Advertisment

ଉତ୍କଳୀୟ ସଂସ୍କୃତିର ପ୍ରସାର ପାଇଁ ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ

ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜର୍ଜିଆ ତଥା ପଡୋଶୀ ରାଜ୍ୟ ଟେନେସି, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନାର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶିତ ହୋଇଥିଲା

ଅଦ୍ୟତନ ହୋଇଛି
ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ

ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ

Advertisment

ଆମେରିକାର ଆଟ୍ଲାଣ୍ଟା ସହରରେ ବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନେ ଏକତ୍ରିତ ହୋଇ ମହା ଆଡମ୍ବରରେ ପାଳନ କରିଥିଲେ 'ଆଞ୍ଚଳିକ ନାଟ୍ୟ ମହୋତ୍ସବ – ୨୦୨୩’। ଏପରି ଏକ ପ୍ରୟାସ ପ୍ରଥମ ଥର ପାଇଁ ଓସା -ଜର୍ଜିଆ ଅନୁଷ୍ଠାନର ଅନୁକୁଲ୍ୟରେ ଆୟୋଜିତ ହୋଇଛି ।

Advertisment

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ନାଜିଆ ଆଲାମ ମହୋତ୍ସବର ଉଦ୍‌ଘାଟନ କରିବା ସହ ବିଭିର୍ନ ରାଜ୍ୟରୁ ଆସିଥିବା ଦର୍ଶକ ତଥା କଳାକାରମାନଙ୍କୁ ନିଜର ସୁମଧୁର ସଂଗୀତ ମାଧ୍ୟମରେ ଉତ୍କଳ ଜନନୀର ସ୍ମୃତିକୁ ମନେ ପକାଇ ଦେଇଥିଲେ ।

ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ  ଆମେରିକାରେ ଆଞ୍ଚଳିକ ନାଟ୍ୟ ମହୋତ୍ସବ

ଗତ ୨୬ ତାରିଖରେ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜର୍ଜିଆ ତଥା ପଡୋଶୀ ରାଜ୍ୟ ଟେନେସି, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନାର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶିତ ହୋଇଥିଲା। ଏହି କଳା ପ୍ରଦର୍ଶନ ବିଶେଷ କରି ଓଡ଼ିଶାର ସଂସ୍କୃତି ଓ ପରଂପରା ଉପରେ ଆଧାରିତ ଥିଲା।

Advertisment

‘ଗର୍ବରେ କୁହ ମୁଁ ଓଡ଼ିଆ’। ଏଭଳି ଭାବନାକୁ ଓଡ଼ିଆ ଭାଇ ଭଉଣୀଙ୍କ ମନରେ ଜାଗ୍ରତ କରିବାକୁ ଏହି ମହୋତ୍ସବର ଲକ୍ଷ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଓଷା, ଜର୍ଜିଆର କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ବକ୍ସି , ବିକ୍ଷିପ୍ତା ପଣ୍ଡା ଓ ଲଳିତ ବାରିକ ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ