Advertisment

World Health Day 2024: ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ୪ଟି ସରଳ ଉପାୟ

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।

ଅଦ୍ୟତନ ହୋଇଛି
World Health Day 2024 Know 4 fitness tips for perfect body

World Health Day 2024 Know 4 fitness tips for perfect body

Advertisment

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପ୍ରତିବର୍ଷ ୦୭ ଏପ୍ରିଲରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସୁସ୍ଥ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା। ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସ୍ଥାପନ ଦିନରେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ଏବଂ ପରସ୍ପରଠାରୁ ଶିଖିବାକୁ ଉତ୍ସାହିତ କରେ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରତିଷ୍ଠାର ବାର୍ଷିକୀ ପାଳନ ପାଇଁ ୧୯୪୮ ମସିହାରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଦେଶମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୁଏ, ଯେଉଁଥିରେ ସ୍ୱାସ୍ଥ୍ୟ ସଚେତନତା ଶିବିର, ସ୍ୱାସ୍ଥ୍ୟ ମେଳା ଏବଂ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ୧୯୫୦ ମସିହାରେ ପ୍ରଥମ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା।

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ପ୍ରତିବର୍ଷ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ଏକ ବିଶେଷ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ୍ ହେଉଛି ହେଉଛି ‘ମୋ ସ୍ୱାସ୍ଥ୍ୟ, ମୋ ଅଧିକାର’।

Advertisment

ପୌଷ୍ଟିକ ଖାଦ୍ୟ:

ଫିଟନେସ୍ ବିଶେଷଜ୍ଞଙ୍କ ଅନୁଯାୟୀ, ସାଧାରଣତଃ ସ୍ନାକ୍ସ ଖାଉଥିବା ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ। ଏହା ବଦଳରେ ତରଭୁଜ ଏବଂ କାକୁଡି ପରି ଜଳୀୟ ଅଂଶରେ ଭରପୂର ଥିବା ଫଳ ଏବଂ ପନିପରିବା ସହିତ ଆରମ୍ଭ କରିବା ଉଚିତ। ଏହା ବ୍ୟତୀତ ସୁସ୍ଥ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍‌ର ସଠିକ୍ ଅନୁପାତ ବାଛିବା ଉଚିତ। ଏହା ଆପଣଙ୍କୁ ଦୀର୍ଘ ସମୟ ପାଇଁ ଶକ୍ତିଶାଳୀ ଅନୁଭବ କରେଇବ।

କ୍ୟାଲୋରୀ କାଉଣ୍ଟ:

ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ତୁଳନାରେ ଆମକୁ ଫ୍ୟାଟ୍‌ର ମାତ୍ରା ହ୍ରାସ କରିବାକୁ ପଡିବ। ଫ୍ୟାଟ୍‌ରେ କ୍ୟାଲୋରୀ ଦ୍ୱିଗୁଣିତ ହୋଇଯାଏ। ଏହା ପରିବର୍ତ୍ତେ ଅଧିକ ପୋଷକ ତତ୍ତ୍ୱ, କମ୍ କ୍ୟାଲୋରୀ ଫଳ ଏବଂ ପନିପରିବା ଖାଇବା ଜରୁରୀ। ପ୍ରାୟତଃ ଲୋକମାନେ କେବଳ ଭୋକ ମେଣ୍ଟାଇବା ପାଇଁ କିଛି ଖାଆନ୍ତି, ଏହା ଠାରୁ ଦୂରେଇ ରହିବା ଉଚିତ। ଭୋକ ମେଣ୍ଟେଇବା ସହ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡୁଥିବା ଖାଦ୍ୟ ଖାଇବା ଜରୁରୀ।

Advertisment

ମାନସିକ ସ୍ୱାସ୍ଥ୍ୟ:

ଓଜନ ହ୍ରାସରେ ଚାପର ମହତ୍ୱପୂର୍ଣ୍ଣ ପ୍ରଭାବ ପଡିଥାଏ। ଏହା ଆପଣଙ୍କ ଶରୀରରେ କର୍ଟିସୋଲକୁ ପ୍ରଭାବିତ କରିଥାଏ, ଯାହା ଓଜନ ହ୍ରାସ କରିବାରେ ବାଧା ସୃଷ୍ଟି କରିଥାଏ। ତେଣୁ ଯୋଗ, ଧ୍ୟାନ ଏବଂ ସୁସ୍ଥ ମାନସିକତା ଦ୍ୱାରା ଆପଣ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ।

ପ୍ରୋଟିନ୍ ଗ୍ରହଣରେ ଯତ୍ନ:

ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ୍ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞଙ୍କ ମତରେ ଏନେଇ ଶରୀର ପାଇଁ ପ୍ରତିଦିନ ୧.୫ କିଲୋଗ୍ରାମରୁ ୨.୦ କିଲୋଗ୍ରାମ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ।

World Health Day Health Tips Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ