Advertisment

ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି

ଅଦ୍ୟତନ ହୋଇଛି
Biraja Ratha

Biraja Ratha

Advertisment
Biraja RathaBiraja Ratha

ଯାଜପୁର(ସଞ୍ଜୀବ ନାୟକ): ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଶୁଭ ସୁନିଆ ଠାରୁ ଦେବୀଙ୍କ ବନଯାଗ ଯାତ୍ରା ପରେ ବିରଜାଙ୍କ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ପୂର୍ବ ବର୍ଷ କରୋନା କଟକଣାରେ ପୂଜା ଏବଂ ରଥଟଣାରେ ଭକ୍ତଙ୍କୁ ମନା ଥିବା କାରଣରୁ ପୋଲିସ ଓ ସେବାୟତ ରଥ ଯାତ୍ରା କରିଥିଲେ। କିନ୍ତୁ ଚଳିତ ବର୍ଷ ମନ୍ଦିରକୁ ଭକ୍ତଙ୍କୁ ଅନୁମତି ରହିଛି। ତେବେ ଦେବୀଙ୍କ ରଥ ଯାତ୍ରାରେ ଭକ୍ତ ସାମିଲ ହେବେ କି ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

ରଥଖଳାରେ ଚାଲିଛି ମା’ ବିରଜାଙ୍କ ସିହଂଧ୍ୱଜ ରଥ ନିର୍ମାଣ। ବିଶ୍ୱକର୍ମା ଲାଗି ପଡିଛନ୍ତି ରଥ ନିର୍ମାଣରେ । ଦେବୀଙ୍କର ୧୨ ଚକ ବିଶିଷ୍ଟ ସିହଂଧ୍ୱଜ ରଥ ୮୮୨ ଖଣ୍ଡ କାଠରେ ନିର୍ମାଣ ହେଉଥିବା ବେଳେ ଏହାର ଉଚ୍ଚତା ୩୬ ହାତ ୧୬ ଆଙ୍ଗୁଳି ଓ ଲମ୍ବ ୧୪ ହାତ ୪ ଆଙ୍ଗୁଳି ଏବଂ ଚଉଡା ୧୧ ହାତ ୯ ଆଙ୍ଗୁଳି ରହିଛ। ରଥର ସାରଥୀ ସ୍ୱୟଂ ବ୍ରହ୍ମା ହୋଇଥିବା ବେଳେ ନବ ଗ୍ରହ , ଦଶ ଦିଗପାଳ ଓ ଦଶାବତାର ରଥ ପାର୍ଶ୍ୱରେ ଶୋଭା ପାଆନ୍ତି । ୫୧ ଗୋଟି ଶକ୍ତି ପୀଠ ମଧ୍ୟରୁ ଦେବୀ ବିରଜା ଅନ୍ୟତମ ହୋଇଥିବାରୁ କେବଳ ବିରଜାଙ୍କ ଛଡା ଆଉ କୌଣସି ପୀଠରେ ଶାରଦୀୟ ଦୁର୍ଗାପୂଜା ସମୟରେ ରଥଯାତ୍ରା ଅନୁଷ୍ଠିତ ହୁଏନାହିଁ । ଶାରଦୀୟ ପୂଜା ସମୟରେ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ବାହାରି ରଥାରୂଢ ହୋଇ ନବ ଦିନ ବ୍ୟାପି ଯାତ୍ରା କରନ୍ତି। ପ୍ରତ୍ୟେକ ଦିନ ଥରଟିଏ ମନ୍ଦିର ବେଢା ପରିକ୍ରମା କରିବାର ପରମ୍ପରା ରହିଛି । କିନ୍ତୁ ବର୍ତମାନର କରୋନା କଟକଣାରେ ଭକ୍ତଙ୍କୁ ଦେବୀ ଦର୍ଶନର ଅନୁମତି ରହିଛି କିନ୍ତୁ ଚଳିତ ବର୍ଷ ରଥଯାତ୍ରା ଭକ୍ତ ଯୁକ୍ତ ହେବ ନା ପୂର୍ବ ବର୍ଷ ପରି କେବଳ ସେବାୟତ ଓ ପୋଲିସ ମା’ ଙ୍କ ରଥ ଟାଣିବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।

Advertisment

ବର୍ଷକରେ ଥରେ ସିଂହଧ୍ୱଜ ରଥରେ ମା’ ବିରାଜମାନ କରି ୯ଦିନ ମନ୍ଦିର ଚର୍ତୁପାର୍ଶ୍ୱ ଭ୍ରମଣ କରିବା ସହ ମହିଷାସୁରକୁ ନିଧନ କରିବାର ପରମ୍ପରା ରହିଛି। ଦୁର୍ଗାପୂଜାରେ ମା’ ବିରଜା ରଥରେ ନବଦିନ ବିଜେ କରି ମହିଷାଶୁରକୁ ବଦ୍ଧ କରିବା ପରମ୍ପରା ଅନ୍ୟ କୌଣସି ପୀଠରେ ଦେଖାଯାଏ ନାହିଁ । ବିଶ୍ୱାସ ରହିଛି ନବରାତ୍ର ବ୍ରତ ଉପବାସ କରୁଥିବା ଭକ୍ତ ମାନେ ଦେବୀ ରଥକୁ ସ୍ପର୍ଶ କଲେ ଜୀବନର ସମସ୍ତ ଦୁଃଖ ପାପ ବିନାଶ ହୋଇ ବହୁ ପୁଣ୍ୟ ମିଳିଥାଏ । ତା’ ସହିତ ଏହି ସମୟରେ ପିତୃପକ୍ଷ ପିଣ୍ଡଦାନ ପଡୁଥିବାରୁ ନାଭିଗୟାରେ ପିଣ୍ଡ ଦାନ ଲାଗି କେବଳ ରାଜ୍ୟ ନୁହେଁ ବରଂ ବାହାର ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଯାଜପୁରକୁ ଛୁଟିଥାଏ। ଏଭଳି ସ୍ଥଳେ ଶାରଦୀୟ ପୂଜା ଓ ରଥ ଯାତ୍ରା ସମୟରେ କରୋନା କଟକଣା ସାମାନ୍ୟ ହ୍ରାସ କରିବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ। ସେପଟେ ଯାଜପୁର ଜିଲ୍ଲାପାଳ କହିଛନ୍ତି ସରକାର ଯାହା ମାର୍ଗଦର୍ଶିକା ଦେବେ ସେହି ଅନୁସାରେ ପୂଜା ଏବଂ ପରମ୍ପରା ଅନୁସାରେ ରଥଯାତ୍ରା ହେବ। ଗତ ବର୍ଷ କେବଳ କୋଭିଡ କଟକଣାରେ ୧୪୪ ଧାରା ଲଗାଯାଇ ରୀତିନିତି ପାଳନ କରାଯାଇଥିଲା। ତେବେ ଏସନ ତାହା ହେବ କି ନାହିଁ ତାହାକୁ ଅପେକ୍ଷା ରହିଛି।

Biraja Ratha Jatra Durga Puja 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ