Advertisment

ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ୱାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ।

Rukuna Ratha

Rukuna Ratha

Advertisment

ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଆଜି ପବିତ୍ର ଅଶୋକାଷ୍ଟମୀରେ ନୀତିକାନ୍ତି ସାରି ଅପରାହ୍ନରେ ଗଡ଼ିଥିଲା ରୁକୁଣା ରଥ । ଆଉ ସନ୍ଧ୍ୟା ହେବାରୁ ଅଟକିଥିଳା ବଢ଼େଇବାଙ୍କରେ । ଆସନ୍ତାକାଲି ମାଉସୀମା ମନ୍ଦିରରେ ପହଞ୍ଚିବ ମହାପ୍ରଭୁଙ୍କ ରୁକୁଣା ରଥ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚୌତ୍ରମାସ ଅଶୋକାଷ୍ଟମୀରେ ଅନୁଷ୍ଠିତ ହୋଇଥାଏ । ଆଜି ମହାଦେବ ଲିଙ୍ଗରାଜଙ୍କ ପ୍ରତିମାକୁ ରଥାରୁଢ କରାଇବା ପରେ ହଜାର ହଜାର ଶ୍ରଦ୍ଧାଳୁ ରଥଟାଣିଥିଲେ। ବିରାଟ ପଟୁଆରରେ ବାବାଙ୍କ ରଥକୁ ଆଣି ବଢେଇବାଙ୍କ ଛକରେ ପହଞ୍ଚିଥିଲେ ।

Advertisment

ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ୱାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ।

ତେବେ ରୁକୁଣା ରଥଯାତ୍ରାର ପରିଚାଳନା ନିମନ୍ତେ ସମନ୍ୱୟ ବୈଠକ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଚଳିତବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ରଥରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା' ଛକରୁ ଗାଡ଼ିକୁ ଡାଇଭର୍ଟ କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା ।

Advertisment

ବାହୁଡ଼ା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ମନ୍ଦିର ସିଂହଦ୍ୱାରକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି।

ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି। ପ୍ରଥମ କଳସ ପାଣି ଆଗେ ୨୧ ହଜାର ଟଙ୍କାରେ ନିଲାମ ଡକା ଯାଇଥିଲା । ଶେଷରେ ୨୪ ହଜାର ଟଙ୍କାରେ ଏହାକୁ ନିଲାମ କରାଯାଇଥିଲା। ଜଗତସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଧରିଥିଲେ । ତାପରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡୁ ନିଯୋଗ ପକ୍ଷରୁ ନିଲାମ କରାଯାଇଥିଲା । ମରିଚିକୁଣ୍ଡ ଜଳରେ ଗାଧୋଇଲେ ମାନସିକଧାରୀଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମରିଚିକୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହେବ।

Advertisment

ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା କାରଣରୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ।

Bhubaneswar Rukuna Rath Yatra Lord Lingaraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ