Advertisment

ଶତାୟୁ ହେବାର ରହସ୍ୟ କହିଲେ ବୟୋଜ୍ୟେଷ୍ଠ

ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା…

The oldmen told the secret of becoming a centenarian

The oldmen told the secret of becoming a centenarian

Advertisment

ଏ ମାଟି ହେଉଛି ସମର୍ପଣର ମାଟି, ଜ୍ଞାନର ମାଟି ଆଉ ସମସ୍ତଙ୍କୁ ସମ୍ମାନର ଦେବାର ମାଟି। ଗୁରୁଜନମାନଙ୍କୁ ସମ୍ମାନ ଦେବା ଆଉ ଅନ୍ୟମାନଙ୍କୁ ଶିଖେଇବା ଏଇ ମାଟି ହିଁ ଜଣେଇଛି। ଶତାୟୁଙ୍କୁ କିପରି ସମ୍ମାନ ଦିଆଯାଏ ଏ ମାଟି ଭଲଭାବେ ଜାଣିଛି।

Advertisment

ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ପାଇଁ ବରଗଡ଼ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଠାରେ ଯେଉଁମାନେ ଅତିଥି ଭାବେ ଯୋଗ ଦେଇଥିଲେ ସମସ୍ତେ ଶତାୟୁ। ଜୀବନର ଶହେଟି ଶରତ ଶହେଟି ବସନ୍ତ ଅନୁଭବ କରିସାରିଛନ୍ତି ଏମାନେ। ଆଜି ସିନା କାହା ଆଖିକୁ ଭଲରେ ଦିଶୁନି ଅବା କାହାର ଚାଲିବାକୁ ପାଦରେ ବଳ ପାଉନି, ହେଲେ ଜୀବନର ବହୁ ଉତ୍‌ଥାନ ପତନକୁ ଅତିକ୍ରମ କରି ବୟସର ସଂଖ୍ୟାକୁ ଜିତି ସାରିଛନ୍ତି ସମସ୍ତେ।

ଖାସ୍ ସେଇଥିପାଇଁ ବରଗଡ଼ ଜିଲ୍ଲାର ହେଲ୍‌ଥ ଏଜୁକେସନ ଫାଉଣ୍ଡସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ନାଁ ‘ଶତାୟୁ ସମ୍ମାନ’।

Advertisment

ଏହି ଶତାୟୁମାନଙ୍କ ମଧ୍ୟରୁ ଜଣେ ହେଲେ ଦ୍ୱାରିକାନାଥ ସାହୁ। ସେ ଆଜି ବି ଦମ୍ଭର ସହିତ କହିପାରୁଛନ୍ତି ଏତେଦିନ ସୁସ୍ଥଭାବେ ବଞ୍ଚିବାର ରହସ୍ୟ। ସେ କହିଛନ୍ତି ସେ ସମୟର ମହୁଲ ସିଝା, ଖୁଦ ତିଆରି ଭାତ, ଡାଲି, ସାଗ ଆଦି ଆଜି ତାଙ୍କୁ ସବଳ କରି ରଖିଛି। ସେହିପରି ୧୦୮ ବର୍ଷର ସାଇବାନୀ ବାରିହା କୁହନ୍ତି ଯେ ସେ କେବେବୁ ୟାଡୁସ୍ୟାଡୁ ଖାଆନ୍ତି। ଡାଲି-ଭାତ ଫଳ-ମୂଳ ଆଦି ଖାଆନ୍ତି।

ଆଜିର ଅତ୍ୟାଧୁନିକ ଜୀବନଶୈଳୀ, କର୍ମମୟ ଜୀବନର ବ୍ୟସ୍ତତା ମଣିଷକୁ ରୋଗାଗ୍ରସ୍ତ କରି ଦେଉଥିବା ବେଳେ ଏମାଙ୍କୁ କିନ୍ତୁ ରୋଗ ବ୍ୟାଧି ହରାଇ ପାରିନି। ଆଜିବି ଏମାନେ ଦମ୍ଭ ଧରି ବସି ପାରୁଛନ୍ତି ନିଜ ହାତରେ ଖାଇ ପାରୁଛନ୍ତି ଆଉ ଚଲାବୁଲା ମଧ୍ୟ କରିପାରୁଛନ୍ତି। ଆଜିର ଯୁବପିଢ଼ିଙ୍କ ପାଇଁ ଏହି ଶତାୟୁମାନଙ୍କ ଜୀବନଶୈଳୀ ନିଶ୍ଚୟ ପ୍ରେରଣାର ଉତ୍ସ।

Advertisment

ଆଜି କାଲି କେଉଁଠି ବୃଦ୍ଧ ପିତାମତାଙ୍କୁ କିଏ ଅବହେଳା କରୁଛି ତ ଆଉ କିଏ ଜରାଶ୍ରମରେ ଛାଡ଼ି ଦେଉଛି, ହେଲେ ଶତାୟୁଙ୍କୁ ପୂଜ୍ୟପୂଜାର ଏ ନିଆରା ପ୍ରୟାସ ନିଶ୍ଚିତ ସ୍ୱାଗତ ଯୋଗ୍ୟ।

(ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ)

Oldman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ