Advertisment

ଅଗଷ୍ଟ ୨୬କୁ ବିଶ୍ୱ କାହିଁକି ପାଳନ କରୁଛି ‘ମହିଳା ସମାନତା ଦିବସ’

ଆଜି ବିଶ୍ୱ ‘ମହିଳା ସମାନତା ଦିବସ’। ଏହା ପଛରେ କ’ଣ ରହିଛି ଇତିହାସ। ଏହି ଦିବସ ପାଳନର ଉଦ୍ଦେଶ୍ୟ କ’ଣ। କେତେ ମିଳିଛି ସଫଳତା; ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Why August 26 Is Known As Women's Equality Day

Why August 26 Is Known As Women's Equality Day

Advertisment

ନାରୀ ମାନବଜାତିର ଆଧାର। ଜଣେ ନାରୀ ଜୀବନକୁ ଆଗକୁ ନେଇଥାଏ। ନାରୀ ଯେ କେବଳ ସନ୍ତାନ ପ୍ରସବ କରେ ତାହା ନୁହେଁ, ଏହାକୁ ପୋଷଣ ମଧ୍ୟ କରେ। ପିଲାଟି କେବଳ ନିଜ ମା’ ଠାରୁ ହିଁ ଉତ୍ତମ ସଂସ୍କାର ପାଇଥାଏ। ଜଣେ ନାରୀ ହିଁ କେବଳ ଜାଣେ ସଂପର୍କକୁ କିପରି ମଧୁର କରାଯାଏ।

Advertisment

ନାରୀ କେତେବେଳେ ସେ ମା’ ହୋଇ ନିଜର ମମତା ଦେଇଥାଏ ତ କେତେବେଳେ ପତ୍ନୀ ସାଜି ପରଷିଦିଏ ପ୍ରେମ। ସେହିପରି ସେ ଝିଅ ହେଇ ଅଝଟ କରିଥାଏ, ପୁଣି ଭଉଣୀ ହୋଇ ଭାଇର ସାହାରା ହୋଇଥାଏ। ଖାଲି ସେତିକି ନୁହେଁ ନିଜର ହକ ପାଇଁ ମଧ୍ୟ ଲଢେଇ କରିପାରେ।

ଘର ହେଉ କି ଅଫିସ, ମହିଳାମାନେ ପ୍ରାୟ ସମୟରେ ପୁରୁଷବାଦୀ ଚିନ୍ତାଧାରା ଯୋଗୁଁ ନିମ୍ନ ବୋଲି ପରିଚିତ ହୋଇଥାନ୍ତି। କିନ୍ତୁ ପୁରୁଷର ଏହି ଚିନ୍ତାଧାରାକୁ ଅନେକ ମହିଳା ଭୁଲ ପ୍ରମାଣିତ କରିଛନ୍ତି। ଅନେକ କ୍ଷେତ୍ରରେ ସେମାନେ ମଧ୍ୟ ପୁରୁଷକୁ ଟକ୍କର ଦେଇ ଆଗକୁ ଯାଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ମହିଳା ସବୁ ଜିନିଷ ସୁନ୍ଦର କରିବାରେ ଦକ୍ଷ। ମହିଳାମାନେ ଆଜିଠାରୁ ନୁହେଁ ବରଂ ବର୍ଷ ବର୍ଷ ଧରି ନିଜର ଅଧିକାର ପାଇଁ ଲଢୁଛନ୍ତି। ସେଥିପାଇଁ ପ୍ରତିବର୍ଷ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହାର ଇତିହାସ କ’ଣ କୁହେ?

ମହିଳା ସମାନତା ଦିବସର ଇତିହାସ:

ମହିଳା ଅଧିକାର ପାଇଁ ସଂଗ୍ରାମ ୧୮୫୩ରୁ ଆମେରିକାରେ ଆରମ୍ଭ ହୋଇଥିଲା। ଏଠାରେ ମହିଳାମାନେ ବିବାହ ପରେ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦାବି କରିବା ଆରମ୍ଭ କରିଥିଲେ। ସେତେବେଳେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶରେ ମହିଳାମାନଙ୍କୁ ବହୁତ କମ୍ ଅଧିକାର ଦିଆଯାଉଥିଲା। ପୁରୁଷମାନେ ମହିଳାମାନଙ୍କୁ ସେମାନଙ୍କର ଦାସ ବୋଲି ବିବେଚନା କରୁଥିଲେ।

Advertisment
Why August 26 Is Known As Women's Equality Day ଅଗଷ୍ଟ ୨୬କୁ ବିଶ୍ୱ କାହିଁକି ପାଳନ କରୁଛି ‘ମହିଳା ସମାନତା ଦିବସ’

ଏହା ପରେ, ୧୮୯୦ ମସିହାରେ, ଆମେରିକାରେ ନ୍ୟାସ୍‌ନାଲ୍ ଆମେରିକୀୟ ମହିଳା ସଫ୍‌ରେଜ୍ ଆସୋସିଏସନ୍ ଗଠନ କରାଯାଇଥିଲା। ଏହି ସମୟ ପର୍ଯନ୍ତ ଆମେରିକାର ମହିଳାମାନଙ୍କର ଭୋଟ୍ ଦେବାର ଅଧିକାର ନଥିଲା। ଏହି ସଂଗଠନର ଲୋକମାନେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ବିଷୟରେ କହିଥିଲେ। ୧୯୨୦ରେ ମହିଳାମାନେ ଆମେରିକାରେ ଭୋଟ୍ ଦେବାର ଅଧିକାର ପାଇଲେ।

ଏହା ପରେ, ୧୯୭୧ରେ, ଆମେରିକା ସଂସଦ ପ୍ରତିବର୍ଷ ଅଗଷ୍ଟ ୨୬କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ଆମେରିକାରେ ଏହି ଦିନକୁ ପାଳନ କରିବା ନେଇ ଉତ୍ସବ ଆରମ୍ଭ ହେଲା। ଏହା ପରଠାରୁ ସାରା ବିଶ୍ୱରେ ମହିଳା ସମାନତା ଦିବସ ପାଳନ କରାଯାଇଛି।

କ’ଣ ସ୍ୱତନ୍ତ୍ରତା:

ଏହି ଦିନ ଆମେରିକା ସମେତ ସମଗ୍ର ବିଶ୍ୱରେ ମହିଳା ଅଧିକାରକୁ ନେଇ ଆଲୋଚନା କରାଯାଏ। ବିଭିନ୍ନ ସ୍ଥାନରେ ସଭା-ସମିତି ଏବଂ ସେମିନାରର ଆୟୋଜନ କରାଯାଏ। ମହିଳା ସଂଗଠନଗୁଡିକ ଜନସମାଜରେ ମହିଳାଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନ ଚଳାନ୍ତି।

Women Empowerment Women's Equality Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ