Advertisment

Valentines Day 2024: ପ୍ରେମ ପାଇଁ ଲଢି ଫାଶିରେ ଲଟକି ଯାଇଥିଲେ ଏହି ସନ୍ଥ; ପ୍ରେମକୁ କରିଦେଲେ ଚିର ସବୁଜ

ଭାଲେଣ୍ଟାଇନ୍ସ ଡେ’ ଆସିଗଲେ ସବୁ ପ୍ରେମୀଙ୍କ ମନ ଉତ୍ସାହରେ ଭରିଯାଏ। ଏହିଦିନ ସେମାନେ ନିଜ ମନ କଥାକୁ ମନର ମଣିଷ ଆଗରେ କହିବେ ବୋଲି ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
why valentines day celebrating on 14 february story behind it

why valentines day celebrating on 14 february story behind it

Advertisment

କୁହାଯାଏ ପ୍ରେମ ଶାଶ୍ୱତ, ପ୍ରେମ ପବିତ୍ର। ଏ ପୃଥିବୀ ପ୍ରେମରେ ହିଁ ବନ୍ଧା। କେହି ବି ପ୍ରେମରୁ ଅଲଗା ନୁହେଁ। କିଏ ଲୁଚି ଲୁଚି ପ୍ରେମ କରେ ତ ଆଉ କିଏ ପ୍ରେମ କରିବାକୁ କାହାକୁ ବି ଡରେନା। ସେଥିପାଇଁ ବର୍ଷର ୧୨ ମାସ ଭିତରୁ ଫେବୃଆରୀକୁ ପ୍ରେମର ମାସ ଭାବେ ବିବେଚନା କରାଯାଏ।

Advertisment

ଫେବୃଆରୀ ମାସ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକ ଉତ୍ସାହର ସହିତ ଭାଲେଣ୍ଟାଇନ୍ସ ସପ୍ତାହକୁ ଅପେକ୍ଷା କରନ୍ତି। ଏଥି ସହିତ, ଭାଲେଣ୍ଟାଇନ୍ସ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ।

ଭାଲେଣ୍ଟାଇନ୍‌ ଡେ’କୁ ପ୍ରେମ ଦିନ କୁହାଯାଏ। ସେଥିପାଇଁ ଫେବୃଆରୀ ୧୪ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର। ତେବେ ଆସନ୍ତୁ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବାର ପ୍ରକୃତ କାରଣ ଏବଂ ଏହିଦିନ ସହିତ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇବା।

Advertisment

ଇତିହାସ:

ଭାଲେଣ୍ଟାଇନ୍ସ ଡେ’ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା। ୨୭୦ ଖ୍ରୀଷ୍ଟାବ୍ଦରେ, ରୋମ୍‌ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୁଦ୍ଧରେ ଥିଲେ। ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ। କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମ୍‌ର ସୈନିକମାନଙ୍କ ଧ୍ୟାନ ଭଙ୍ଗକରିବ। ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ। ଏମିତି କି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ସେଣ୍ଟ୍ ଭାଲେଣ୍ଟାଇନଙ୍କ କାହାଣୀ:

ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟପଟେ ସେଣ୍ଟ୍‌ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ୍‌ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କଲେ ନାହିଁ ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ।

Advertisment

ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍‌ଙ୍କୁ ଫେବୃଆରୀ ୧୪ରେ ଫାଶୀ ଦିଆଯାଇଥିଲା। ଏହା ପରେ ଏହିଦିନ ରୋମ୍‌ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ଭାବରେ ପରିଚିତ ହେଲା ଏବଂ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ଚିନ୍ତାଧାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା।

କେବେ ହେଲା ଆରମ୍ଭ:

ରୋମାନ୍‌ ଫେଷ୍ଟିଭାଲ୍‌ରୁ ଭାଲେଣ୍ଟାଇନ୍ସ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ୍‌ ଭାଲେଣ୍ଟାଇନ୍ସ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ୍ସ ଡେ’ ଭାବରେ ରୋମ୍‌ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଥି ସହିତ, ୧୪ ଫେବୃଆରୀରେ ରୋମ୍‌ର ଅନେକ ସହରରେ ଜନବିବାହ ମଧ୍ୟ ଆୟୋଜିତ କରାଯାଏ।

Valentines Week Valentine's Day Special Valentine's Day 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ