Advertisment

Tulsi Vivah 2024: ଜାଣନ୍ତୁ ଜଳନ୍ଧରଙ୍କ ପତ୍ନୀ ବୃନ୍ଦା କିପରି ହେଲେ ତୁଳସୀ ବୃକ୍ଷ

ଆଜି ତୁଳସୀ ବିବାହ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।

ଅଦ୍ୟତନ ହୋଇଛି
Story of Tulsi Vivah 2024

Story of Tulsi Vivah 2024

Advertisment

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଗଛ ଭାବେ ବିବେଚନା କରାଯାଏ। ହିନ୍ଦୁ ରୀତିନୀତିରେ ତୁଳସୀ ବିବାହକୁ ମଧ୍ୟ ପବିତ୍ରତାର ସହିତ ପାଳନ କରାଯାଏ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ।

Advertisment
Story of Tulsi Vivah ପବିତ୍ର ଗଛ ତୁଳସୀ

ଏହି ବିବାହକୁ କାର୍ତ୍ତିକ ମାସର ଦ୍ୱାଦଶ ତିଥିରେ ପାଳନ କରାଯାଏ। ଏହା ଦେବ ଉତ୍ଥାନ ଏକାଦଶୀର ପରଦିନ ପଡେ।

ଏହି ତୁଳସୀ ବିବାହ କେବଳ ଏକ ଧାର୍ମିକ ଗୁରୁତ୍ୱ ବହନ କରେ ନାହିଁ ବରଂ ହିନ୍ଦୁ ବିବାହ ଋତୁର ଆରମ୍ଭକୁ ମଧ୍ୟ ସୂଚାଏ। ହିନ୍ଦୁ ପରମ୍ପରାରେ ଚତୁର୍ମାସରେ ବିବାହ ଆଦି ମାଙ୍ଗଳିକ କାମ ବନ୍ଦ ଥାଏ। ଏହି ଚାରିମାସ ଭଗବାନ ବିଷ୍ଣୁ ଗଭୀର ନିଦ୍ରାରେ ଥିବାର ବିଶ୍ୱାସ କରାଯାଏ। ଏଥିପାଇଁ କୌଣସି ମାଙ୍ଗଳିକ କାମ ହୁଏ ନାହିଁ।

Advertisment

ମୁହୂର୍ତ୍ତ:

ଚଳିତ ବର୍ଷ ତୁଳସୀ ବିବାହ ନଭେମ୍ବର ୧୩ ବୁଧବାର ଦିନ ପାଳନ କରାଯିବ। ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଶୁଭ ସମୟ ହେଉଛି:

  • ଦ୍ୱାଦଶୀ ତିଥୀ ଆରମ୍ଭ - ୧୨ ନଭେମ୍ବର ୨୦୨୪ ଅପରାହ୍ଣ ୪:୦୪
  • ଦ୍ୱାଦଶ ତିଥୀ ସମାପ୍ତ – ୧୩ ନଭେମ୍ବର ୨୦୨୪ ଅପରାହ୍ଣ ୧:୦୧
Advertisment

ପୌରାଣିକ କାହାଣୀ:

ପୌରାଣିକ କାହାଣୀ ଅନୁଯାୟୀ, ବୃନ୍ଦା ନାମକ ଜଣେ ଯୁବତୀ ଥିଲେ ଯିଏକି ରାକ୍ଷସ ରାଜା ଜଳନ୍ଧରଙ୍କୁ ବିବାହ କରିଥିଲେ। ବୃନ୍ଦା ଜଣେ ପରିବ୍ରତା ମହିଳା ଥିଲେ ଯିଏ ତାଙ୍କ ସ୍ୱାମୀଙ୍କୁ ଖୁବ ଭଲ ପାଉଥିଲେ। ଥରେ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଜଳନ୍ଧରଙ୍କୁ ମଧ୍ୟ ସେହି ଯୁଦ୍ଧକୁ ଯିବାକୁ ପଡିଲା।

Story of Tulsi Vivah ବୃନ୍ଦା ରାକ୍ଷସ ରାଜା ଜଳନ୍ଧରଙ୍କୁ ବିବାହ କରିଥିଲେ

ତା’ପରେ ବୃନ୍ଦା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ମୁଁ ଯୁଦ୍ଧରେ ଆପଣଙ୍କ ବିଜୟ ପାଇଁ ବ୍ରତ କରିବି ଏବଂ ଆପଣ ନ ଫେରିବା ପର୍ଯ୍ୟନ୍ତ ମୁଁ ମୋର ସଂକଳ୍ପ ତ୍ୟାଗ କରିବି ନାହିଁ। ଏହା ପରେ ଜଳନ୍ଧର ଯୁଦ୍ଧକୁ ଗଲେ। ବୃନ୍ଦାଙ୍କ ବ୍ରତର ପ୍ରଭାବ କାରଣରୁ ଜଳନ୍ଧର ଦେବତାମାନଙ୍କ ଉପରେ ଭାରି ପଡିବାକୁ ଲାଗିଲେ।

ଯେତେବେଳେ ଦେବତାମାନେ ଅନୁଭବ କଲେ ଯେ ଜଳନ୍ଧରକୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର, ସେମାନେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ। ତା’ପରେ ଭଗବାନ ବିଷ୍ଣୁ ଜଜଳନ୍ଧର ରୂପ ନେଇ ବୃନ୍ଦାଙ୍କ ନିକଟରେ ପହଞ୍ଚିଲେ। ସ୍ୱାମୀ ଭାବି ବିଷ୍ଣୁଙ୍କୁ ଦେଖିବା ମାତ୍ରେ ସେ ସଙ୍ଗେ ସଙ୍ଗେ ପୂଜାରୁ ଉଠି ଜଳନ୍ଧର ରୂପରେ ଥିବା ଭଗବାନ ବିଷ୍ଣୁଙ୍କ ପାଦ ଛୁଇଁଲେ।

Story of Tulsi Vivah ତୁଳସୀ ବିବାହ

ଏହିପରି ଭାବରେ ପୂଜା ଛାଡିବାଦେବାରୁ ବୃନ୍ଦାଙ୍କର ସଂକଳ୍ପ ଭାଙ୍ଗିଗଲା ଏବଂ ଯୁଦ୍ଧରେ ଜଳନ୍ଧରଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଜଳନ୍ଧରଙ୍କ ମୁଣ୍ଡ ବୃନ୍ଦାଙ୍କ ପାଖରେ ଆସି ପଡ଼ିଲା। ବୃନ୍ଦା ବୁଝିପାରିଲେ ନାହିଁ ଯେ, ଯଦି ତଳେ ପଡ଼ିଥିବା ମୁଣ୍ଡଟି ତାଙ୍କ ସ୍ୱାମୀଙ୍କର, ତେବେ ତାଙ୍କ ସାମ୍ନାରେ କିଏ ଥିଲେ? ତା’ପରେ ଭଗବାନ ବିଷ୍ଣୁ ତାଙ୍କ ପ୍ରକୃତ ରୂପକୁ ଆସିଲେ।

ଏଭଳି ବିଶ୍ୱାସଘାତକତା ଦ୍ୱାରା ବୃନ୍ଦା ଗଭୀର ଆଘାତ ପାଇଲେ ଏବଂ ସେ ଭଗବାନ ବିଷ୍ଣୁଙ୍କୁ ଅଭିଶାପ ଦେଲେ ଯେ “ଆପଣ ପଥର ହୋଇଯାଆନ୍ତୁ”। କୁହାଯାଏ ଯେ ବୃନ୍ଦାଙ୍କ ଅଭିଶାପ କାରଣରୁ ଭଗବାନ ବିଷ୍ଣୁ ତୁରନ୍ତ ପଥରରେ ପରିଣତ ହୋଇଥିଲେ।

Story of Tulsi Vivah ବୃନ୍ଦାଙ୍କ ଭଗବାନ ବିଷ୍ଣୁଙ୍କୁ ଅଭିଶାପ

କିନ୍ତୁ ଭଗବାନ ବିଷ୍ଣୁ ପଥର ହୋଇଯିବା ମାତ୍ରେ ସବୁଆଡେ ହାହାକାର ଖେଳିଗଲା। ତା’ପରେ ମାତା ଲକ୍ଷ୍ମୀ ବିଷ୍ଣୁଙ୍କୁ ଅଭିଶାପରୁ ମୁକ୍ତ କରିବାକୁ ବୃନ୍ଦାଙ୍କୁ ପ୍ରାର୍ଥନା କଲେ।

ଏହା ପରେ ବୃନ୍ଦା ଦେଇଥିବା ଅଭିଶାପରୁ ବିଷ୍ଣୁଙ୍କୁ ମୁକ୍ତ କଲେ ଏବଂ ନିଜେ ସ୍ୱାମୀଙ୍କ କଟା ମୁଣ୍ଡ ଧରି ଦେହତ୍ୟାଗ କରି ସତୀତ୍ୱ ପ୍ରାପ୍ତ ହେଲେ। କୁହାଯାଏ ଯେ ଯେଉଁଠାରେ ବୃନ୍ଦା ସତୀତ୍ୱ ପ୍ରାପ୍ତ ହୋଇଥିଲେ, ତାଙ୍କ ପାଉଁଶରୁ ଏକ ବୃକ୍ଷର ଜନ୍ମ ହୋଇଥିଲା। ଏହାକୁ ଭଗବାନ ବିଷ୍ଣୁ “ତୁଳସୀ” ନାଁ ରଖିଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ “ଶାଳଗ୍ରାମ ନାମରେ ମୋର ଏକ ରୂପ ଏହି ପଥରରେ ରହିବ। ଯାହାଙ୍କ ପୂଜା ସବୁବେଳେ ତୁଳସୀଙ୍କ ସହିତ କରାଯିବ।”

Story of Tulsi Vivah ଶାଳଗ୍ରାମ ସହ ତୁଳସୀଙ୍କ ବିବାହ

ଏହା ସହିତ ଭଗବାନ ବିଷ୍ଣୁ ତୁଳସୀଙ୍କୁ ଏକ ବରଦାନ ମଧ୍ୟ ଦେଇଥିଲେ ଯେ ସେ ତୁଳସୀ ବିନା ସେ କୌଣସି ଭୋଜନ ଗ୍ରହଣ କରିବେ ନାହିଁ। କୁହାଯାଏ ଯେ ସେବେଠାରୁ ତୁଳସୀଙ୍କର ପୂଜା ଆରମ୍ଭ ହୋଇଥିଲା ଏବଂ କାର୍ତ୍ତିକ ମାସରେ ଶାଳଗ୍ରାମ ସହିତ ତାଙ୍କର ବିବାହ ଆରମ୍ଭ ହୋଇଥିଲା।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ