Advertisment

World Public Transport Day 2024: କାହିଁକି ବ୍ୟବହାର କରିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା; ଜାଣନ୍ତୁ ୧୦ ଫାଇଦା

‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ବ୍ୟକ୍ତିଗତ କାର୍‌ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରେ। ଜାଣନ୍ତୁ ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ।

ଅଦ୍ୟତନ ହୋଇଛି
World Public Transport Day 2024

World Public Transport Day 2024

Advertisment

ଜନସାଧାରଣଙ୍କୁ ପରିବହନ ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ । ବ୍ୟକ୍ତିଗତ କାର୍‌ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଏହି ଦିନ ଗୁରୁତ୍ୱାରୋପ କରେ।

Advertisment

‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ସାରା ବିଶ୍ୱରେ ଲୋକଙ୍କୁ ବସ୍, ଟ୍ରାମ୍, ମେଟ୍ରୋ ଏବଂ ଟ୍ରେନ୍ ଭଳି ସର୍ବସାଧାରଣ ପରିବହନ ବିକଳ୍ପ ବ୍ୟବହାର କରିବାକୁ ଉତ୍ସାହିତ କରିଥାଏ। ଏହାଦ୍ୱାରା ସ୍ୱଚ୍ଛ ବାୟୁ, କମ୍ କାର୍ବନ ନିର୍ଗମନ ଏବଂ ଉତ୍ତମ ସହରୀ ଜୀବନ ପାଇଁ ଲାଭଦାୟକ ହୋଇଥାଏ।

ସହରୀକରଣ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତାକୁ ଦୃଷ୍ଟିରେ ରଖି ନିରନ୍ତର ପରିବହନ ସମାଧାନର ଆବଶ୍ୟକତା ରହିଛି। ସହରଗୁଡ଼ିକ ସମ୍ପ୍ରସାରିତ ହେବା ସହ କାରଗୁଡିକର ବ୍ୟବହାର ବଢିବା ସହିତ ଟ୍ରାଫିକ୍‌ ସମସ୍ୟା, ବାୟୁ ପ୍ରଦୂଷଣ ଏବଂ ସମ୍ବଳର ଅଭାବ ଭଳି ସମସ୍ୟା ମୁଣ୍ଡ ଟେକିଛି। ଏହିସବୁ କାରଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ପରିବହନ ବ୍ୟବସ୍ଥାର ଆବଶ୍ୟକତା ରହିଛି।

Advertisment

ସର୍ବସାଧାରଣ ପରିବହନ କ’ଣ:

ସର୍ବସାଧାରଣ ପରିବହନ ହେଇଛି ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଥିବା ଯାତ୍ରୀ ପରିବହନ ସେବାଗୁଡିକର ଏକ ସିଷ୍ଟମ । ଏହି ସେବାଗୁଡିକ ସାଧାରଣତଃ ସରକାରୀ ଏଜେନ୍ସି କିମ୍ବା ବେସରକାରୀ କମ୍ପାନୀ ଦ୍ୱାରା ପରିଚାଳିତ। ଏହି ସୁବିଧାର ଫାଇଦା ବିଶେଷ କରି ସେହିମାନେ ନେଇଥାନ୍ତି ଯେଉଁମାନେ ବ୍ୟକ୍ତିଗତ ଯାନ ଠାରୁ ଦୂରରେ ଥାଆନ୍ତି। କିମ୍ବା ଯେଉଁମାନେ ବ୍ୟକ୍ତିଗତ ଯାନ ବ୍ୟବହାର କରିବାକୁ ଚାହୁଁ ନ ଥାନ୍ତି। ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ସିଷ୍ଟମ ରହିଛି, ଯେପରିକି ବସ୍, ଟ୍ରାମ୍, ମେଟ୍ରୋ, କମ୍ୟୁଟର ଟ୍ରେନ୍, ଫେରି ଭଳି ଅନେକ କିଛି।

ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ:

  • ଟ୍ରାଫିକ ସମସ୍ୟା ହ୍ରାସ - ଜନସାଧାରଣ ପରିବହନ ଦ୍ୱାରା ରାସ୍ତାରେ ବ୍ୟକ୍ତିଗତ ଯାନର ସଂଖ୍ୟା କମ କରିଥାଏ, ଯାହାଦ୍ୱାରା ଟ୍ରାଫିକ୍‌ ସମସ୍ୟା କମିଯାଏ।
  • କମ ଅଙ୍ଗାରକାମ୍ଳ ନିର୍ଗମନ - ସର୍ବସାଧାରଣ ପରିବହନ ଘରୋଇ କାର୍‌ ଅପେକ୍ଷା ମାଇଲ ପ୍ରତି କମ୍ କମ ଅଙ୍ଗାରକାମ୍ଳ ନିର୍ଗମନ କରେ।
  • ଖର୍ଚ୍ଚ ସଞ୍ଚୟ - ଏକ ଘରୋଇ ଯାନର ମାଲିକାନା ତଥା ରକ୍ଷଣାବେକ୍ଷଣ ଅପେକ୍ଷା କମ ସର୍ବସାଧାରଣ ପରିବହନ ବ୍ୟବହାର କରିବା ଦ୍ୱାରା ଆର୍ଥିକ ଖର୍ଚ୍ଚ କମ ହୁଏ।
  • ସୁଗମତା - ଯେଉଁମାନଙ୍କ ପାଇଁ ବ୍ୟକ୍ତିଗତ ଯାନବାହାନ ଉପଭୋଗର ସୁବିଧା ନ ଥାଏ ସେମାନଙ୍କୁ ସର୍ବସାଧାରଣ ପରିବହନ ଏକ ଯାତାୟାତ ବିକଳ୍ପ ପ୍ରଦାନ କରିଥାଏ।
  • ପାର୍କିଂର ଚାହିଦା କମ - କମ କାର୍‌ର ଅର୍ଥ ହେଉଛି ଜନଗହଳିପୂର୍ଣ୍ଣ ସହରାଞ୍ଚଳରେ ପାର୍କିଂ ସ୍ଥାନ ପାଇଁ କମ୍ ଚାହିଦା।
  • ଶକ୍ତି ଦକ୍ଷତା - ମାଇଲ ପ୍ରତି ସର୍ବସାଧାରଣ ପରିବହନ ବ୍ୟବସ୍ଥା ଅଧିକ ଶକ୍ତି ଦକ୍ଷତା ପ୍ରଦାନ କରେ
  • ସାମଗ୍ରୀକ ବିକାଶ - ସୁଲଭ ସର୍ବସାଧାରଣ ପରିବହନ ଅର୍ଥନୈତିକ ଅଭିବୃଦ୍ଧିକୁ ବୃଦ୍ଧି କରେ ଏବଂ ସମସ୍ତଙ୍କ ମଙ୍ଗଳ କରେ।
  • ସୁରକ୍ଷା - ବ୍ୟକ୍ତିଗତ ଯାନ ଅପେକ୍ଷା ସର୍ବସାଧାରଣ ପରିବହନ ପ୍ରାୟତଃ ନିରାପଦ।
  • ସ୍ୱାସ୍ଥ୍ୟ ଉପକାରିତା - ପରିବହନ ସ୍ଥଳକୁ ପାଦରେ ଚାଲି ଯିବା ଦ୍ୱାରା ଶାରୀରିକ ବ୍ୟାୟାମ ହୋଇଥାଏ। 
  • ପରିବେଶ ସୁରକ୍ଷା - ସର୍ବସାଧାରଣ ପରିବହନ ପ୍ରଦୂଷଣ ହ୍ରାସ କରି ସମ୍ବଳ ସଂରକ୍ଷଣ କରେ ଓ ପରିବେଶକୁ ସୁରକ୍ଷା କରିବାରେ ସାହାଯ୍ୟ କରେ।
Advertisment
Transport Vehicles Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ