Advertisment

ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ଓ ସମ୍ମାନ ପ୍ରଦାନ

ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ତୋଷାଳି କ୍ଲବର ମୁଖ୍ୟ ସଭାପତି ଡ. ସଂଗ୍ରାମ କେଶରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଅଦ୍ୟତନ ହୋଇଛି
Tosali Workers Club monthly general meeting and felicitation

Tosali Workers Club monthly general meeting and felicitation

Advertisment

ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ତୋଷାଳି କ୍ଲବର ମୁଖ୍ୟ ସଭାପତି ଡ. ସଂଗ୍ରାମ କେଶରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ କ୍ଲବର ସହସମ୍ପାଦିକା ଦୀପ୍ତିମୟୀ ମିଶ୍ର ଭଜନ ଓ ଦେଶାତ୍ମକ ସଂଗୀତ ଗାନ କରିଥିଲେ।

Advertisment

ପ୍ରଥମ ସୋପାନରେ କ୍ଲବ ତରଫରୁ ସମାଜସେବୀ ଗଗନ ବିହାରୀ ପାଇଟାଳଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ତାଙ୍କୁ ସମାଜସେବା ଦିଗରେ ଆଗକୁ ଯିବା ନେଇ କ୍ଲବ ସଦସ୍ୟମାନେ ବ୍ୟବହାରଯୋଗ୍ୟ ପୁରୁଣା ବସ୍ତ୍ର ପ୍ରଦାନ କରିଥିଲେ।

ଦୀର୍ଘ ୪୦ ବର୍ଷ ଧରି ଶ୍ରୀ ପାଇଟାଳ ଗରିବ ଲୋକମାନଙ୍କୁ ପୁରୁଣା ବସ୍ତ୍ର ଓ ଆର୍ଥିକ ସହାୟତା ଦେବା ସହ ପ୍ରାୟ ୨ ହଜାରରୁ ଅଧିକ ମୃତବ୍ୟକ୍ତିଙ୍କ ଶବଦାହ କରିଛନ୍ତି।

Advertisment

ଏହି ସଭାରେ ଅନୁଷ୍ଠାର ମାଙ୍ଗଳିକ ଆର୍ଯ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇଥିଲା। ନିଜେ ସୁରକ୍ଷିତ ରହିବା ସହ ସମାଜର ମଙ୍ଗଳ ଦିଗରେ କାମ କରିବା ନେଇ ଉପସ୍ଥିତ ଅତିଥିମାନେ ନିଜ ନିଜ ମତରେ କହିଥିଲେ। ଏହି ଅବସରରେ କ୍ଲବ୍‌ର ବୁଲେଟିନ୍ ତଥା ଷଡମାସିକ ପତ୍ରିକା ‘ସୁପ୍ରଭାତ’ ଉନ୍ମୋଚିତ ହୋଇଥିଲା। ପରେ ଏହାକୁ ପାଠକାର୍ପଣ କରାଯାଇଥିଲା।

୧୦୪ର ଡିଜି ଡ. ସିମାଞ୍ଚଳ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେବା ସହିତ କ୍ଲବ ମାଧ୍ୟମରେ ନୂଆ କାର୍ଯ୍ୟପନ୍ଥା କିପରି ହୋଇପାରିବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ମାସ ଭଳି ଜୁଲାଇ ମାସରେ ଜନ୍ମ ଗ୍ରହଣ କରିଥିବା ସଦସ୍ୟମାନଙ୍କ ଜନ୍ମଦିନ ମଧ୍ୟ ପାଳିତ ହୋଇଥିଲା।

Advertisment

ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଦୀପ କୁମାର ମହାରଣା, ଆର.କେ. ସ୍ୱା‍ଇଁ, କେଶବ ଚନ୍ଦ୍ର ଦାଶ, ବି.ସି. ପାଲ୍, କ୍ଲବ୍ ସଂପାଦକ ଅଶୋକ କୁମାର ଦାଶ, ଉପସଭାପତି ଡ. ବି.ଏନ୍. ଦାଶ ପ୍ରମୁଖ ଯୋଗଦେଇ ସଭାକାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ