Astrospeak
  • Live TV
  • Read In English

World Stroke Day 2023: ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର

ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ୬ଟି ସୂତ୍ର।

World Stroke Day 6 Tips how to prevent stroke
ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର

ବିଶ୍ୱ ସ୍ତରରେ ଷ୍ଟ୍ରୋକର ବିପଦ ବଢିବାରେ ଲଗିଛି। ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି।


ଷ୍ଟ୍ରୋକ୍‌ର ବଢୁଥିବା ବିପଦକୁ ରୋକିବା ପାଇଁ ଏବଂ ଏହାର ଉପଚାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଷ୍ଟ୍ରୋକ୍ ପୀଡିତଙ୍କୁ ଉତ୍ତମ ସେବା ଯୋଗେଇଦେବା ଦେଇ ପ୍ରତିବର୍ଷ ଅକ୍ଟୋବର ୨୯ରେ ‘ବିଶ୍ୱ ଷ୍ଟ୍ରୋକ୍‌ ଡେ’ ପାଳନ କରାଯାଏ। ପ୍ରତିବର୍ଷ ଏହି ଦିନ ପାଳନ କରିବା ପାଇଁ ଏକ ବିଶେଷ ଥିମ୍ ମଧ୍ୟ ଥାଏ।

ସାରା ବିଶ୍ୱରେ ଷ୍ଟ୍ରୋକ୍ ସଂଖ୍ୟା ବୃଦ୍ଧିକୁ ଦେଖି ୧୯୯୦ ଦଶକରେ ଏହା ସୃଷ୍ଟି ହୋଇଥିଲା। ୨୦୧୦ରେ, ବିଶ୍ୱ ଷ୍ଟ୍ରୋକ୍‌ ସଂଗଠନ ସଚେତନତା ଅଭାବ ଏବଂ ଏହାର ନିରାକରଣ ଏବଂ ଚିକିତ୍ସାର ସଠିକ୍ ପରିଚାଳନା ଅଭାବ ହେତୁ ମୃତ୍ୟୁହାରକୁ ରୋକିବା ନେଇ ଷ୍ଟ୍ରୋକ୍‌କୁ ଏକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।

ବିଶ୍ୱ ଷ୍ଟ୍ରୋକ୍‌ କଂଗ୍ରେସ ପ୍ରଥମେ ୨୦୦୪ ମସିହାରେ ଏହି ଦିନ କାନାଡାରେ ପାଳନ କରିଥିଲା। ଏହାର ଦୁଇ ବର୍ଷ ପରେ, ୨୦୦୬ ମସିହାରେ, ଏହି ଦିନକୁ ଜନସଚେତନତା ପାଇଁ ଘୋଷଣା କରାଯାଇଥିଲା। ୨୦୦୬ରେ, ୱାର୍ଲ୍ଡ ଷ୍ଟ୍ରୋକ୍‌ ଫେଡେରେସନ୍ ଏବଂ ଆନ୍ତର୍ଜାତୀୟ ଷ୍ଟ୍ରୋକ୍‌ ସୋସାଇଟିର ମିଳିତ ଆନୁକୂଲ୍ୟରେ ୱାର୍ଲ୍ଡ ଷ୍ଟ୍ରୋକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ (WSO) ବିଭିନ୍ନ ପ୍ଲାଟଫର୍ମରେ ‘ୱାର୍ଲ୍ଡ ଷ୍ଟ୍ରୋକ୍‌ ଡେ’ (WSD) ପାଳନ କରିଆସୁଛି।

ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାର ୬ଟି ସୂତ୍ର: