Advertisment

Bahuda Jatra 2025: ଫେରିଲା ବେଳେ ମାଉସୀ ମାଆ ମନ୍ଦିର ପାଖରେ କାହିଁକି ଅଟକନ୍ତି ମହାପ୍ରଭୁ?

ବାହୁଡ଼ା ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ମାନବ ଜୀବନରେ ଘର ବାହୁଡ଼ାର ପ୍ରତୀକ। ଏହା ସୂଚାଏ ଯେ ଜୀବନର ଯାତ୍ରା ଯେତେ ଦୂର ହେଉନା କାହିଁକି, ଶେଷରେ ଆମେ ନିଜର ମୂଳସ୍ଥାନକୁ ଫେରିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Facts about bahuda yatra of lord jagannath rath yatra puri odisha

Facts about bahuda yatra of lord jagannath rath yatra puri odisha

Advertisment

ପୁରୀ ରଥଯାତ୍ରା ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିଚୟର ଏକ ଅମର ପରମ୍ପରା। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଲୋକଙ୍କ ଆସ୍ଥା, ଭକ୍ତି ଓ ଏକତାର ଏକ ଅପୂର୍ବ ସମନ୍ୱୟ। ରଥଯାତ୍ରାର ଏକ ମୁଖ୍ୟ ଅଙ୍ଗ ହେଉଛି ବାହୁଡ଼ା ଯାତ୍ରା, ଯାହା ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନର ପବିତ୍ର ଯାତ୍ରାକୁ ସୂଚାଏ। ଏହି ଯାତ୍ରା ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଓ ସାଂସ୍କୃତିକ ମହତ୍ତ୍ୱରେ ପରିପୂର୍ଣ୍ଣ। ସମ୍ପୂର୍ଣ୍ଣ ରଥଯାତ୍ରାକୁ ତିନୋଟି ଅଙ୍ଗରେ ବିଭକ୍ତ କରାଯାଏ। ‘ଶ୍ରୀଗୁଣ୍ଡିଚା ଯାତ୍ରା’ ଗୋଟିଏ ଅଙ୍ଗ ହୋଇଥିବା ବେଳେ ‘ଗୁଣ୍ଡିଚା ମଣ୍ଡପରେ ଉପବେଷନ’ ଦ୍ୱିତୀୟ ଅଙ୍ଗ ଏବଂ ‘ବାହୁଡା ଯାତ୍ରା’ ତୃତୀୟ ଅଙ୍ଗ ହୋଇଥାଏ।

Advertisment

ବାହୁଡ଼ା ଯାତ୍ରାର ପରିଚୟ

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ଆସନ୍ତୁ ମହାପ୍ରଭୁଙ୍କ ଏହି ଯାତ୍ରା ବିଷୟରେ ଜାଣିନେବା।

ବାହୁଡ଼ା ଯାତ୍ରା ହେଉଛି ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ, ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରରେ ୯ ଦିନ ଅବସ୍ଥାନ କରିବା ପରେ ନିଜ ମୂଳ ନିବାସ ଶ୍ରୀମନ୍ଦିରକୁ ଫେରନ୍ତି। ଏହି ଯାତ୍ରା ଆଷାଢ଼ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଅନୁଷ୍ଠିତ ହୁଏ। ଏହା ରଥଯାତ୍ରାର ପ୍ରାରମ୍ଭିକ ଯାତ୍ରା ଅପେକ୍ଷା ଅଧିକ ଶାନ୍ତ ହେଲେ ମଧ୍ୟ ଭକ୍ତିର ଉତ୍ସାହ ଓ ଆନନ୍ଦରେ କିଛି କମ୍ ନୁହେଁ। ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରି ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

Advertisment

ବାହୁଡ଼ା ଯାତ୍ରାର ପରମ୍ପରା

ଗୁଣ୍ଡିଚା ଯାତ୍ରାଠାରୁ ଠାକୁରମାନେ ରଥରୁ ଓହ୍ଲାଇବା ଯାଏ ତିନି ରଥରେ ଧ୍ୱଜ ପୂଜା ହୁଏ। ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା ପହଣ୍ଡି ଆରମ୍ଭ ହୋଇଯାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବା ସହିତ ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ, ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି ଆଦି ହେବାର ବିଧି ରହିଛି।

ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ

ବାହୁଡ଼ା ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ମାନବ ଜୀବନରେ ଘର ବାହୁଡ଼ାର ପ୍ରତୀକ। ଏହା ସୂଚାଏ ଯେ ଜୀବନର ଯାତ୍ରା ଯେତେ ଦୂର ହେଉନା କାହିଁକି, ଶେଷରେ ଆମେ ନିଜର ମୂଳସ୍ଥାନକୁ ଫେରିବାକୁ ପଡ଼ିବ। ଏହା ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଜୀବନରେ ନିଜର ଆସ୍ଥା ଓ ନିଷ୍ଠାକୁ ଦୃଢ଼ କରିବାକୁ ପ୍ରେରଣା ଦିଏ। ସାଂସ୍କୃତିକ ଦୃଷ୍ଟିରୁ, ବାହୁଡ଼ା ଯାତ୍ରା ଓଡ଼ିଶାର କଳା, ସଙ୍ଗୀତ ଓ ପରମ୍ପରାକୁ ଏକ ମଞ୍ଚ ପ୍ରଦାନ କରେ। ରଥଗୁଡ଼ିକର ନିପୁଣ କାରୁକାର୍ଯ୍ୟ, ଭଜନ-କୀର୍ତ୍ତନ ଓ ଲୋକନୃତ୍ୟ ଏହି ଉତ୍ସବକୁ ଏକ ସାଂସ୍କୃତିକ ମହୋତ୍ସବରେ ପରିଣତ କରେ।

Advertisment

ଆବଶ୍ୟକ ମରାମତି କାର୍ଯ୍ୟ

ପରେ ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା, ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।

ବାହୁଡା ରଥ ଟଣା

ବାହୁଡା ରଥ ଟଣା ହୋଇ ବଳଭଦ୍ରଙ୍କ ରଥ ବଡଶଙ୍ଖ ଯାଏ ଆସିବା ପରେ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୁଏ। ଏହାପରେ ଜଗନ୍ନାଥଙ୍କ ରଥ ଟଣା ହୋଇଥାଏ। ବାଟରେ ଠାକୁରଙ୍କ ପାଇଁ ପନ୍ତି ଭୋଗ ହୁଏ। ବଡଠାକୁର ଓ ସୁଭଦ୍ରାଙ୍କ ରଥ ବଡଦେଉଳ ସିଂହଦ୍ୱାର ନିକଟରେ ପହଞ୍ଚିବା ପୂର୍ବରୁ ଅଳ୍ପ ଦୂର ମାଉସୀ ମା’ ମନ୍ଦିର ପାଖରେ ରୁହେ। ଏଠାରେ ଜଗନ୍ନାଥଙ୍କୁ ଛେନା ପୋଡପିଠା ଭୋଗ ଦିଆଯାଏ। ଏହାପରେ ରଥ ଟଣା ଆରମ୍ଭ ହୁଏ।

ସିଂହଦ୍ୱାରରେ ପହଞ୍ଚିବା ପରେ

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦେଉଳ ସିଂହଦ୍ୱାର ପାଖକୁ ଆସି ରାଜାଙ୍କ ନଅର ସାମ୍ନାରେ ରୁହେ। ଏହା ପରେ ମାହଲକ୍ଷ୍ମୀ ସଜ୍ଜ ହୋଇ ପାଲିଙ୍କୀରେ ବିଜେ କରି ବଡ ଦେଉଳ ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି। ସେଠାରୁ ଜଗନ୍ନାଥଙ୍କ ରଥକୁ ଚାହାନ୍ତି। ଏହା ପରେ ମହାଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥ ରଥ ଚାରିପଟେ ବେଢାଏ ବୁଲେ। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଦଇତାମାନେ ଆଜ୍ଞାମାଳ ନିଅନ୍ତି। ଏହାପରେ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରିଯାଆନ୍ତି। ପରେ ଜଗନ୍ନାଥଙ୍କ ରଥ ମନ୍ଦିର ସିଂହଦ୍ୱାର ନିକଟକୁ ଆସେ। ବାହୁଡା ଶେଷ ଦିନ ଠାକୁରମାନେ ରଥରେ ରୁହନ୍ତି।

ସିଂହାସନକୁ ବିଜେ

ମଧ୍ୟାହ୍ନ ଧୂପ ଠାରୁ ଶୁଖିଲା ଭୋଗ ଆରମ୍ଭ ହୁଏ। ପରଦିନ ମଧ୍ୟ ଠାକୁରମାନେ ରଥରେ ରହି ଥାଆନ୍ତି। ଏଠାରେ ଏକାଦଶୀ ନୀତି, ଅଧର ପଣା ଭୋଗ, ସୁନାବେଶ ହୁଏ। ଦ୍ୱାଦଶୀ ଦିନ ଠାକୁରମାନେ ରଥରୁ ସିଂହାସନକୁ ବିଜେ ହୁଅନ୍ତି।

Rath Yatra Bahuda Yatra Bahuda Jatra Jagannath Bahuda Yatra Puri Bahuda Yatra Rath Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ