ବାଲିଯାତ୍ରାରେ ଭେରାଇଟି ଶୁଖୁଆ; ଗ୍ରାହକଙ୍କ ପସନ୍ଦ ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଶୁଖୁଆ

ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ ।

Dry Fish

ବାଲିଯାତ୍ରା ମେଳା ପୂର୍ବ ଭାରତର ସର୍ବବୃହତ୍ ମହାକୁମ୍ଭ । ଏଠାରେ ଗୋଟିଏ ଜାଗାରେ ସବୁ ପ୍ରକାରର ସାମଗ୍ରୀ ମିଳେ । ତେଣୁ କିଣାବିକା ପାଇଁ ଜମିଥାଏ ଭିଡ଼ । ସବୁବର୍ଷ ଭଳି ଏବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ ଶୁଖୁଆ ଦୋକାନ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶୁଖୁଆ ବ୍ୟବସାୟୀମାନେ ଆସି ପସରା ମେଲାଇଛନ୍ତି । ଆଉ ଗ୍ରାହକମାନେ ଏ ସୁଯୋଗର ହାତଛଡ଼ା କରୁନାହାନ୍ତି ।

ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ । ପାମ୍ପପ୍ଲେଟ, ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଏମିତି କେତେ କଣ । ଏସବୁ ଶୁଖୁଆର ଦର ୩୦୦ ରୁ ୬୦୦ ଟଙ୍କା ରହିଛି । ତେବେ ଖଅଙ୍ଗା ମାଛର ମଞ୍ଜି କିଲୋ ପିଛା ୧୨୦୦ରୁ ୧୫୦୦ ଟଙ୍କା ରହିଛି ।

କଟକ କ୍ୟାଣ୍ଟନମେଣ୍ଟ ରାସ୍ତା କଡରେ ବିକ୍ରି ହେଉଛି ଭଳିକି ଭଳି ଶୁୁଖୁଆ । ଯେଉଁଠି ଶୁଖୁଆ ପ୍ରେମୀଙ୍କ ବେଶ୍ ଭିଡ଼ ଜମୁଛି । ଗୋଟିଏ ସ୍ଥାନରେ ବିଭିନ୍ନ ଭେରାଇଟିର

ଶୁଖୁଆ ମିଳୁଥିବାରୁ ଗ୍ରାହକମାନେ ନିଜ ମନ ପସନ୍ଦର ଶୁଖୁଆ କିଣି ନେଉଛନ୍ତି । ଅନ୍ୟ ଦିନ ମାନଙ୍କ ଠାରୁ ବାଲିଯାତ୍ରାରେ ଶୁଖୁଆ ଦର ଟିକେ କମ୍ ରହିଥିବାରୁ ଗ୍ରାହକଙ୍କୁ ସୁହାଉଛି ।