ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।
ପ୍ରଥମ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ୨୧ ମାର୍ଚ୍ଚ ୨୦୧୨ ରେ ପାଳନ କରାଯାଇଥିଲା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଜାତିସଂଘ ସାଧାରଣ ସଭା ସମସ୍ତ ସଦସ୍ୟ ରାଷ୍ଟ୍ର, ମିଳିତ ଜାତିସଂଘ ବ୍ୟବସ୍ଥାର ସମ୍ପୃକ୍ତ ସଂଗଠନ ତଥା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ତଥା ବେସରକାରୀ ସଂସ୍ଥା ଓ ବେସରକାରୀ କ୍ଷେତ୍ର ସମେତ ନାଗରିକ ସମାଜକୁ ସମ୍ମାନର ସହିତ ଆମନ୍ତ୍ରଣ କରିଥିଲା।
Also Read
ଚଳିତ ବର୍ଷର ଥିମ୍:
ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ପାଳନ କରାଯାଏ। ଏଥର ୧୩ ତମ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ପାଳନ ହେଉଛି। ଚଳିତ ବର୍ଷର ଥିମ୍ ହେଉଛି “ଷ୍ଟେରିଓଟାଇପ୍ର ସମାପ୍ତ”।
କ’ଣ ଏହି ଡାଉନ୍ ସିଣ୍ଡ୍ରୋମ୍:
ଡାକ୍ତରୀ ଭାଷାରେ ଡାଉନ୍ ସିଣ୍ଡ୍ରୋମ୍କୁ ଟ୍ରାଇସୋମି-21 ମଧ୍ୟ କୁହାଯାଏ। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ବ୍ୟକ୍ତିର ଶରୀରରେ ସାଧାରଣ ଅପେକ୍ଷା ଅଧିକ କ୍ରୋମୋଜୋମ୍ ଦେଖାଦିଏ। କ୍ରୋମୋଜୋମ୍ ହେଉଛି ଜିନ୍ର ଏକ ଶୃଙ୍ଖଳା(ସିଣ୍ଡ୍ରୋମ୍) ଯାହା ଆମ ଶରୀର କିପରି ନିର୍ମାଣ ହେବ ଏବଂ ଆମ ଶରୀର କିପରି ବିକାଶ ହେବ ତାହା ସ୍ଥିର କରେ।
କୌଣସି କାରଣରୁ ଏହି ସିଣ୍ଡ୍ରୋମ୍ରେ ବ୍ୟତିକ୍ରମ ଦେଖାଯାଏ। ଏହି ଅବସ୍ଥାରେ ବ୍ୟକ୍ତିର ଶରୀର ସଠିକ୍ ଭାବରେ ବିକଶିତ ହୁଏ ନାହିଁ। ଚିନ୍ତା କରିବାର କ୍ଷମତା ପ୍ରଭାବିତ ହେବା ସହ ଦେଖିବା କିମ୍ବା ଶୁଣିବାରେ ଅସୁବିଧା ହୁଏ ଏବଂ ଅନେକ ଗୁରୁତର ଚିକିତ୍ସାର ସମ୍ମୁଖୀନ ହେବାକୁ ପଡେ। ୱାର୍ଲ୍ଡ ଡାଉନ୍ ସିଣ୍ଡ୍ରୋମ୍ ୱେବସାଇଟ୍ ଅନୁଯାୟୀ, ଏହି ଅବସ୍ଥା ୮୦୦ ପିଲାଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖିବାକୁ ମିଳେ।
ଶାରୀରିକ ଲକ୍ଷଣ:
- ଆଖି ବାଦାମ ଆକୃତିର ବା ଛୋଟ କି ବଡ ହୋଇଯିବା
- ନାକ ଚାରିପାଖରେ ମୁହଁ ଚେପ୍ଟା ହୋଇଯିବା
- ବେକ, କାନ, ହାତ-ପାଦ ଛୋଟ ହୋଇଯିବା
- ମାଂସପେଶୀ ଦୁର୍ବଳ ହୋଇଯିବା
- ଶରୀର ଛୋଟ ହେବା।
୪ଟି ରୋଚକ ତଥ୍ୟ :
- ୨୫୦୦ ବର୍ଷ ପୂର୍ବରୁ ଡାଉନ୍ ସିଣ୍ଡ୍ରୋମ୍ର ପ୍ରମାଣ ବାସନ ଏବଂ ଚିତ୍ରରେ ଦେଖିବାକୁ ମିଳିଥିଲା।
- ଏହି ସିଣ୍ଡ୍ରୋମକୁ ଇଂରାଜୀ ଡାକ୍ତର ଜନ୍ ଲାଙ୍ଗଡନ୍ ଡାଉନ୍ ନାମରେ ନାମିତ କରାଯାଇଥିଲା
- ଅଲ୍ଟ୍ରାସାଉଣ୍ଡ୍ ଏବଂ ରକ୍ତ ନମୁନା ସାହାଯ୍ୟରେ ଗର୍ଭଧାରଣର ପ୍ରଥମ ଦିନରେ ଏହି ଅବସ୍ଥା ଚିହ୍ନଟ କରାଯାଇପାରେ
- ୧୯୬୦ରେ ଏହି ଅବସ୍ଥାରେ ଥିବା ପିଲା ୧୦ ବର୍ଷ ବଞ୍ଚିବାର ସମ୍ଭାବନା ଥିଲା, କିନ୍ତୁ ଆଜି ଉନ୍ନତ ଚିକିତ୍ସା ସେବା ସହିତ ସେମାନେ ୬୦ କିମ୍ବା ଅଧିକ ବର୍ଷ ବଞ୍ଚିବାର ସମ୍ଭାବନା ରହିଛି।