Advertisment

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଶେଷ ଦିନ

ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ । ପିଣ୍ଡଦାନ ପାଇଁ ପବିତ୍ର ସ୍ଥାନଗୁଡ଼ିକରେ ଭିଡ଼ ।

ଅଦ୍ୟତନ ହୋଇଛି
Mahalaya

Mahalaya

Advertisment

ଆଜି ହେଉଛି ପବିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ। ମହାଳୟାରେ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି । ...

Advertisment

ସେପଟେ ମହାଳୟାରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଥାଏ । କେବଳ ବର୍ଷକରେ ଗୋଟିଏ ଥର ଆଜିର ଦିନରେ ସମଲେଶ୍ୱରୀ ଏହି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦିନ ମାଆଙ୍କୁ ଶଙ୍ଖ, ଗୋପୀ ତିଳକରେ ମାଆଙ୍କୁ ଧଳା ପ୍ରଲେପ ଦିଆଯାଇଥାଏ । ଏଥି ସହିତ ଧଳା ରଙ୍ଗର ଫୁଲ ମାଆଙ୍କୁ ଅର୍ପଣ କରାଯାଏ। ସମଲେଶ୍ବରୀଙ୍କ ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଇଥାଏ । ପବିତ୍ର ଗଙ୍ଗା ଦେଖିନଥିବା ବ୍ୟକ୍ତି ପିତୃପକ୍ଷରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ଅଛି ।

ମହାଳୟାର ଇତିହାସ:

ପୁରାଣରେ କୁହାଯାଇଛି ଯେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ସୃଷ୍ଟି କରିଥିଲେ। ମହିଷାସୁରକୁ ବରଦାନ ମିଳିଥିଲାଯେ, ଦେବୀ ଦେବତା ସମେତ କେହି ବି ତା’ର ବିନାଶ କରିପାରିବେ ନାହିଁ। ଦେବୀ ଦୁର୍ଗାଙ୍କ ସୃଷ୍ଟିକର୍ତ୍ତାମାନେ ତାଙ୍କୁ ମହିଷାସୁର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନେକ ଅସ୍ତ୍ରଶସ୍ତ୍ର ଦେଇଥିଲେ। ମୌଳିକ ଭାବରେ ମହାଳୟା ଦେବୀ ହେଉଛନ୍ତି ଦୁର୍ଗାଙ୍କ ପ୍ରତୀକ। ଦେବୀ ଦୁର୍ଗାଙ୍କୁ ପରମ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ।

Advertisment

କ’ଣ କୁହେ କିମ୍ବଦନ୍ତୀ :

ମହାଳୟା ଅମାବାସ୍ୟା ସହିତ ଜଡିତ କିମ୍ବଦନ୍ତୀ ଜଟିଳ ଏବଂ ବିବିଧ। ତେବେ ମୂଳ ବିଚାର ଅନୁଯାୟୀ ତିନି ପିଢି ପର୍ଯ୍ୟନ୍ତ ପିତୃପୁରୁଷମାନେ ତୁରନ୍ତ ସ୍ୱର୍ଗକୁ ଯାଇପାରନ୍ତି ନାହିଁ। ଫଳରେ ସେମାନେ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଅବସ୍ଥିତ ଏକ ମଧ୍ୟବର୍ତ୍ତୀ କ୍ଷେତ୍ରରେ ବାସ କରନ୍ତି। ଏହି ମଧ୍ୟବର୍ତ୍ତୀ କ୍ଷେତ୍ରକୁ ' ପିତୃଲୋକ' କୁହାଯାଏ। ବିଶ୍ୱାସ କରାଯାଏ ଯେ ପ୍ରତିବର୍ଷ ଏହି ମହାଳୟାରେ ପିତୃପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଘରକୁ ଆସନ୍ତି ଏବଂ ତା’ପରେ ସ୍ୱର୍ଗ ଆଡକୁ ଯାଆନ୍ତି।

Mahalaya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ