Advertisment

ବିଶ୍ୱ ପରିବାର ଦିବସରେ ଏକ ସୁନ୍ଦର ପରିବାରର କାହାଣୀ : ଗୋଟିଏ ଛାତ ତଳେ ରୁହନ୍ତି ୨୨ସଦସ୍ୟ

ବରଗଡ଼ କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର,ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ।

ଅଦ୍ୟତନ ହୋଇଛି
International Day

International Day

Advertisment

ସମସ୍ତେ ଏକାଠି ପ୍ରାର୍ଥନା କରନ୍ତି, ଏକାଠି ବସାଉଠା କରନ୍ତି । ଆଉ ଏକାଠି ଖିଆପିଆ କରନ୍ତି । ଘରର ୨୨ଜଣ ସଦସ୍ୟ ଏତେ ସୁନ୍ଦର ଢଙ୍ଗରେ ଚଳନ୍ତି ଯେ, ଯିଏ ଦେଖିବ ସିଏ କହିବ ଏ ଘରେ ସବୁଦିନ ଉତ୍ସବ ପାଳନ ହେଉଛି। ଆଜି ବିଶ୍ୱ ପରିବାର ଦିବସରେ ବରଗଡରୁ ଆସିଛି ଏମିତି ଏକ ଯୌଥ ପରିବାରର କାହାଣୀ, ଯେଉଁଠି ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ ।

Advertisment

ବରଗଡ଼ ଜିଲ୍ଲା କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର । ପତ୍ନୀ ମମତାଙ୍କ ସହ ୫ ଭାଇ, ୫ ବୋହୂ ପୁଅ ଝିଅ ନାତି ନାତୁଣି ସମସ୍ତଙ୍କୁ ମିଶାଇ ମୋଟ ୨୨ଜଣ ସଦସ୍ୟ ଏକାଠି ରହୁଛନ୍ତି। ମହିଳାମାନେ ରନ୍ଧାବଢ଼ା ଖିଆପିଆ ସାଙ୍ଗକୁ ଛୁଆପିଲାଙ୍କ କଥା ବୁଝିଲା ବେଳକୁ ପୁରୁଷମାନେ ଘରର ଆର୍ଥିକ ଦାୟିତ୍ୱ ତୁଲାଉଛନ୍ତି । ଯେତେ ବାଧାବିଘ୍ନ ମନମାଳିନ୍ୟ ହେଲେ ବି ସମସ୍ତେ କ୍ଷଣିକ ଭିତରେ ସବୁ ଭୁଲିଯାଆନ୍ତି , ପୁଣି ହସଖୁସିରେ ସଂସାର ଗଢନ୍ତି ।

ଏଠାରେ ଭଲ ପାଇବା ଅଛି, ଆଉ ଶାନ୍ତି ବି ଅଛି । ଆଉ ଯେଉଁଠି ସପରିବାର ଗୋଟିଏ ଛାତ ତଳେ ଏକାଠି ରହୁଛନ୍ତି ସେଠି ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସାଙ୍ଗକୁ ସ୍ନେହ ଶ୍ରଦ୍ଧାରେ ଘର ପୁରି ଉଠୁଛି । ଏହା ଏମିତି ଏକ ଘର ଯେଉଁଠି ଏକଲାପଣ ମାଡ଼ିବସେନି ବରଂ ଛୁଆପିଲାଙ୍କ କୋଳାହଳରେ ଘର ଫାଟିପଡ଼େ । ଏଠି ସମସ୍ତେ ଏକାଠି ପ୍ରାର୍ଥନା କରନ୍ତି, ଏକାଠି ଖାଆନ୍ତି, ଏକାଠି ରୁହନ୍ତି... ଆମ ଓଡ଼ିଶାର ସୁନ୍ଦର ଯୌଥ ପରିବାର ପରମ୍ପରାକୁ ପିଢିପିଢି ଧରି ଏ ପରିବାର ପାଳି ଆସୁଛନ୍ତି।

Advertisment

ଆଜି ହେଉଛି ବିଶ୍ୱ ପରିବାର ଦିବସ (International Family Day) । ୧୯୯୩ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ପରିବାର ଦିବସ ଭାବେ ପାଳନ କରାଯାଉଛି। ଦିନକୁ ଦିନ ଯୌଥ ପରିବାର ଛୋଟ ହୋଇ ଯାଉଥିବା ବେଳେ ନୂତନ ପିଢି, କକା ଖୁଡ଼ି, ପିଉସା ପିଉସୀ, ବଡ଼ବାପା ବଡମାଆ ଭଳି ଘରର ଅନ୍ୟ ସଦସ୍ୟଙ୍କ ଭୂମିକା ଜାଣି ପାରୁନାହାନ୍ତି। ଏଭଳି ସ୍ଥଳେ ବରଗଡର ଏ ପରିବାର ସଦସ୍ୟ କେତେ ଖୁସିବାସିରେ ଚଳୁଛନ୍ତି ତାହା ଦେଖିଲେ ସମସ୍ତେ ନିଜ ପୂର୍ବ ଦିନ କଥା ମନେପକାଇବେ ନିଶ୍ଚୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ