେ ରଖନ୍ତୁ। ଏହା ପରେ, ଧୀରେ ଧୀରେ ଦୁଇ ହାତକୁ କାନ୍ଧ ସାମ୍ନାକୁ ଆଣନ୍ତୁ ଏବଂ ସମଗ୍ର ଶରୀରକୁ ସିଧା ରଖନ୍ତୁ। ଏହା ପରେ ହାତ ଭରାଦେଇ ଆପଣଙ୍କର ସାମ୍ନା ଅଂଶକୁ ଉପରକୁ ଉଠାନ୍ତୁ ଏବଂ ଗୋଡକୁ ସିଧା ରଖନ୍ତୁ।
ବାଳାସନ:
ବାଳାସନ କରିବା ପାଇଁ, ସର୍ବପ୍ରଥମେ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗି ବଜ୍ରାସନରେ ବସନ୍ତୁ। ଏହା ପରେ ଦୁଇ ହାତକୁ ଉପରକୁ ଉଠାଇ ଆଗକୁ ଭାଙ୍ଗନ୍ତୁ। ପାପୁଲି ଭୂମିରେ ଲଗାନ୍ତୁ। ଏହା ପରେ ମୁଣ୍ଡକୁ ଭୂମି ଆଡକୁ ନିଅନ୍ତୁ। ଏହି ଆସନ ମୋଟାପଣ ହ୍ରାସ କରିବା ସହିତ ଶରୀରର ଯନ୍ତ୍ରଣା ଏବଂ ମାନସିକ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ।
ବଜ୍ରାସନ:
ବଜ୍ରାସନ କରିବାକୁ ହେଲେ ଆଣ୍ଠୁକୁ ପଛକୁ ଭାଙ୍ଗି ବସିବାକୁ ପଡିବ। ତା’ପରେ ପିଚାକୁ ଗୋଇଠି ଉପରେ ରଖନ୍ତୁ। ଏହା ପରେ ମୁଣ୍ଡ, ବେକ ଏବଂ ମେରୁଦଣ୍ଡକୁ ସିଧା ରଖନ୍ତୁ ଏବଂ ହାତର ପାପୁଲିକୁ ଜଙ୍ଘ ଉପରେ ରଖନ୍ତୁ। ଏହା ମେରୁମଣ୍ଡ ଯନ୍ତ୍ରଣାରୁ ମୁକ୍ତି ଦିଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708345959.jpg)