Advertisment

ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି।

ଅଦ୍ୟତନ ହୋଇଛି
undefined

World Elephant Day

Advertisment

ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଖାସ୍ କରି ବର୍ଷକୁ ରାଜ୍ୟରେ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଥିବାରୁ ଏହି ବିଶାଳ ପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Advertisment

କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି। ଅର୍ଥାତ ବର୍ଷକୁ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଛି। ସେ ଭିତରୁ ବିଦ୍ୟୁତ୍ ଆଘାତରେ ସର୍ବାଧିକ ୫୪ ହାତୀ ପ୍ରାଣ ହରାଇଥିଲା ବେଳେ ଟ୍ରେନ୍ ଧକ୍କାରେ ୧୪ ଓ ଶିକାରୀଙ୍କ ଶିକାରରେ ଯାଇଛି ୧୧ ହାତୀଙ୍କ ପ୍ରାଣ।

ତେଣୁ ବିଶ୍ୱ ହସ୍ତୀ ଦିବସରେ ହାତୀବଂଶ ସୁରକ୍ଷା ଚିନ୍ତା। ଭୁବେନଶ୍ୱରରେ ଆୟୋଜିତ ଜାତୀୟସ୍ତରୀୟ ବିଶ୍ୱ ହାତୀ ଦିବସରେ କେନ୍ଦ୍ର-ରାଜ୍ୟ ମାନସମନ୍ଥନ। କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ବିକାଶମୂଳକ କାର୍ଯ୍ୟ ଲାଗି ରାଜ୍ୟରେ ଦିନକୁ ଦିନ ହାତୀ-ମଣିଷ ଲଢ଼େଇ ବଢୁଛି। ତେଣୁ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବେ ଗଜ ସାଥୀ କାର୍ଯ୍ୟକ୍ରମ ସହ ଜନ ସୁରକ୍ଷା ଗଜ ରକ୍ଷା, ସୋଲାର ଫେନ୍ସିଂ ଭଳି ପଦକ୍ଷେପ ନେଇଛନ୍ତି।

Advertisment

ସେହିପରି ହାତୀଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ପାଇଁ ଅକ୍ଟୋବରରୁ ରାଜ୍ୟରେ ଚାଲିବ ବର୍ଷବ୍ୟାପୀ ଗଜ ଉତ୍ସବ। ଏପଟେ କେନ୍ଦ୍ର ଜଙ୍ଗଲମନ୍ତ୍ରୀ କହିଛନ୍ତି, ବିକାଶ ସହ ସମାନ୍ତରାଳ ଭାବେ ହାତୀ ସୁରକ୍ଷା କାର୍ଯ୍ୟକ୍ରମ ବି ଚାଲିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଅପରପକ୍ଷେ, ଆସନ୍ତା ଡିସେମ୍ବର ମାସରେ ଦେଶରେ ନୂଆ ହାତୀ ଗଣନା ରିପୋର୍ଟ ଆସିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ୧୯ତମ ଷ୍ଟିୟରିଂ କମିଟି ବୈଠକ ପରେ କେନ୍ଦ୍ର ଜଙ୍ଗଲ ମହାନିର୍ଦ୍ଦେଶକ କହିଛନ୍ତି, ବିଦ୍ୟୁତ୍ ଆଘାତ, ବିଷକ୍ରିୟା, ଶିକାର ତଥା ଟ୍ରେନ୍ ଦୁର୍ଘଟଣା ଭଳି ୪ଟି କାରଣ ଯୋଗୁ ହାତୀ ମୃତ୍ୟୁ ବଢ଼ୁଛି । ନିକଟ ଅତୀତରେ ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ଅଧିକ ହେଉଥିବାରୁ ଏକ୍ଷେତ୍ରରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋରରୁ ଅତିକଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ ହାତୀ-ମଣିଷ ଲଢ଼େଇ ରୋକିବା ଲାଗି ହାତୀ କରିଡ଼ର ସଂରକ୍ଷଣ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ଦରକାର। ନଚେତ ଆଗକୁ ସ୍ଥିତି ଆହୁରି ବିଗିଡ଼ିଯିବ।

Advertisment

ଏସବୁ ଭିତରେ  କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦରଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଉପସ୍ଥିତିରେ ଦେଶରେ ଥିବା ହାତୀ କରିଡର ଓ ହାତୀ ଅଭୟାରଣ୍ୟ ସଂପର୍କରେ ପ୍ରକାଶିତ ଦୁଇଟି ପୁସ୍ତକର ଉନ୍ମୋଚନ କରାଯାଇଥିଲା। 

Elephant Deaths
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ