Advertisment

ଆଦିବାସୀଙ୍କ ନିଆରା ଜାନ୍ତାଳ ପର୍ବ : ଅମଳ ପରେ ଇଷ୍ଟଦେବଙ୍କ ନିକଟରେ ଅର୍ପଣ ହୁଏ ଫସଲ

ମୟୂରଭଞ୍ଜ ଜାମଦା କଇଁପୁର ଗାଁର ପ୍ରାଚୀନ ପରମ୍ପରା

ଅଦ୍ୟତନ ହୋଇଛି
Mayurbhanj Famous Jantala Festival

Special story

Advertisment

ନୂଆ ଫସଲ ଅମଳ ପରେ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ଆମର ବହୁ ପ୍ରାଚୀନ କାଳରୁ ଚାଲି ଆସିଛି । ବିଶେଷ କରି ଆଦିବାସୀ ସମାଜରେ ବେଶ ଭକ୍ତି ଓ ଆନନ୍ଦ ସହ ଏଭଳି ଅନେକ ପର୍ବ ପାଳନର ନଜିର ରହିଛି । ଏଭଳି ଏକ ପର୍ବ ହେଉଛି ମୟୂରଭଞ୍ଜ ଜିଲ୍ଲା ଜାମଦା କଇଁପୁର ଗାଁରେ ପାଳନ କରଯାଉଥିବା ଜାନ୍ତାଳ ପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଏକାଦଶୀରେ ଆରମ୍ଭ ହେଉଥିବା ଏହି ପର୍ବ ଦେଖିବାକୁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Advertisment

ବଣ ଜଙ୍ଗଲ ଘେରା ପାହାଡ ମଝିରେ ମନୋରମ ପ୍ରାକୃତିକ ପରିବେଷ୍ଟନୀରେ ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଗାଁରେ ଅଛି ପ୍ରସିଦ୍ଧ ଶୈବପୀଠ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଏକାଦଶୀ ଠାରୁ ତିନି ଦିନ ଧରି ଚଳଚଞ୍ଚଳ ହୋଇଉଠେ ବାବା ଶ୍ରୀନରସିଂହ ଠାକୁରଙ୍କ ପୀଠ । ଆଦିବାସୀମାନଙ୍କ ଏହା ପବିତ୍ର ଧର୍ମସ୍ଥଳୀ । ନୂଆ ଅମଳ ପରେ ଇଷ୍ଟ ଦେବଙ୍କ ନିକଟରେ ଅର୍ପଣ ସହ ଆରମ୍ଭ ହୋଇଥାଏ ଜାନ୍ତାଳ ପର୍ବ। ଭକ୍ତି ଓ ଭାବରେ ଭରପୂର ଏହି ଉତ୍ସବ। ପ୍ରଥମ ଦିନ ଦେହୁରୀ ବା ପୂଜକଙ୍କ ଦ୍ୱାରା କେବଳ ପୁରୁଷ ମାନେ ପୂଜା କରିଥିବାବେଳେ ଦିତୀୟ ଦିନ ଉଭୟ ପୁରୁଷ ଓ ମହିଳା ମାନେ ପୂଜା କରନ୍ତି ।

ନରସିଂହ ଠାକୁରଙ୍କୁ ଆସ୍ଥା ଓ ବିଶ୍ୱାସର ଦେବତା ବୋଲି ମାନୁଥିବାରୁ ଏଠାରେ ମାନସିକଧାରୀଙ୍କ ଭିଡ ଲାଗିଥାଏ। ନରସିଂହ ଠାକୁରଙ୍କ ସାନିଧ୍ୟ ପାଇଁ କମ କଷ୍ଟ କରିବାକୁ ପଡିନଥାଏ । ଶ୍ରଦ୍ଧାଳୁମାନଙ୍କ ପାଇଁ ଆଦିବାସୀ ମାନଙ୍କ ଏହି ପୂଜାସ୍ଥଳୀରେ ଏବେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ବର୍ତ୍ତମାନ ଭକ୍ତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗତ କିଛି ବର୍ଷ ଧରି ଓଡିଶା ସମେତ ଝାରଖଣ୍ଡ, ଓ ପଶ୍ଚିମବଙ୍ଗରୁ ବି ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Advertisment

(ରିପୋର୍ଟ- ରାଜେଶ କୁମାର ଶର୍ମା, ରାଇରଙ୍ଗପୁର)

Jantala Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ