Advertisment

ଦୁଇ ବର୍ଷ ପରେ ଧୁମ୍‌ଧାମରେ ପାଳିତ ହେଲା ‘ଲା ଟମାଟିନା’ ଫେଷ୍ଟିଭାଲ୍‌: ୧୩୦ ଟନ୍ ଟମାଟୋ ସ୍ୱାହା

ସ୍ପେନ୍‌ରେ ଜମିଲା ଟମାଟୋ ପର୍ବ, ନଷ୍ଟ ହେଲା ୧୩୦ ଟନ୍ ଟମାଟୋ।

ଅଦ୍ୟତନ ହୋଇଛି
Special story

Special story

Advertisment

ସ୍ପେନ୍‌ରେ ପାଳନ ହେଲା ‘ଲା ଟମାଟିନା’ ଫେଷ୍ଟିଭାଲ୍‌ । କରୋନା ମହାମାରୀ ପାଇଁ ଏହି ଉତ୍ସବ ଦୁଇ ବର୍ଷ ଧରି ପାଳନ ହୋଇ ପାରିନଥିଲା । ହେଲେ ଏଥର ଖୁବ ଜାକଜମକରେ ପାଳନ ହୋଇଛି ଏହି ନିଆରା ପର୍ବ । କେବଳ ସ୍ପେନ୍‌ରେ ନୁହେଁ ସାରା ବିଶ୍ୱରେ ‘ଲା ଟମାଟିନା’ ଖୁବ୍‌ ଲୋକପ୍ରିୟ । କେହି କେହି ଏହାକୁ ଟମାଟୋ ଉତ୍ସବ ମଧ୍ୟ କୁହନ୍ତି । ସ୍ପେନର ଲୋକେ ଏହି ଉତ୍ସବକୁ ମହାଆନନ୍ଦରେ ପାଳନ କରନ୍ତି । ଟମାଟୋ ପର୍ବ ପାଳନ ପାଇଁ ଏହି ଗୋଟିଏ ଦିନ ଏଠାକୁ ବିଶ୍ୱର କୋଣ ଅନୁକୋଣରୁ ଲୋକଙ୍କର ସୁଅ ଛୁଟିଥାଏ । ତେବେ ଏହି ଉତ୍ସବରେ ପାଖାପାଖି ୧୩୦ ଟନ୍ ଟମାଟୋ ନଷ୍ଟ ହୋଇଥାଏ। ସାରା ବିଶ୍ୱରେ ଖାଦ୍ୟ ସମସ୍ୟାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ଏତେ ପରିମାଣର ଟମାଟୋ ନଷ୍ଟ ହେବାକୁ ନେଇ ଅନେକ ସହଜରେ ଗ୍ରହଣ କରିପାରୁନାହାଁନ୍ତି।

Advertisment

ସ୍ପେନ୍‌ବାସୀଙ୍କ ପ୍ରିୟ ବାର୍ଷିକ ଉତ୍ସବ ହେଲା ଟମାଟିନା ଫେଷ୍ଟିଭାଲ । ଏହାକୁ ଫୁଡ୍‌ ଫାଇଟ୍‌ ବୋଲି ମଧ୍ୟ କୁହାଯାଏ । ଜୋୟା ଅଖତରଙ୍କ ସିନେମା 'ଜିନ୍ଦେଗି ନା ମିଲେଗି ଦୋବାରା' ଦେଖିବା ପରେ ଭାରତରେ ବି 'ଲା ଟମାଟିନା' ଲୋକପ୍ରିୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହିଁ ଏବେ ଅନେକ ଭାରତୀୟ ସ୍ପେନ୍‌ ଗସ୍ତ କରୁଛନ୍ତି । ଏହି ପର୍ବରେ  ଟନ୍ ଟନ୍ ଟମାଟୋ ଫୋପଡ଼ା ଫୋପଡ଼ି ହୁଅନ୍ତି ସାଧାରଣ ଲୋକ । ସାଧାରଣତଃ ଅଗଷ୍ଟରେ ଶେଷ ବୁଧବାରରେ ଏହି ପର୍ବର ଆୟୋଜନ କରାଯାଏ । ତେବେ ମହାମାରୀ ହେତୁ ଏହି ପର୍ବ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ଖୁବ୍‌ ଧୁମଧାମରେ ଆୟୋଜିତ ହୋଇଛି ଏହି ଉତ୍ସବ ।

୧୯୪୫ରେ ଆରମ୍ଭ ହୋଇଥିଲା ଲା ଟମାଟିନା ଫେଷ୍ଟିଭାଲ । ସେତେବେଳେ ଟମାଟୋ ମୂଲ୍ୟକୁ ନେଇ ବିକ୍ରେତାଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଟମାଟୋକୁ ଅସ୍ତ୍ର ରୂପେ ବ୍ୟବହାର କରି ପରସ୍ପର ଉପରକୁ ଟମାଟୋ ଫିଙ୍ଗିବା ଆରମ୍ଭ କରିଥିଲେ ବିକ୍ରେତା । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ପର୍ବ ।

Advertisment
'La Tomatina' Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ