Advertisment

National Nutrition Week: ହାଡକୁ ମଜବୁତ୍ କରେ ଭିଟାମିନ୍ D; ଜାଣନ୍ତୁ କେଉଁ ଖାଦ୍ୟରୁ ମିଳେ

ଆଜିଠୁ ଆରମ୍ଭ ହେଉଛି ଜାତୀୟ ପୁଷ୍ଟି ସପ୍ତାହ। ଏହି ଅବସରରେ ଆମେ ଆଜି ଭିଟାମିନ୍ D ର ଉପକାରୀତା ବିଷୟରେ ଜାଣିବା। ଭିଟାମିନ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।

ଅଦ୍ୟତନ ହୋଇଛି
Vitamin d is good for bone and immune function know its sources

Vitamin d is good for bone and immune function know its sources

Advertisment

ଅଧିକାଂଶ ଲୋକମାନଙ୍କର ଗୋଟିଏ ଧାରଣା ଥାଏ ଯେ ହାଡର ଶକ୍ତି ପାଇଁ କ୍ୟାଲ୍‌ସିୟମ୍‌ ଗ୍ରହଣ ଯଥେଷ୍ଟ ହେବା ଦରକାର। କିନ୍ତୁ ଭିଟାମିନ୍ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ।

Advertisment

ପ୍ରାୟ ସମସ୍ତେ ଜାଣନ୍ତି ଯେ ମନୁଷ୍ୟ ଶରୀର ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ପାଇଥାଏ। ଏହା ସହିତ ଆମକୁ ଏମିତି କିଛି ଖାଦ୍ୟ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ, ଯାହା  ଭିଟାମିନ୍ ଡି’ର ଅଭାବକୁ ଦୂର କରିପାରିବ। ତେବେ ଆସନ୍ତୁ ହାଡ ପାଇଁ ଭିଟାମିନ୍ D କାହିଁକି ଆବଶ୍ୟକ ଓ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।

ହାଡ଼ ପାଇଁ ଭିଟାମିନ୍ D:

ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ହାଡକୁ ମଜବୁତ କରିବା ପାଇଁ କ୍ୟାଲ୍‌ସିୟମ୍ ସହିତ ଭିଟାମିନ୍ D ମଧ୍ୟ ଏକ ଅତ୍ୟାବଶ୍ୟକୀୟ ଉପାଦାନ। ଏହାର ଅଭାବ ହେତୁ ହାଡ ଭିତରେ ଠିକ୍ ଭାବେ କ୍ୟାଲସିୟମର ପ୍ରବେଶ ହୁଏନି। କମ୍ ବୟସରେ ହାଡ ଦୁର୍ବଳ ହେବାକୁ ଲାଗେ।

Advertisment

ପିଲାମାନଙ୍କ ପାଇଁ ଭିଟାମିନ୍ D:

ଭିଟାମିନ୍ Dର ଅଭାବ ପିଲାମାନଙ୍କଠାରେ ରିକେଟ୍ସ ପରି ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ହାଡ ନରମ ହେବା ଆରମ୍ଭ କରେ ଏବଂ ପାଦରେ ଗଣ୍ଠି ହେବା ଭଳି ସମସ୍ୟା ହୋଇପାରେ। ସେହିଭଳି ବୟସ୍କମାନଙ୍କଠାରେ ଭିଟାମିନ୍ D ର ଅଭାବ ଅଷ୍ଟିଓମାଲାସିଆ କିମ୍ବା ହାଡ କୋମଳ ହେବା ଭଳି ସମସ୍ୟା ଦେଖାଯାଏ। ଅଷ୍ଟିଓମାଲାସିଆ ହାଡର ଘନତ୍ୱ ଏବଂ ମାଂସପେଶୀକୁ ଦୁର୍ବଳ କରିଦିଏ। ଯାହା ଫଳରେ ସାମାନ୍ୟ ଆଘାତରେ ହାଡ ଭାଙ୍ଗିଯିବା ଭଳି ସମସ୍ୟା ଦେଖାଯାଏ।

ରୋଗ ପ୍ରତିରୋଧକ ଶକ୍ତି ପାଇଁ ରାମବାଣ:

ଆବଶ୍ୟକ ମୁତାବକ ଭିଟାମିନ୍ D ଗ୍ରହଣ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଠିକ ରହିଥାଏ ଏବଂ ଅନ୍ୟ ଅଟୋଇମ୍ୟୁନ ରୋଗର ଆଶଙ୍କା ମଧ୍ୟ କମିଯାଏ। ଅନୁସନ୍ଧାନକାରୀଙ୍କ ମତରେ ଭିଟାମିନ୍ D ରୋଗ ପ୍ରତିରୋଧକ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭିଟାମିନ୍ D ଅଭାବରୁ ମଧୁମେହ, ଆଜ୍‌ମା ଏବଂ ଅଟୋଇମ୍ୟୁନ୍ ସମସ୍ୟା ସୃଷ୍ଟି ହୋଇପାରେ।

Advertisment

କେଉଁଠୁ ମିଳେ ଭିଟାମିନ୍ D:

ପ୍ରାକୃତିକ ସଂପଦ ଭାବେ ସୂର୍ଯ୍ୟ କିରଣ ହେଉଛି ଭିଟାମିନ୍ Dର ସବୁଠାରୁ ବଡ ଉତ୍ସ। କିନ୍ତୁ ବେଳେବେଳେ କୌଣସି କାରଣରୁ ଶରୀରରେ ଭିଟାମିନ୍ Dର ଅଭାବ ଦେଖାଯାଏ। ଏହି ଅଭାବକୁ ଦୂର କରିବା ପାଇଁ ଏହାକୁ ଖାଦ୍ୟରେ ସାମିଲ କରିବା ମଧ୍ୟ ଆବଶ୍ୟକ। ଏଥିପାଇଁ ମାଛ, ସଲମାନ ମାଛ, ସାମୁଦ୍ରିକ ମାଛ, ଅଣ୍ଡା, ପନିର, ଛେନା, ଛତୁ, ପାଶ୍ଚରାଇଜ୍ଡ କ୍ଷୀର ଭଳି କିଛି ସାମଗ୍ରୀ ଖାଦ୍ୟରେ ସାମିଲ କରିବା ଜରୁରୀ।

ସେହିପରି କମଳା, କଦଳୀ, ସେଓ, ଜାମୁକୋଳି, କଡ୍ ଲିଭର ଅଏଲ୍, ପୋଇ ଶାଗ, ସୋୟା ଆଦିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ।

Nutrition Programme Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ