Advertisment

World Photography Day: ଗୋଟିଏ ଫଟୋଗ୍ରାଫ୍ ହିଁ କହିଦିଏ ଇତିହାସର କଥା

ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।

ଅଦ୍ୟତନ ହୋଇଛି
World Photography Day 2023

World Photography Day 2023

Advertisment

କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ। ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।

Advertisment

ଏମିତିରେ ଫଟୋ ସମସ୍ତଙ୍କ ପାଇଁ କିଛି ନା କିଛି ସ୍ୱତନ୍ତ୍ର ହୋଇଥାଏ, କାରଣ ସେମାନେ ନିଜ ଜୀବନ ସହିତ ଜଡିତ ଅତୀତର ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରିବାର ସୁଯୋଗ ପାଆନ୍ତି। ବିଶ୍ୱ ଇତିହାସରେ କିନ୍ତୁ ଫଟୋର ମହତ୍ତ୍ୱ ବୁଝିବା ମଧ୍ୟ ଆବଶ୍ୟକ। କାରଣ ଗୋଟିଏ ଫଟୋଗ୍ରାଫ୍ ହିଁ କହିଦିଏ ଆମ ଇତିହାସର କଥା।

ଇତିହାସ:

ଏକ ସଭ୍ୟତାର ଇତିହାସକୁ ପ୍ରକାଶ କରୁଥିବା ଫଟୋର ଇତିହାସ ବହୁ ପ୍ରାଚୀନ। ୧୮୩୭ ମସିହାରେ ଫ୍ରାନ୍ସରେ ବିଶ୍ୱ ଫଟୋଗ୍ରାଫି ଦିବସର ଉତ୍ସବ ଆରମ୍ଭ ହୋଇଥିଲା। ୧୯ ଅଗଷ୍ଟରେ ଫ୍ରାନ୍ସର ଜୋସେଫ ନାଇସ୍‌ଫୋର ଏବଂ ଲୁଇସ ଡଗର୍ ମିଶି ଏହି ଦିନ ଆରମ୍ଭ କରିଥିଲେ। ଏହା ପରେ ସେଠାରେ ଥିବା ତତ୍କାଳୀନ ସରକାର ଏହି ଦିନ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଉଛି।

Advertisment

ବିଶ୍ୱର ପ୍ରଥମ ଫଟୋ:

ଆଜିର ଯୁଗରେ ଫଟୋଗ୍ରାଫରମାନେ ଫଟୋଗ୍ରାଫ୍ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର କ୍ୟାମେରା ବ୍ୟବହାର କରୁଛନ୍ତି। ତେଣୁ ଗୋଟିଏ ସେକେଣ୍ଡରେ ଯେକୌଣସି ମୁହୂର୍ତ୍ତକୁ କ୍ୟାପ୍‌ଚର୍‌ କରିବାକୁ ସମସ୍ତଙ୍କ ହାତରେ ଏକ ସ୍ମାର୍ଟ ଫୋନ୍ ଅଛି। କିନ୍ତୁ ଯେତେବେଳେ ପ୍ରଥମ ଚିତ୍ର ଉତ୍ତୋଳନ ହେଲା ସେତେବେଳେ ଏହା କିପରି ସମ୍ଭବ ହେଲା?

୧୮୩୯ ମସିହାରେ ରବର୍ଟ କର୍ଣ୍ଣିଲିୟସ୍ ନାମକ ଜଣେ ବ୍ୟକ୍ତି ଫିଲାଡେଲ୍‌ଫିଆରେ ତାଙ୍କ ବାପାଙ୍କ ଦୋକାନର ଫଟୋ ଉଠାଇବା ପାଇଁ ଏକ କ୍ୟାମେରା ସେଟ୍ କରିଥିଲେ ଏବଂ ପରେ ଫଟୋ କ୍ଲିକ୍ କରିଥିଲେ। ସେତେବେଳେ ଫଟୋ ଉଠାଇବାର ପ୍ରାୟ ୩ ମିନିଟ୍ ପରେ ପୋଟ୍ରେଟ୍ ଚିତ୍ର ବାହାରିଥିଲା।

Advertisment

ଉଦ୍ଦେଶ୍ୟ:

ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଫଟୋଗ୍ରାଫି କଳାକୁ ପ୍ରୋତ୍ସାହିତ କରିବା। ଏହି କାରଣରୁ, ଏହି ଦିନ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଏବଂ ଫଟୋ ପ୍ରଦର୍ଶନୀ ମଧ୍ୟ ସେଥିରେ ଥାଏ। ଯାହା ମାଧ୍ୟମରେ ଦେଶର ପ୍ରସିଦ୍ଧ ଫଟୋଗ୍ରାଫରମାନଙ୍କ ଦ୍ୱାରା କ୍ଲିକ୍ ହୋଇଥିବା ବିରଳ ଫଟୋଗ୍ରାଫ୍ ପ୍ରଦର୍ଶିତ ହୁଏ।

ଥିମ୍:

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସବୁ ଦେଶରେ କିଛି ନା କିଛି କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏନେଇ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌ ରଖାଯାଏ। ଚଳିତ ବର୍ଷ ‘ବିଶ୍ୱ ଫଟୋଗ୍ରାଫି ଦିବସ’କୁ 'ଲ୍ୟାଣ୍ଡସ୍କେପ୍' ଥିମ୍‌ରେ ପାଳନ କରାଯିବ।

ଫଟୋଗ୍ରାଫର ଯୋଗେଶ ଭାଟିଆ:

World Photography Dayଫଟୋଗ୍ରାଫର ଯୋଗେଶ ଭାଟିଆ

ତେବେ ଏହି ବିଶ୍ୱ ଫଟୋଗ୍ରାଫି ଦିବସରେ ଆସନ୍ତି ଏପରି ଜଣେ ଫଟୋଗ୍ରାଫରଙ୍କୁ ଜାଣିବା, ଯିଏ ଗତ କିଛି ବର୍ଷ ତଳେ ଏକ ତୁଷାର ଚିତାବାଘର ବିରଳ ଫଟୋ କ୍ଲିକ୍ କରିଥିଲେ। ଏହି ଫଟୋଗ୍ରାଫର ହେଉଛନ୍ତି ଦିଲ୍ଲୀର ଯୋଗେଶ ଭାଟିଆ। ଯୋଗେଶ ଜଣେ ବନ୍ୟଜନ୍ତୁ ଫଟୋଗ୍ରାଫର ଯିଏ କୋଭିଡ ସମୟରୁ ଆନୁଷ୍ଠାନିକ ଭାବରେ ଫଟୋଗ୍ରାଫ ନେବା ଆରମ୍ଭ କରିଥିଲେ। ୬୫ ବର୍ଷ ଅତିକ୍ରମ କରିଥିବା ଯୋଗେଶ ଏହି ବୟସରେ ମଧ୍ୟ ଆହ୍ୱାନ ସହ ଲଢି ଗୋଟିଏ ଗୋଟିଏ ନୂଆ ସଫଳତା ହାସଲ କରୁଛନ୍ତି।

ଯୋଗେଶ ଭାଟିଆ ନିର୍ଭୟରେ ବିଭିନ୍ନ ବିପଦପୂର୍ଣ୍ଣ ଜାଗାକୁ ପ୍ରବେଶ କରି ଭାରତ ଏବଂ ଆଫ୍ରିକାର ଚିତାବାଘମାନଙ୍କ ଫଟୋଗ୍ରାଫ୍ ନେଇଛନ୍ତି। ଏ ବୟସରେ ସ୍ପିତି ଘାଟିର ୧୪ ହଜାର ଫୁଟ ଉଚ୍ଚରେ ଥଣ୍ଡା ତାପମାତ୍ରା ସହ୍ୟ କରି ଏଭଳି ଫଟୋଗ୍ରାଫ ନେଇ ତାଙ୍କର ନିରନ୍ତର ଉତ୍ସର୍ଗକୁ ପ୍ରତିଫଳିତ କରିଛନ୍ତି।

Photography Photographer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ