Advertisment

World Red Cross Day: କେବେ ଓ କାହିଁକି ପାଳନ ହୁଏ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’

ପ୍ରତିବର୍ଷ ଏକ ଥିମ୍‌କୁ ନେଇ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ। ଆସନ୍ତୁ ଜାଣିବା ଏହାର କାରଣ, ଇତିହାସ ଆଉ ମୂଳଭିତ୍ତି।

ଅଦ୍ୟତନ ହୋଇଛି
World Red Cross Day 2023

Why Celebrating World red cross day, theme and history

Advertisment

ଆନ୍ତର୍ଜାତୀୟ ରେଡ୍‌ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ଆନ୍ଦୋଳନର ମୂଳ ନୀତିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୮ ମେ’ରେ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରାଯାଏ। ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ରେଡ୍‌କ୍ରସ୍‌ର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି ଦିନ ପାଳନ କରାଯାଏ।

Advertisment

ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ।

ରେଡ୍‌କ୍ରସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମିଟି (ICRC)ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ, ୮ ମେ୧୮୨୮ ରେ ଜନ୍ମଗ୍ରହଣ କରିଥିଲେ। ରେଡ୍‌କ୍ରସ୍‌ ସୋସାଇଟିରେ ସାରା ବିଶ୍ୱରେ ଏହି ଦିନ ପାଳନ କରାଯାଏ। ଖାଦ୍ୟ ଅଭାବ, ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୱାର୍ଲ୍ଡ ରେଡ୍‌ କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ।

Advertisment

କେବେ ହେଲା ସ୍ଥାପନା:

ହେନେରୀ ଡୁନାଣ୍ଟ୍‌ ଜଣେ ସ୍ୱିସ୍‌ ବ୍ୟବସାୟୀ ଏବଂ ସାମାଜିକ କର୍ମୀ ଥିଲେ। ୧୯୦୧ ମସିହାରେ ତାଙ୍କୁ ବିଶ୍ୱର ପ୍ରଥମ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୧୮୬୩ ମସିହାରେ ରେଡ୍‌କ୍ରସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମିଟି ପ୍ରତିଷ୍ଠା କରିଥିଲେ।

ମହତ୍ତ୍ୱ:

ୱାର୍ଲ୍ଡ ରେଡ୍‌ କ୍ରସ୍ ସୋସାଇଟିର କାର୍ଯ୍ୟ ସର୍ବଦା ଜାରି ରହିଛି। ଯେକୌଣସି ରୋଗ କିମ୍ବା ଯୁଦ୍ଧ ସଙ୍କଟରେ, ସେମାନଙ୍କର ସ୍ୱେଚ୍ଛାସେବୀମାନେ ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ଥାଆନ୍ତି। ରେଡ୍ କ୍ରସ୍ ଦିବସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ପରସ୍ପର ପ୍ରତି ଦୟା ଦେଖେଇବା ନେଇ ପ୍ରୋତ୍ସାହିତ କରେ। ବିଶ୍ୱ ରେଡ୍ କ୍ରସ୍ ଦିବସ ସାରା ବିଶ୍ୱରେ ଶାନ୍ତିର ବାର୍ତ୍ତା ଦେଇଥାଏ।

Advertisment

ଖାଦ୍ୟ ଅଭାବରେ ପୀଡିତ ତଥା ଯୁଦ୍ଧ କିମ୍ବା କୌଣସି ମହାମାରୀ ରୋଗ ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକଙ୍କ ପାଇଁ ବିଶ୍ୱ ରେଡ୍‌ କ୍ରସ୍ ଦିବସକୁ ଉତ୍ସର୍ଗ କରାଯାଏ। ରେଡ୍‌ କ୍ରସ୍ ସୋସାଇଟି ମଧ୍ୟ ସ୍ୱେଚ୍ଛାସେବୀ କାର୍ଯ୍ୟ କରି ଲୋକଙ୍କୁ ଏହି କାର୍ଯ୍ୟରେ ଭାଗ ନେବାକୁ ଉତ୍ସାହିତ କରେ।

ଇତିହାସ:

ରେଡ୍‌ କ୍ରସ୍ ସୋସାଇଟିର ଗୁରୁତ୍ୱ ଏହାର ଇତିହାସରେ ହିଁ ଲୁଚି ରହିଛି। ୧୮୫୯ ମସିହାରେ ଇଟାଲୀରେ ସୋଲଫେରିନୋ ଯୁଦ୍ଧର ସାକ୍ଷୀ ଥିଲେ ସ୍ୱିଜରଲ୍ୟାଣ୍ଡର ବ୍ୟବସାୟୀ ଜୀନ-ହେନେରୀ ଡୁନାଣ୍ଟ। ଏଥିରେ ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇଥିଲେ ଆଉ ଅନେକ ଆହତ ମଧ୍ୟ ହୋଇଥିଲେ। ଆହତ ସୈନିକମାନଙ୍କର ଯତ୍ନ ନେବା ପାଇଁ କୌଣସି ସୈନ୍ୟବାହିନୀର କ୍ଲିନିକ୍ ସେଟିଂ ନଥିଲା।

ଡୁନାଣ୍ଟ ସ୍ୱେଚ୍ଛାସେବୀମାନଙ୍କର ଏକ ଗୋଷ୍ଠୀ ଗଠନ କରିଥିଲେ, ଯେଉଁମାନେ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଖାଦ୍ୟ ଏବଂ ଜଳ ବିତରଣ କରିଥିଲେ। କେବଳ ଏତିକି ନୁହେଁ, ସେମାନଙ୍କ ଚିକିତ୍ସା ପରେ ଏହି ଗୋଷ୍ଠୀ ସେମାନଙ୍କ ପରିବାରକୁ ମଧ୍ୟ ଚିଠି ଲେଖିଥିଲେ।

ଉଦ୍ଦେଶ୍ୟ:

ଏହାର ଉଦ୍ଦେଶ୍ୟ ହେଉଛି ରେଡ୍‌କ୍ରସ୍‌ ଆନ୍ଦୋଳନକୁ ସବୁ ଦେଶରେ ବିସ୍ତାର କରିବା। ରେଡ୍‌କ୍ରସ୍‌ର ମୌଳିକ ନୀତିର ସଂରକ୍ଷକ ଭାବରେ କାର୍ଯ୍ୟ କରିବା, ନୂଆ ରେଡ୍‌ କ୍ରସ୍ କମିଟିର ଗଠନ ବିଷୟରେ ବିଦ୍ୟମାନ କମିଟିଗୁଡିକୁ ଅବଗତ କରାଇବା ଏବଂ ସମସ୍ତ ସଭ୍ୟ ରାଜ୍ୟମାନଙ୍କୁ ଜେନେଭା ସମ୍ମିଳନୀରେ ଯୋଗଦେବାକୁ ପ୍ରବର୍ତ୍ତାଇବା।

ଚଳିତ ବର୍ଷର ଥିମ୍:

ବିଶ୍ୱ ରେଡ୍ କ୍ରସ୍ ସୋସାଇଟି ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିବସକୁ ପାଳନ କରେ। ଚଳିତ ବର୍ଷ ଏହାର ଥିମ୍ “ Everything we do comes #fromtheheart” ରହିଛି।

Odisha Red Cross Society
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ