Advertisment

ଉଦବେଗଜନକ ତଥ୍ୟ, ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ଶିଶୁ କର୍କଟ ରୋଗୀ

୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ

ଅଦ୍ୟତନ ହୋଇଛି
AIIMS Bhubaneswar

AIIMS Bhubaneswar

Advertisment

ଶିଶୁ କର୍କଟ ଆକ୍ରାନ୍ତଙ୍କୁ ନେଇ ଉଦବେଗଜନକ ତଥ୍ୟ । ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ନୂଆ ଶିଶୁ କର୍କଟ ରୋଗୀ। ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଏବେସୁଦ୍ଧା ଭୁବନେଶ୍ୱର ଏମ୍ସକୁ ୧୨ଶହରୁ ଅଧିକ ଶିଶୁ କର୍କଟ ରୋଗୀ ଆସିଲେଣି ବୋଲି ସୂଚନା ମିଳିଛି ।

Advertisment

ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ୭୫ରୁ ୮୦ ପ୍ରତିଶତ ଶିଶୁ କର୍କଟ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ବୋଲି କହିଛନ୍ତି ଏମ୍ସର ଅଙ୍କୋଲୋଜି-ହେମାଟୋଲୋଜି ବିଭାଗର ଡାକ୍ତର । ଶିଶୁ କର୍କଟ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏମ୍ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଶିଶୁ କର୍କଟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଭୁବନେଶ୍ୱର ଏମ୍ସ ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ ।

Advertisment

ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଙ୍କୋଲୋଜି-ହେମାଟୋଲୋଜି ବିଭାଗ ପକ୍ଷରୁ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ ଆରମ୍ଭ
ହେବାକୁ ଯାଉଛି ।...

AIIMS-Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ