Advertisment

International Sex Workers Day: ଜଣେ ଯୌନ କର୍ମୀ ମଧ୍ୟ ସମ୍ମାନର ସହ ବଞ୍ଚିବା ଆବଶ୍ୟକ

ଆଜି ଅନ୍ତର୍ଜାତୀୟ ଯୌନ କର୍ମୀ ଦିବସ। ଲୋକେ ତ ନିଜର ଯୌନ ତୃଷ୍ଣାକୁ ଶାନ୍ତ କରିବା ପାଇଁ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଥା ହେବା ପାଇଁ ମଧ୍ୟ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ଆଉ ଟଙ୍କା ବି ଦିଅନ୍ତି। ଏହାର କାରଣ କ’ଣ…

ଅଦ୍ୟତନ ହୋଇଛି
International Sex Workers Day 2023

International Sex Workers Day 2023

Advertisment

ନିଜର ଯୌନ ତୃଷ୍ଣାକୁ ଶାନ୍ତ କରିବା ପାଇଁ ଲୋକେ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ଏହା ସମସ୍ତେ ଜାଣନ୍ତି। କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି କି ଲୋକେ କେବଳ କଥା ହେବା ପାଇଁ ମଧ୍ୟ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ବୋଲି। ଏହା ହୁଏତ ଆପଣଙ୍କୁ ଟିକେ ଅଜବ ଲାଗୁଥାଇ ପାରେ, କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ଦେଇ ସେମାନଙ୍କ ସହ କେବଳ କଥା ହୁଅନ୍ତି।

Advertisment

ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଜଣେ ପୁରୁଷ କାହିଁକି ଯୌନ ସମ୍ପର୍କ ନରଖି ସେମାନଙ୍କ ସହ କେବଳ କଥା ହେବାକୁ ଟଙ୍କା ଦେବ? ଏହାର ମଧ୍ୟ ଅନେକ କାରଣ ଅଛି। ଯଦି ଆପଣ ଏହାର କାରଣ ବିଷୟରେ ଜାଣିବାକୁ ଚାହାଁନ୍ତି ତେବେ ପଢନ୍ତୁ।

ଅଜଣା ଲୋକଙ୍କ ସହ ବ୍ୟକ୍ତିଗତ କଥା ହେବା ସହଜ ହୋଇଥାଏ:

ମଣିଷ ହେଉଛି ସାମାଜିକ ପ୍ରାଣୀ। ଯେ କୌଣସି ବ୍ୟକ୍ତି ହୁଅନ୍ତୁ ପଛେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ବା ଜଡିତ ରହିବାକୁ ପସନ୍ଦ କରନ୍ତି। ତେବେ ବନ୍ଧୁ ଏବଂ ପ୍ରିୟଜନଙ୍କ ଅପେକ୍ଷା ଅପରିଚିତ ବ୍ୟକ୍ତିଙ୍କ ସହିତ ଜଣେ ନିଜର ବ୍ୟକ୍ତିଗତ ସମସ୍ୟା ବାଣ୍ଟିବାକୁ ପ୍ରାୟତଃ ସହଜ ଅନୁଭବ କରନ୍ତି।

Advertisment

ଅଧିକ ପଢ଼ନ୍ତୁ: କେବେ ଓ କାହିଁକି ପାଳନ ହେଲା ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ

ପୁରୁଷମାନେ ଯୌନ କର୍ମୀଙ୍କୁ ଟଙ୍କା ଦେଇ ସଂପର୍କ ନରଖିବାର ଏକ ମୁଖ୍ୟ କାରଣ ହେଉଛି ସେମାନେ ତାଙ୍କ ସହ କିଛି ବ୍ୟକ୍ତିଗତ କଥା ହେବାକୁ ଚାହାନ୍ତି। ଏଭଳି କାମ କେବଳ ସେହି ପୁରୁଷମାନେ କରିବାକୁ ପସନ୍ଦ କରନ୍ତି ଯାହାଙ୍କ କଥାକୁ ଅନ୍ୟମାନେ ଶୁଣିବାକୁ ପସନ୍ଦ କରନ୍ତି ନାହିଁ।

ଏପରି ପୁରୁଷ ଯେଉଁମାନେ ନିଜକୁ ଏକାକୀ ଭାବନ୍ତି, ଅସୁବିଧା ସମୟରେ ସେମାନଙ୍କ ସହିତ କେହି ଠିଆ ହୁଅନ୍ତି ନାହିଁ। ଏନେଇ ସେମାନେ ଯୌନ କର୍ମୀଙ୍କୁ ଟଙ୍କା ଦେଇ ସେମାନଙ୍କ ସହ କେବଳ କଥା ହୁଅନ୍ତି। ଏହି ପୁରୁଷମାନେ ଏଭଳି କରି ବହୁତ ସୁଖ ପାଆନ୍ତି।

Advertisment

ଯୌନ କର୍ମୀଙ୍କୁ ବିଶ୍ୱାସ କରିନିଅନ୍ତି ପୁରୁଷ:

ଯେଉଁ ପୁରୁଷଙ୍କ ସହ କଥା ହେବା ପାଇଁ କେହି ନ ଥାନ୍ତି ସେମାନେ ଯେତେବେଳେ ଆବଶ୍ୟକ କରନ୍ତି ଯୌନ କର୍ମଚାରୀଙ୍କ ନିକଟକୁ ଯାଆନ୍ତି। ପୁରୁଷମାନେ ଅନୁଭବ କରନ୍ତି ଯେ ମାନସିକ ଅବସାଦକୁ ଦୂର କରିବା ପାଇଁ ଜଣେ ଯୌନ କର୍ମୀଙ୍କ ସହ କଥା ହେବା ଖୁବ ଭଲ ହୋଇଥାଏ।

ପୁରୁଷମାନେ ଯୌନ କର୍ମୀଙ୍କୁ ଶୀଘ୍ର ବିଶ୍ୱାସ କରି ନିଅନ୍ତି। ବେଳେବେଳେ ପୁରୁଷମାନେ ସେମାନଙ୍କ ସାଥୀ କିମ୍ବା ବନ୍ଧୁଙ୍କ ସହ କଥା ହେବା ଅପେକ୍ଷା ଯୌନ କର୍ମୀଙ୍କ ସହ କଥା ହେବାକୁ ଉଚିତ ମନେ କରନ୍ତି।

ଯୌନ କର୍ମୀଙ୍କ ସନ୍ତାନର ଅଧିକାର: 

ଜଣେ ଯୌନ କର୍ମୀଙ୍କର ପିଲା କେବଳ ଦେହ ବ୍ୟବସାୟ କରୁଥିବା କାରଣରୁ ନିଜ ମା’ଠାରୁ ଅଲଗା ହେବା ଉଚିତ୍ ନୁହେଁ। ଯୌନ କର୍ମୀ ଏବଂ ସେମାନଙ୍କର ପିଲାମାନେ ମଧ୍ୟ ମାନବିକତା ଏବଂ ସମ୍ମାନର ମୌଳିକ ସୁରକ୍ଷା ପାଇବା ଉଚିତ।
ଯଦି ଜଣେ ନାବାଳକ ଏକ ବେଶ୍ୟାଳୟରେ କିମ୍ବା ଯୌନ କର୍ମୀଙ୍କ ସହ ରହୁଥିବାର ଦେଖାଯାଏ, ତେବେ ସେହି ପିଲାଟି ମଧ୍ୟ ଦେହ ବ୍ୟବସାୟରେ ସାମିଲ୍ ଥିବ, ଏପରି ଭାବିବା ଉଚିତ ନୁହେଁ।

ଯଦି ଯୌନ କର୍ମୀ କୁହନ୍ତି ଯେ ସେ ତାଙ୍କ ପୁଅ / ଝିଅ, ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଅଲଗା କରାଯିବା ଉଚିତ ନୁହେଁ।

ସ୍ଵାସ୍ଥ୍ୟର ଯତ୍ନ:

ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ଯୌନ କର୍ମୀଙ୍କୁ ତୁରନ୍ତ ଚିକିତ୍ସା ସମେତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ଉଚିତ।

ଗଣମାଧ୍ୟମର ଭୂମିକା: 

ଏ କ୍ଷେତ୍ରରେ ଗଣମାଧ୍ୟମ ଅତ୍ୟନ୍ତ ଯତ୍ନବାନ ହେବା ଉଚିତ ଯେ ଗିରଫ, ଚଢାଉ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଯେପରି ଯୌନ କର୍ମୀଙ୍କ ପରିଚୟ ପ୍ରକାଶ ନ ହୁଏ। ସେ ପୀଡିତା ହୋଇଥାନ୍ତୁ କି ଅଭିଯୁକ୍ତ ଯେପରି ତାଙ୍କର କୌଣସି ଫଟୋଗ୍ରାଫ୍‌ ପ୍ରକାଶିତ କିମ୍ବା ପ୍ରସାରିତ ନ ହୁଏ।

Sex Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ