Teachers' Day 2024: ଗୁରୁ କିପରି ହେବା ଉଚିତ; ଜାଣନ୍ତୁ ଜଣେ ଆଦର୍ଶ ଗୁରୁଙ୍କ ୫ ଗୁଣ

ଭାରତରେ ‘ଗୁରୁ ଦିବସ’ର ବାର୍ଷିକ ଉତ୍ସବ ୫ ସେପ୍ଟେମ୍ବରରେ ପାଳନ କରାଯାଏ। ତେବେ ଭାରତରେ କାହିଁକି ସେପ୍ଟେମ୍ବର ୫ରେ ‘ଗୁରୁ ଦିବସ’ ପାଳନ କରାଯାଏ, ଏହି ଦିନର ଇତିହାସ ଏବଂ ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

ଗୁରୁ କିପରି ହେବା ଉଚିତ; ଜାଣନ୍ତୁ ଜଣେ ଆଦର୍ଶ ଗୁରୁଙ୍କର ୫ ଗୁଣ

ଭାରତରେ ‘ଗୁରୁ ଦିବସ’ର ବାର୍ଷିକ ଉତ୍ସବ ୫ ସେପ୍ଟେମ୍ବରରେ ପାଳନ କରାଯାଏ। ସେହିପରି, ‘ବିଶ୍ୱ ଗୁରୁ ଦିବସ’ ଏକ ମାସ ପରେ ଅର୍ଥାତ ୫ ଅକ୍ଟୋବରରେ ପାଳନ କରାଯାଏ। ତେବେ ଭାରତରେ କାହିଁକି ସେପ୍ଟେମ୍ବର ୫ରେ ‘ଗୁରୁ ଦିବସ’ ପାଳନ କରାଯାଏ, ଏହି ଦିନର ଇତିହାସ ଏବଂ ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ଭାରତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ। ସେ ଜଣେ ମହାନ ଦାର୍ଶନିକ ଏବଂ ପଣ୍ଡିତ ଥିଲେ। ତାଙ୍କୁ ୧୯୫୪ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା ଏବଂ ୧୯୬୩ ମସିହାରେ ବ୍ରିଟିଶ ରୟାଲ ଅର୍ଡର ଅଫ୍‌ ମେରିଟ୍‌ର ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଥିଲା।

ଏହି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ୦୫ ସେପ୍ଟେମ୍ବର ୧୮୮୮ରେ ମାଡ୍ରାସ୍ ପ୍ରେସିଡେନ୍ସୀରେ ହୋଇଥିଲା। ଜଣେ ପ୍ରସିଦ୍ଧ ଶିକ୍ଷକ ଶିକ୍ଷକ ଭାବେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଅନୁଷ୍ଠାନରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ସେ ଜଣେ ପ୍ରବୀଣ ଲେଖକ ଥିଲେ ଏବଂ ଆମେରିକା ଏବଂ ୟୁରୋପରେ ତାଙ୍କର ବକ୍ତୃତା ମାଧ୍ୟମରେ ଆନ୍ତଃସଂସ୍କୃତି ବୁଝାମଣାକୁ ପ୍ରୋତ୍ସାହିତ କରିଥିଲେ।

ଭାରତରେ କେମିତି ଗୁରୁ ଦିବସର ଆରମ୍ଭ ହେଲା:

୧୯୬୨ ମସିହାରେ ଯେତେବେଳେ ଡକ୍ଟର ରାଧାକ୍ରିଷ୍ଣନ୍ ଭାରତର ରାଷ୍ଟ୍ରପତି ହୋଇଥିଲେ, କିଛି ଛାତ୍ର ତାଙ୍କୁ ଭେଟିବାକୁ ଆସି ୫ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁରୋଧ କରିଥିଲେ। ତେବେ ଛାତ୍ରଛାତ୍ରୀମାନେ ଏହି ଦିନକୁ ସମଗ୍ର ଶିକ୍ଷକମାନଙ୍କୁ ଉତ୍ସର୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହିପରି ଭାବରେ, ୦୫ ସେପ୍ଟେମ୍ବର ଭାରତରେ ‘ଗୁରୁ ଦିବସ’ ଭାବରେ ପାଳନ କରାଯିବା ଆରମ୍ଭ ହେଲା।

‘ଗୁରୁ ଦିବସ’ର ଗୁରୁତ୍ୱ:

ଭାରତୀୟ ସଂସ୍କୃତି ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାଏ। ୦୫ ସେପ୍ଟେମ୍ବରରେ ପାଳନ ହେଉଥିବା ‘ଗୁରୁ ଦିବସ’ ନା କେବଳ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀ, ବରଂ ଏହା ଶିକ୍ଷକମାନଙ୍କ ଉତ୍ସର୍ଗ ଏବଂ ପରିଶ୍ରମକୁ ମଧ୍ୟ ସମ୍ମାନିତ କରିଥାଏ। ଛାତ୍ରଛାତ୍ରୀମାନେ ସେମାନଙ୍କ କୃତଜ୍ଞତା ଏବଂ ପ୍ରଶଂସା ଜଣାଇବାକୁ ସୁଯୋଗ ପାଉଥିବାବେଳେ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିବାର ସୁଯୋଗ ପାଆନ୍ତି।

ବହୁ ପ୍ରାଚୀନ କାଳରୁ ଭାରତ ସାରା ବିଶ୍ୱକୁ ଅନେକ ଆଦର୍ଶ ଗୁରୁ ଦେଇଛି। ତେବେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ହେଲେ ଅନେକ ଗୁଣର ଆବଶ୍ୟକତା ହୋଇଥାଏ। ତେବେ ଆଜି ଏହି ଅବସରରେ ଜଣେ ଶିକ୍ଷକଙ୍କ ୫ଟି ଗୁଣ ବିଷୟରେ ଜାଣିନେବା।

ଅନୁକୂଳତା:

ଶିକ୍ଷକମାନଙ୍କ ପାଇଁ ଅନୁକୂଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେମାନେ ସେମାନଙ୍କ ଛାତ୍ରମାନଙ୍କ ପାଇଁ କ’ଣ କାମ କରୁଛନ୍ତି ଏବଂ ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ’ଣ କରୁନାହାନ୍ତି, ଏହାର ନିରନ୍ତର ମୂଲ୍ୟାଙ୍କନ କରିବା ଆବଶ୍ୟକ।

ସହାନୁଭୂତି:

ସହାନୁଭୂତି ହେଉଛି ଜଣେ ଶିକ୍ଷକଙ୍କ ଜରୁରୀ ଗୁଣ। ଜଣେ ଶିକ୍ଷକ ମୂଳ ସମସ୍ୟାକୁ ବୁଝିବା ଏବଂ ସମାଧାନ କରିବାକୁ ଚେଷ୍ଟା କରିବା ଯେଉଁ କାରଣରୁ ଜଣେ ଛାତ୍ର ନିଜ ସାଥୀମାନଙ୍କଠାରୁ ପଛରେ ପଡିଯାଏ।

ଧୈର୍ଯ୍ୟ:

ଧୈର୍ଯ୍ୟ ରଖିବା ଏବଂ ନିଜ ଛାତ୍ରମାନଙ୍କ ପାଇଁ ଏକ ଆଦର୍ଶ ହେବା ଉଭୟ ଜରୁରୀ। ଧୈର୍ଯ୍ୟ ରଖିବା ଦ୍ୱାରା ପ୍ରତ୍ୟେକ ଛାତ୍ରଙ୍କ ସଂଘର୍ଷ ଏବଂ ଆହ୍ୱାନର ମୁକାବିଲା କରିବା ସହଜ ହୋଇଥାଏ।

ଆଜୀବନ ଶିଖିବା:

ଜଣେ ଆଦର୍ଶ ଶିକ୍ଷକ କେବଳ ଶିକ୍ଷାଦାନରେ ଆଗ୍ରହୀ ହୁଅନ୍ତି ନାହିଁ, ସେମାନେ ଆଜୀବନ ଶିଖିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି। ନିରନ୍ତର ଶିଖିବା ଦ୍ୱାରା ଛାତ୍ରମାନେ ସମ୍ମୁଖୀନ ହେବାକୁ ଥିବା ବାସ୍ତବ ଦୁନିଆର ଆହ୍ୱାନକୁ ସମାଧାନ କରିବା ନେଇ ବାଟ ଦେଖାଯାଏ।

ସକ୍ରିୟ ଶୁଣିବା:

ଯଦି ଜଣେ ଛାତ୍ରମାନଙ୍କୁ ସେମାନଙ୍କର ପ୍ରତିବନ୍ଧକ ଏବଂ ଆହ୍ୱାନକୁ ଦୂର କରିବାରେ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ସେମାନେ ସେମାନଙ୍କ କଥା ସକ୍ରିୟ ଭାବେ ଶୁଣିବା ଉଚିତ। ଅଧା ଶୁଣି କୌଣସି ଉପଦେଶ ଦେବା ମୁର୍ଖାମୀର ପରିଚୟ ହୋଇପାରେ।