Advertisment

World Sickle Cell Awareness Day 2024: ସିକିଲ୍ ସେଲ୍ ରୋଗ କାହିଁକି ହୁଏ; ଜାଣନ୍ତୁ ଏହାର ପ୍ରତିରୋଧ ଉପାୟ

ସାରା ବିଶ୍ୱରେ ସିକିଲ୍ ସେଲ୍ ରୋଗ ଦ୍ରୁତ ଗତିରେ ବଢୁଥିବା ଦେଖାଯାଏ। ଏହା ରକ୍ତକୁ ପ୍ରଭାବିତ କରୁଥିବା ଏକ ରୋଗ। ଏହି ରୋଗ ହେତୁ ରକ୍ତ କଣିକା ମଧ୍ୟରେ ହେମୋଗ୍ଲୋବିନର ସ୍ତର ପ୍ରଭାବିତ ହେବାକୁ ଲାଗେ। ସିକିଲ୍ ସେଲ୍ ରୋଗ (SCD) ହେଉଛି ସାଧାରଣତଃ ଏକ ବଂଶଗତ ରକ୍ତ ବ୍ୟାଧି।

ଅଦ୍ୟତନ ହୋଇଛି
What cause sickle cell anemia know its prevention tips

What cause sickle cell anemia know its prevention tips

Advertisment

ସାରା ବିଶ୍ୱରେ ସିକିଲ୍ ସେଲ୍ ରୋଗ ଦ୍ରୁତ ଗତିରେ ବଢୁଥିବା ଦେଖାଯାଏ। ଏହା ରକ୍ତକୁ ପ୍ରଭାବିତ କରୁଥିବା ଏକ ରୋଗ। ଏହି ରୋଗ ହେତୁ ରକ୍ତ କଣିକା ମଧ୍ୟରେ ହେମୋଗ୍ଲୋବିନର ସ୍ତର ପ୍ରଭାବିତ ହେବାକୁ ଲାଗେ। ସିକିଲ୍ ସେଲ୍ ରୋଗ (SCD) ହେଉଛି ସାଧାରଣତଃ ଏକ ବଂଶଗତ ରକ୍ତ ବ୍ୟାଧି। ରକ୍ତ ନଳୀରେ ହେମୋଗ୍ଲୋବିନର ପରିମାଣ ଗୁରୁତ୍ୱପୂର୍ଣ୍ଣ, ଏହାର ସାହାଯ୍ୟରେ ଶରୀରରେ ଅମ୍ଳଜାନର ସଂଚାର ହୋଇଥାଏ। SCD ଥିବା ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବିପଦରେ ପଡ଼ିପାରନ୍ତି।

Advertisment

ତେବେ ଲୋକଙ୍କୁ ସିକିଲ୍ ସେଲ୍ ରୋଗ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ୧୯ ଜୁନରେ ‘ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ରୋଗ ବିଷୟରେ ସମସ୍ତଙ୍କ ପାଇଁ ସୂଚନା ରହିବା ଜରୁରୀ ଅଟେ।

SCD କାରଣରୁ ରକ୍ତ କୋଷିକାର ଆକୃତି ଅର୍ଦ୍ଧଚନ୍ଦ୍ରାକାର ହୋଇଯାଏ। ଏହା କୋଷଗୁଡ଼ିକୁ କଠିନ କରିଦିଏ। ଏହା ସହିତ ଦାଆ ଆକୃତିର କୋଷଗୁଡିକ ସାଧାରଣ ଆକାରର ଲାଲ ରକ୍ତ କଣିକା ଭଳି ଦୀର୍ଘଦିନ ତିଷ୍ଠି ପାରେନା, ଯାହା ଫଳରେ ରୋଗୀ ପାଖରେ ଲାଲ ରକ୍ତ କଣିକାର କ୍ରମାଗତ ଅଭାବ ଦେଖାଯାଏ।

Advertisment

କେଉଁଠି ଅଧିକ:

ସିକିଲ୍ ସେଲ୍ ରୋଗ ବିଭିନ୍ନ ପ୍ରକାରର ସିକିଲ୍ ସେଲ୍ ବ୍ୟାଧି ପାଇଁ ବ୍ୟବହୃତ ହୁଏ। SCD ର ଭୟଙ୍କର ରୂପକୁ ସିକିଲ୍ ସେଲ୍ ଏମିମିୟା କୁହାଯାଏ। ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ ସିକିଲ୍ ସେଲ୍ ରୋଗ ପ୍ରାୟ ଏକ ଲକ୍ଷ ଆମେରିକୀୟଙ୍କୁ ପ୍ରଭାବିତ କରିଥାଏ। ଏହି ରୋଗର ଆଶଙ୍କା ଭାରତରେ ମଧ୍ୟ ଅଧିକ ଦେଖାଯାଉଛି। ଭାରତର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରରେ ଏହା ସର୍ବାଧିକ।

ଦୂର କରିବାର ଜାତୀୟ ଲକ୍ଷ୍ୟ:

ସିକିଲ୍ ସେଲ୍ ରୋଗର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ୨୦୨୩ ଭାଷଣ ସମୟରେ ୨୦୪୭ ସୁଦ୍ଧା ଭାରତରୁ ଏହି ରୋଗକୁ ଦୂର କରିବାକୁ ଲକ୍ଷ୍ୟ ରଖିଥିଲେ। ଜୁଲାଇ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସିକିଲ୍ ସେଲ୍ ରୋଗ ଏନିମିୟା ବିଲୋପ ମିଶନ ୨୦୪୭ର ଆରମ୍ଭ କରିଥିଲେ।

Advertisment

କାହିଁକି ହୁଏ:

ସିକିଲ୍ ସେଲ୍ ରୋଗ ରୋଗର ମୁଖ୍ୟ କାରଣ ହେଉଛି HBB ଜିନ୍‌ରେ ଏକ ଜେନେଟିକ୍ ପରିବର୍ତ୍ତନ। ଏହି ଜିନ୍ ହେମୋଗ୍ଲୋବିନର ଏକ ବଡ଼ ଅଂଶ ତିଆରି କରିଥାଏ। କିଛି ପିଲା ଏହି ରୋଗକୁ ଜେନେଟିକ୍ ଭାବେ ଆଣିଥାନ୍ତି। ରୋଗର ଲକ୍ଷଣ ୫ ରୁ ୬ ମାସ ବୟସରେ ଦେଖାଯିବା ଆରମ୍ଭ କରେ। SCDର ଲକ୍ଷଣ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭିନ୍ନ ହୋଇଥାଏ। ସିକିଲ୍ ସେଲ୍ ରୋଗ ଶରୀରର ଅନେକ ଅଂଶ ଉପରେ ପ୍ରଭାବ ପକାଇପାରେ।

ପ୍ରତିରୋଧ ଏବଂ ପ୍ରତିକାର:

ସିକିଲ୍ ସେଲ୍ ରୋଗକୁ ରୋକାଯାଇପାରିବ ନାହିଁ କାରଣ ଏହା ଏକ ଜେନେଟିକ୍ ଅବସ୍ଥା। ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଜେନେଟିକ୍ ପରୀକ୍ଷା ଏହାର ବିପଦକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିପାରେ। ଏହି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଔଷଧ ସହିତ ରକ୍ତଦାନ, ଅସ୍ଥି ମଜ୍ଜା ପ୍ରତିରୋପଣ ଏବଂ ଜିନ୍ ଥେରାପି ଆବଶ୍ୟକ ହୋଇଥାଏ।

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ