Advertisment

ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଦ୍ୟତନ ହୋଇଛି
Special Train For Ratha Jatra

Special Train For Ratha Jatra

Advertisment

ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଆଜି ଏନେଇ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି। ତାସହ ଏଥର ରଥଯାତ୍ରାରେ ଅଧିକ ବ୍ୟବସ୍ଥା ହେବ। ୧୫ ହଜାର ଯାତ୍ରୀ ପୁରୀ ଷ୍ଟେସନରେ ରହଣୀ ନେଇ ବି ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି। ସେପଟେ ପୁରୀରେ ରଥଯାତ୍ରା ଦେଖିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ। ଜୁଲାଇ ୬ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ୯ ତାରିଖ ଯାଏ ରହିବେ। ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବେ। ୭ ତାରିଖରେ ଯିବେ ପୁରୀ।

୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ। ତେଣେ ଗୋଟିଏ ଦିନରେ ଠାକୁରଙ୍କ ତିନି ତିନିଟି ବଡ଼ ନୀତିକାନ୍ତି ପଡୁଥିବାରୁ ଏଥର ନବଯୌବନ ଦର୍ଶନ ସହ ପହଣ୍ଡି ଟିକେଟ୍ ବିକ୍ରୀ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଛି ନିଷ୍ପତ୍ତି।

Advertisment

ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଗତକାଲି ଛତିଶା ନିଯୋଗରେ ଅନୁମୋଦିତ ରଥଯାତ୍ରା ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିବା ପରେ ସ୍ପଷ୍ଟ ହୋଇଛି ଘୋଷଯାତ୍ରାର ଚିତ୍ର।

Special Train Ratha Jatra Ashwini Vaishnaw Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ