Astrospeak
  • Live TV
  • Read In English

Ratha Jatra 2024: ରଥ ଦଉଡ଼ି ଛୁଇଁଲେ ସର୍ବପାପ ମୋଚନ ହୁଏ, ଜାଣନ୍ତୁ ଏହାର ମାହାତ୍ମ୍ୟ...

ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।

Ratha Jatra 2024 know the name of ratha rope
ଜନ୍ମ ଜନ୍ମାନ୍ତର ପାପ ହରେ ରଥ ଦଉଡି

କାଳିଆ ଗୋସେଇଁ। ଅଦ୍ଭୁତ ସେ ଠାକୁର, ଅଦ୍ଭୁତ ତା ଲିଳା। ତାଙ୍କ ମହାଲିଳାକୁ କିଏ ବା ବୁଝିବ। ତାଙ୍କ ମହାନ ମାନବୀୟ ଲିଳା ସତରେ ଅନନ୍ୟ ଆଉ ମାଧୁର୍ଯ୍ୟମୟ। ସେଥିମଧ୍ୟରୁ ରଥଯାତ୍ରା ସବୁଠାରୁ ନିଆରା। ଏନେଇ ପ୍ରସ୍ତୁତି ଅନେକ ଦିନରୁ ଆରମ୍ଭ ହୋଇଥାଏ।

ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା କ୍ରମେ ନିର୍ମିତ ହୋଇଥାଏ। ରଥକାଠ ପହଞ୍ଚିବାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାମ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ। ସବୁ ଉପକରଣ ଭିତରେ ରଥ ଦଉଡିର ଗୁରୁତ୍ୱ ମଧ୍ୟ ରହିଛି।

ତେବେ ଆସନ୍ତୁ ଏହି ରଥ ଦଉଡି ସମ୍ପର୍କରେ କିଛି ତଥ୍ୟ ଜାଣିନେବା।

କିପରି ଲାଗେ ଦଉଡି:

ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ତାଳ ଓ ନଡିଆ ଗଛ କାଠରେ ପ୍ରସ୍ତୁତ ଚାରମାର ଖୋଲାଯାଏ। ଏହାକୁ ଭୋଇ ସେବକମାନେ ଖୋଲନ୍ତି। ଏହାପରେ ସାରଥୀ ଓ ଘୋଡାଙ୍କୁ ଆରୋହଣ ପୂର୍ବକ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି ବନ୍ଧା ଯାଇଥାଏ।

ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏନେଇ ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।

କେଉଁଠୁ ଆସେ ଦଉଡି:

ମହାପ୍ରଭୁଙ୍କ ସେବାକୁ ଆପଣେଇବା ନେଇ କିଏ ବା ମନ ନ କରେ। ହେଲେ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ଠାକୁରଙ୍କ ସେବା ମଧ୍ୟରେ ଦଉଡି ସେବା ମଧ୍ୟ ଏକ ଗୁରୁତ୍ୱ ରଖେ। ଗତ କିଛି ବର୍ଷ ଧରି ଏହି ଦଉଡ଼ି କେରଳର କଏର ନିଗମରୁ ଅଣାଯାଉଛି। ପୂର୍ବରୁ କଲିକତା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା। କିନ୍ତୁ ଏବେ ପିପିଲିର କତା କାରିଗରମାନେ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି।

ଦଉଡ଼ିର ମାପ ଓ ସଂଖ୍ୟା:

ତିନି ରଥ ଦଉଡିର ନାଁ:

ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଏ। ଏହି ରଥର ଦଉଡିର ନାଁ ହେଉଛି ବାସୁକୀ। ରଥ ଟଣା ସମୟରେ ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତମାନଙ୍କ ମନୋରଞ୍ଜନ କରିଥାନ୍ତି।

ସର୍ବଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦଉଡ଼ି ଧରି ଆନନ୍ଦ ମନରେ ରଥକୁ ଟାଣିଥାନ୍ତି। ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ।