ଦେଶ ଦୁନିଆର ସମ୍ବାଦ ଦେଉଥିବା ରେଡିଓ ଆଜି ସ୍ମୃତି ହୋଇ ଆସିଲାଣି। ଏହି ଲୋକପ୍ରିୟ ଯନ୍ତ୍ରଟି ଆଉ ପ୍ରାୟ କାହା ଘରେ ଦେଖାଯାଉନି। ହେଲେ ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ।
ଇତିହାସ:
ସାଧାରଣତଃ ବିଶ୍ୱାସ କରାଯାଏ ଯେ ପ୍ରଥମ ରେଡିଓ ପ୍ରସାରଣ ୧୮୯୫ ମସିହାରେ ଗୁଗ୍ଲିଲ୍ମୋ ମାର୍କୋନୀଙ୍କ ଦ୍ୱାରା କରାଯାଇଥିଲା। କିନ୍ତୁ ଏହା ପରୀକ୍ଷାମୂଳକ ଭାବେ ପ୍ରାୟ ୧୯୦୫–୧୯୦୬ ମସିହାରେ ଅସ୍ତିତ୍ୱକୁ ଆସିଥିଲା।
Also Read
୧୯୨୦ ଦଶକ ପୂର୍ବରୁ ରେଡିଓ ବ୍ୟବସାୟିକ ରୂପରେ ଅସ୍ତିତ୍ୱକୁ ଆସିଥିଲା। ପ୍ରାୟ ତିନି ଦଶନ୍ଧି ପରେ ରେଡିଓ ଷ୍ଟେସନ୍ଗୁଡ଼ିକ ସୃଷ୍ଟି ହେଲା ଏବଂ ୧୯୫୦ ଦଶକ ସୁଦ୍ଧା ରେଡିଓ ଏବଂ ପ୍ରସାରଣ ପ୍ରଣାଳୀ ସମଗ୍ର ବିଶ୍ୱରେ ଏକ ସାଧାରଣ ଜିନିଷ ହୋଇଗଲା।
ଅଧିକ ପଢନ୍ତୁ: ଦୁଦୁରା ଫଳ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗାନ୍ଧୀ; କାହିଁକି ଜାଣନ୍ତୁ…
ପ୍ରାୟ ୬୦ବର୍ଷ ପରେ, ୨୦୧୧ରେ, ୟୁନେସ୍କୋ ସଦସ୍ୟ ରାଷ୍ଟ୍ରମାନେ ୧୩ ଫେବୃଆରୀକୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କରିଥିଲେ। ୨୦୧୩ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହା ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା।
ସ୍ପେନ୍ର ଏକ ପ୍ରସ୍ତାବ ପରେ ୟୁନେସ୍କୋ କାର୍ଯ୍ୟନିର୍ବାହୀ ବୋର୍ଡ ୨୦୧୧ ରେ ୟୁନେସ୍କୋ ଦ୍ୱାରା ନିଆଯାଇଥିବା ଏକ ପରାମର୍ଶ ପ୍ରକ୍ରିୟାକୁ ଆଧାର କରି ସାଧାରଣ ସମ୍ମିଳନୀରେ ‘ବିଶ୍ୱ ରେଡିଓ ଦିବସ’ ଘୋଷଣା କରିବାକୁ ସୁପାରିଶ୍ କରିଥିଲା। ଏହା ପରେ ୟୁନେସ୍କୋର ତତ୍କାଳୀନ ମହାନିର୍ଦ୍ଦେଶକ ମିଳିତ ଜାତିସଂଘ ରେଡିଓ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ୧୩ ଫେବୃଆରୀ ୧୯୪୬ରେ ଏବଂ ପରବର୍ତ୍ତୀ ସମୟରେ ଏହାର ୩୬ ତମ ଅଧିବେଶନରେ ୟୁନେସ୍କୋ ୧୩ ଫେବୃଆରୀ ୧୩କୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କଲା।
ମିଳିତ ଜାତିସଂଘର ସାଧାରଣ ସଭା ୧୪ ଜାନୁଆରୀ ୨୦୨୩ ରେ ୟୁନେସ୍କୋର ‘ବିଶ୍ୱ ରେଡିଓ ଦିବସ’ ଘୋଷଣାକୁ ଆନୁଷ୍ଠାନିକ ଭାବେ ସମର୍ଥନ କଲା। ଏହାର ୬୭ ତମ ଅଧିବେଶନରେ ମିଳିତ ଜାତିସଂଘ ୧୩ ଫେବୃଆରୀକୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କରି ଏକ ପ୍ରସ୍ତବ ଗ୍ରହଣ କଲା।
ମହତ୍ତ୍ୱ:
ମିଳିତ ଜାତିସଂଘ ଅନୁଯାୟୀ, ରେଡିଓର ମହତ୍ତ୍ୱ ବିଷୟରେ ଜନସାଧାରଣ ତଥା ଗଣମାଧ୍ୟମ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ହେଉଛି ‘ବିଶ୍ୱ ରେଡିଓ ଦିବସ’ର ଉଦ୍ଦେଶ୍ୟ। ଏହି ଦିନଟି ମଧ୍ୟ ରେଡିଓ ଷ୍ଟେସନ୍କୁ ନିଜ ମାଧ୍ୟମରେ ସୂଚନା ପ୍ରଦାନ କରିବା ତଥା ପ୍ରସାରଣକାରୀଙ୍କ ମଧ୍ୟରେ ନେଟ୍ୱାର୍କିଂ ଏବଂ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖେ।