Advertisment

Teacher’s Day 2023: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ।

ଅଦ୍ୟତନ ହୋଇଛି
Teachers Day 2023

Physical Handicapped Teacher is teaching without money

Advertisment

ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ଅତି ନିବିଡ଼। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ।

Advertisment

ସବୁଠାରୁ ବିଶେଷ କଥା ହେଉଛି କଙ୍କ ମୁର୍ମୁ ଜନ୍ମରୁ ବିଦ୍ୟାଙ୍ଗ। ସେ ନିଜେ କଲେଜରେ ପାଠ ପଢିବା ସହ ପିଲାମାନଙ୍କୁ ବିନା ମୂଲ୍ୟରେ କରୁଛନ୍ତି ଶିକ୍ଷାଦାନ। ଆଜିର ଏହି ପବିତ୍ର ଗୁରୁଦିବସରେ ଆସନ୍ତୁ ତାଙ୍କ ମହାନତା ବିଷୟରେ ଜାଣିନେବା।

“ମୁଁ ଦିବ୍ୟାଙ୍ଗ, ହେଲେ ମୁଁ ସକ୍ଷମ। ମନରେ ପଢିବାର ଇଛା ଓ ଗାଁର ପିଲାମାନଙ୍କୁ ନେଇ ବିନା ମୂଲ୍ୟରେ ଶିକ୍ଷାଦାନ କରିବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ମୋର ଏକ ମାତ୍ର ଲକ୍ଷ୍ୟ।” ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଚକ୍ରଧରପୁର ପଞ୍ଚାୟତ ସାନଜୁନୁପାଳ ଗ୍ରାମର କଙ୍କ ମୁର୍ମୁ ଏମିତି କୁହନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

କଙ୍କ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଡାହାଣ ହାତ ଅଚଳ। ଏନେଇ ସେ ବାମ ହାତରେ ଖାଇବା ଠାରୁ ଆରମ୍ଭ କରି ସବୁ କିଛି କରିଥାନ୍ତି। ଏପରିକି ସେ ବାମ ହାତରେ ମଧ୍ୟ ଲେଖାଲେଖି କରିଥାନ୍ତି। ଗରିବ ଆଦିବାସୀ ପରିବାରରେ କଙ୍କ ଙ୍କ ଜନ୍ମ। ହେଲେ ପଢିବାର ନିଶା ତାଙ୍କୁ ଆଗକୁ ନେଇଥିବା ବେଳେ ଏବେ ଗାଁର ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ବିନା ମୂଲ୍ୟରେ ସେ କରୁଛନ୍ତି ଶିକ୍ଷାଦାନ।

Advertisment

କଙ୍କ ଏବେ ଉଦଳା କଲେଜ ରେ +୩ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି। ଉକ୍ତ ଗ୍ରାମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ପିଲାମାନଙ୍କର ଶିକ୍ଷାର ଅଗ୍ରଗତି ପାଇଁ ସେ ଏହି ଉଦ୍ୟମ କରୁଥିବା କହିଛନ୍ତି। କରୋନା ମହାମାରୀ ସମୟରୁ ଆଜି ପର୍ଯ୍ୟନ୍ତ ସେ ପିଲାମାନଙ୍କୁ କରିଚାଲିଛନ୍ତି ଶିକ୍ଷାଦାନ। ମନରେ ନ ଥାଏ କିଛି ଅର୍ଥ ପାଇବାର ଇଚ୍ଛା। ତେବେ ତାଙ୍କର ପାଠ ପଢ଼ାଇବାର ଶୈଳୀକୁ ଠିକ୍ ଭାବେ ଗ୍ରହଣ କରନ୍ତି ବୋଲି କହିଛନ୍ତି ପିଲାମାନେ।

ସବୁଦିନ ପରି କଙ୍କ ପିଲାମାନଙ୍କୁ ଡାକି ସକାଳ ଓ ସନ୍ଧ୍ୟାରେ ପାଠ ପଢ଼ାଇ ଥାଆନ୍ତି। ସେ ପ୍ରଥମରୁ ଦଶମ ଶ୍ରେଣୀ ପିଲାମାନଙ୍କୁ ପାଠ ପଢ଼ାଇବାରେ ବେଶ ପାରଙ୍ଗମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ମନବଳ ତାଙ୍କୁ ଆଗକୁ ବଢାଇ ନେଇଛି। ଏପରିକି ଶିକ୍ଷାଦାନ ସାଙ୍ଗକୁ ପିଲାମାନଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ସେ ଦେଇଥାନ୍ତି ପରାମର୍ଶ। ତେବେ ତାଙ୍କର ଏହି ଉଦ୍ୟମ ଅନ୍ୟ ଶିକ୍ଷକମାନଙ୍କ ପାଇଁ ଉଦାହରଣ। ତାଙ୍କ ମହାନତା ପାଇଁ ଅନେକ କୁହନ୍ତି ସେ ଜଣେ ଛାତ୍ର ନୁହଁନ୍ତି ସେ ଜଣେ ଆଦର୍ଶ ଶିକ୍ଷକ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

Teacher's Day In India Special Story Teacher's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ