Advertisment

ଅକ୍ଟୋବର ୫କୁ ବିଶ୍ୱ କାହିଁକି ପାଳନ କରୁଛି ଗୁରୁ ଦିବସ

ସାରା ବିଶ୍ୱ ଅକ୍ଟୋବର ୫କୁ ଗୁରୁ ଦିବସ ଭାବେ ପାଳନ କରୁଛି। ଏହା ପଛରେ କ’ଣ ରହିଛି ଗୁରୁତ୍ୱ? କେବେଠୁ ଆରମ୍ଭ ହୋଇଛି ଏହି ଦିବସ? ଚଳିତ ବର୍ଷର କ’ଣ ରହିଛି ବିଷୟ ବସ୍ତୁ, ଜାଣିବା ପାଇଁ ପଢନ୍ତୁ…

ଅଦ୍ୟତନ ହୋଇଛି
Why world teachers day celebrated on 5 october

Why world teachers day celebrated on 5 october

Advertisment

ପ୍ରତିବର୍ଷ ଅକ୍ଟୋବର ୫କୁ ସମଗ୍ର ବିଶ୍ୱ ଗୁରୁ ଦିବସ ପାଳନ କରେ। ଛାତ୍ରମାନଙ୍କ ପାଇଁ ଶିକ୍ଷକଙ୍କ ଥିବା ଅବଦାନ ନେଇ ଏହି ଦିନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଏ। ଏହି ଦିନ ଅନେକ ଲୋକ ଏକାଠି ଭୋଇ ବିଶ୍ୱ ସ୍ତରରେ ତଥା ଦେଶରେ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ଲୋକଲୋଚନକୁ ଆଣନ୍ତି। ଏହିସବୁ ସମସ୍ୟାର ସମାଧାନ ଖୋଜିବା ପାଇଁ ବୈଠକ, ସମ୍ମିଳନୀ ଆଦି କରାଯାଏ।

Advertisment

ଚଳିତ ବର୍ଷର ବିଶ୍ୱ ଗୁରୁ ଦିବସର ବିଷୟବସ୍ତୁ ହେଉଛି 'ଶିକ୍ଷାରେ ପରିବର୍ତ୍ତନ ଶିକ୍ଷକମାନଙ୍କଠାରୁ ଆରମ୍ଭ'। ୟୁନେସ୍କୋ, ଆଇଏଲ୍ଏ ଏବଂ ଏଜୁକେସ୍‌ନାଲ୍ ଇଣ୍ଟରନ୍ୟାସ୍‌ନାଲ୍‌ର ଅଧିକାରୀଙ୍କ ଦ୍ୱାରା ଜାରି ଏକ ମିଳିତ ବାର୍ତ୍ତାରେ କୁହାଯାଇଛି ଯେ “ବିଶ୍ୱ ଶିକ୍ଷକ ଦିବସରେ ଆମେ ଛାତ୍ରମାନଙ୍କର ସାମର୍ଥ୍ୟକୁ ପରିବର୍ତ୍ତନ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପାଳନ କରୁଛୁ। ଶିକ୍ଷକମାନେ ନିଶ୍ଚିତ କରନ୍ତି ଯେ ଛାତ୍ରମାନଙ୍କ ପାଖରେ ନିଜ ପାଇଁ, ଅନ୍ୟମାନଙ୍କ ପାଇଁ ଏବଂ ବିଶ୍ୱ ପାଇଁ ଦାୟିତ୍ୱ ନେବାର ଆବଶ୍ୟକୀୟ ଉପକରଣ। ଶିକ୍ଷକମାନଙ୍କୁ ବିଶ୍ୱାସ କରାଯାଉ ଏବଂ ଜ୍ଞାନ ଦାତା ଭାବରେ ସ୍ୱୀକୃତି ଦିଆଯାଉ।”

କିପରି ଆରମ୍ଭ ହେଲା ବିଶ୍ୱ ଗୁରୁ ଦିବସ:

୧୯୯୪ ରେ ୟୁନେସ୍କୋ ଦ୍ୱାରା ଅକ୍ଟୋବର ୫କୁ ବିଶ୍ୱ ଗୁରୁ ଦିବସ ଭାବରେ ଘୋଷଣା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୟୁନେସ୍କୋ / ଆଇଏଲ୍ଏ ଦ୍ୱାରା ସୁପାରିଶ କରାଯାଇଥିବା ନିୟମଗୁଡିକୁ ଗ୍ରହଣ କରିବା। ପ୍ୟାରିସ୍‌ରେ ୟୁନେସ୍କୋ ଦ୍ୱାରା ଆୟୋଜିତ ଆନ୍ତଃ - ସରକାରୀ ସମ୍ମିଳନୀର ଏହା ଏକ ଅଂଶ ଥିଲା, ଯାହା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ସହଯୋଗରେ ଶିକ୍ଷକଙ୍କ ସ୍ଥିତିକୁ ସ୍ୱୀକୃତି ଦେଇଥିଲା।

Advertisment

ପ୍ରସ୍ତାବିତ ପଦ୍ଧତି ଗ୍ରହଣ କରିବା ପରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଅକ୍ଟୋବର ୫କୁ ବିଶ୍ୱ ଗୁରୁ ଦିବସ ଭାବରେ ଘୋଷଣା କରିଲା।

ଏହାର ଗୁରୁତ୍ୱ କ’ଣ:

ବିଶ୍ୱ ଶିକ୍ଷକ ଦିବସ ମାଧ୍ୟମରେ ଏହି ଦିନ ସାରା ବିଶ୍ୱରେ ଶିକ୍ଷକମାନଙ୍କ ସଫଳତା, ଅବଦାନ ଏବଂ ପ୍ରୟାସକୁ ଅବଗତ କରାଯାଏ। ଏହା ସହିତ ଶିକ୍ଷକମାନେ ଏହି ଦିନକୁ ପାଳନ କରି ଉତ୍ସାହିତ ହୁଅନ୍ତି। ବିଶ୍ୱବ୍ୟାପୀ ନୀତି ନିର୍ମାତା ଏବଂ ବିଶେଷଜ୍ଞମାନେ ମଧ୍ୟ ଏହି ଦିନକୁ ଶିକ୍ଷକ ବୃତ୍ତି ସମ୍ବନ୍ଧୀୟ ସମସ୍ୟାଗୁଡିକୁ ଚିହ୍ନଟ କରିବା ସହ ଏହାର ସମାଧାନ କରିବାର ବାଟ ବାହର କରନ୍ତି।

Advertisment

ଏହି ଦିନକୁ ପାଳନ କରିବା ପାଇଁ ବିଶ୍ୱର ଅନେକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଅନେକ ସ୍ଥାନରେ ଏହିଦିନ ଶିକ୍ଷକମାନଙ୍କ ପାଇଁ ଛୁଟିଦିନ ମଧ୍ୟ ରହିଥାଏ। କେତେକ ନୀତି ନିର୍ମାତା ଏବଂ ଶିକ୍ଷା ବିଶେଷଜ୍ଞମାନେ ସମଗ୍ର ବିଶ୍ୱରେ ଶିକ୍ଷକମାନଙ୍କ ସମସ୍ୟାକୁ ଆଲୋଚନା କରିବା ନେଇ ସମ୍ମିଳନୀର ଆୟୋଜନ କରନ୍ତି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତି। ଶିକ୍ଷକମାନଙ୍କର ମହତ୍ତ୍ୱକୁ ସାମ୍ନାକୁ ଆଣିବା ଏବଂ ଏହି ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ପ୍ରେରଣା ଦେବା ପାଇଁ ମଧ୍ୟ ଏହି ଦିବସକୁ ପାଳନ କରାଯାଏ।

Teachers Day 2022 World Teachers Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ