Advertisment

ମା’ ନୁହେଁ ତ ଦେବୀ ଟିଏ: ୯୦ ବର୍ଷରେ ଶଯ୍ୟାଶାୟୀ ସ୍ୱାମୀ ଓ ପୁଅର ଯତ୍ନ ନେଉଛନ୍ତି ଶୁଭଲକ୍ଷ୍ମୀ

୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି।

Odisha's D Subhalaxmi, an epitome of motherhood

Odisha's D Subhalaxmi, an epitome of motherhood

Advertisment

ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ, କହିବା ଆଗରୁ ଯିଏ ବୁଝିଯାଏ, କିଛି ନ କହି ଯେ ସବୁ କିଛି ସହିଯାଏ, ଦୁନିଆର ସବୁଠୁ ବଡ଼ ଯୋଦ୍ଧା...ସେ ମା’  କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ। ଏମିତି ଯେତେ ଅଳଙ୍କାର ଦେଲେ ବି ମା’ ପାଇଁ କମ୍ ପଡ଼ିବ। ଆଜି ମଦର୍ସ ଡେ’ ବା ମାତୃ ଦିବସ। କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ। ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ନିଜକୁ ସମର୍ପି ଦେଇଥାଏ ସେ ମା’ ତ୍ୟାଗ, ବଳିଦାନକୁ କେମିତି ବା ଭୁଲିବ ସନ୍ତାନ। 

Advertisment

ମା’ର ସ୍ନେହ, ଆଉ ତା ବଳିଦାନକୁ ସନ୍ତାନ ଭୁଲିବ ବା କେମିତି। ଆମେ ଆପଣଙ୍କୁ ଏମିତି ଜଣେ ମା’ଙ୍କ କାହାଣୀ କହିବା ଯିଏକି ୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରର ଡି.ଶୁଭଲକ୍ଷ୍ନୀ। ଗୋଟିଏପଟେ ରୋଗ ଶଯ୍ୟାରେ ୯୫ବର୍ଷ ବୟସ୍କ ସ୍ୱାମୀଙ୍କ ସେବା ତ ଅନ୍ୟପଟେ ପାରାଲିସିସ୍ ପୁଅର ଯତ୍ନ। ଦେବୀ ରୂପି ମା’ ନିଜ ସେବା, ସ୍ନେହ, ପ୍ରେମରୁ କାଣିଚାଏ ବି କାହା ପାଇଁ କମ୍ କରିବାକୁ ଦେଇନି। 

ଜୟପୁର ବ୍ରାହ୍ମଣି ଗାଁରେ ସ୍ୱାମୀ ଓ ୨ ପୁଅଙ୍କ ସହ ଶୁଭଲକ୍ଷ୍ମୀ ରୁହନ୍ତି। ପୂର୍ବରୁ ସ୍ୱାମୀ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବୟସାଧିକ କାରଣରୁ ସେ ଏବେ ଶଯ୍ୟାଶାୟୀ। ସେପଟେ ୩ ପୁଅରୁ ବଡ଼ ପୁଅ କ୍ୟାନସରରେ ପୀଡ଼ିତ ହୋଇ ପର ପାରିକୁ ଚାଲିଯାଇଛି। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଦୀର୍ଘ ୧୦ ବର୍ଷରୁ ଅଧିକ ଦିନ ହେଲାଣି ପାରାଲିସିସ୍‌ ରୋଗରେ ଆକ୍ରାନ୍ତ। ସାନ ପୁଅ ଦିନ ମଜୁରିଆ ଭାବେ ଯାହା ରୋଜଗାର କରି ଆଣେ ସେଥିରେ କଷ୍ଟେ ମଷ୍ଟେ ସଂସାର ଚାଲେ।   

Advertisment

ସେହିପରି ଆଉ ଜଣେ ମା’ଙ୍କ କାହାଣୀ ଆମେ କହିବା ଯିଏକି କୌଣସି ଯୋଦ୍ଧା ଠାରୁ କମ୍ ନୁହଁନ୍ତି। ୧୩ ବର୍ଷ ପୂର୍ବେ ବ୍ରେନ୍ ଟ୍ୟୁମରରେ ସ୍ୱାମୀ ପରପାରିକୁ ଚାଲିଗଲେ। ସେତେବେଳେ ଜନ୍ମ ନେଇଥିବା ଶିଶୁ ପୁତ୍ରକୁ ମାତ୍ର ୩ ବର୍ଷ ହୋଇଥିଲା। ସେବେଠାରୁ ଜୀବନ ଯୁଦ୍ଧରେ ପ୍ରତି ସେକେଣ୍ଡରେ ସଂଘର୍ଷ କରି ପେଟ ପାଇଁ ଦାନା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବିଦ୍ୟାଧରପୁରର କଳ୍ପନା ମାହାର୍ଣ୍ଣା। ଅର୍ଥାଭାବ ମଧ୍ୟରେ କେବେ ବି ସେ ସାହସ ହରାଇ ନାହାନ୍ତି। ବରଂ ଆଗକୁ ପାଦ ବଢ଼ାଇ ବାଟ ଚାଲିଛନ୍ତି। ପୁଅକୁ ୧୬ ବର୍ଷ ହେଲାଣି। ଏବେ ସେ ଆଇଟିଆଇରେ ତାଲିମ ନେଉଛି। ପୁଅକୁ ମଣିଷ ପରି ମଣିଷ ଭଳି ଗଢ଼ିବାକୁ ଏବେ ବି ଜୀବନ ଯୁଦ୍ଧରେ କଳ୍ପନା ଏକାକି ଲଢୁଛନ୍ତି। 

(ଜୟପୁରରୁ ଟି ଗୌରୀଶଙ୍କର ଏବଂ ବାଲେଶ୍ୱରରୁ ରଣଜୀତ ପାକଳଙ୍କ ରିପୋର୍ଟ) 

Mother's Day Mother’s Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ