Advertisment

Saraswati Puja: କିଏ ଓ କିପରି ସୃଷ୍ଟିକଲେ ଦେବୀ ସରସ୍ୱତୀଙ୍କୁ; କ’ଣ ଥିଲା ଉଦ୍ଦେଶ୍ୟ

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ସବୁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ମଧ୍ୟ ମା’ଙ୍କ ପୂଜାକୁ ଧୂମଧାମରେ ପାଳନ କରିବା ନେଇ ବ୍ୟସ୍ତ। ଏହି ଅବସରରେ ଆସନ୍ତୁ ଜାଣିନେବା କେବେ ଓ କିପରି ହୋଇଥିଲା ମା’ଙ୍କର ଜନ୍ମ।

ଅଦ୍ୟତନ ହୋଇଛି
Who is Father of Goddess Saraswati?

Maa Saraswati puja and related story

Advertisment

ବିଦ୍ୟା, ସଙ୍ଗୀତ ଏବଂ କଳାର ଦେବୀ ସରସ୍ୱତୀଙ୍କୁ ପୂଜା କରିବା ପାଇଁ ବସନ୍ତ ପଞ୍ଚମୀଙ୍କୁ ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ମା’ ସରସ୍ୱତୀ ଜନ୍ମ ହୋଇଥିଲେ। ବସନ୍ତ ପଞ୍ଚମୀ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର  ପଞ୍ଚମୀ ତିଥିରେ ପଡେ।

Advertisment

ବିଶ୍ୱାସ ଅନୁଯାୟୀ ଏହିଦିନ ନୀତି ନିୟମରେ ମା’ ସରସ୍ୱତୀଙ୍କୁ ପୂଜା କରୁଥିବା ଛାତ୍ର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଆନ୍ତି। ତେବେ ଆଜି ସରସ୍ୱତୀ ପୂଜାରେ ମା’ଙ୍କୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିନେବା।

ପୁରାଣରେ କୁହାଯାଇଛି ଯେ ଦିନେ ଜଗତର ସୃଷ୍ଟିକର୍ତ୍ତା ବ୍ରହ୍ମା ଏକ ଭ୍ରମଣରେ ଯାଇ ଦେଖିଲେ ସମଗ୍ର ବ୍ରହ୍ମାଣ୍ଡ ତାଙ୍କୁ ମୁକ ଭଳି ଲାଗିଲା। ଚାରିଆଡେ ଏକ ଅଜବ ପ୍ରକାର ନୀରବତା ଥିଲା। ଏହା ଦେଖି ସେ ବ୍ରହ୍ମାଣ୍ଡର ସୃଷ୍ଟିରେ କିଛି ଅଭାବ ଅନୁଭବ କଲେ।

Advertisment

ସରସ୍ୱତୀଙ୍କ ଆବିର୍ଭାବ:

ଭ୍ରମଣ ସମୟରେ ବ୍ରହ୍ମା ଏକ ସ୍ଥାନରେ ଅଟକି ଯାଇ ତାଙ୍କ କମଣ୍ଡଳରୁ କିଛି ପାଣି ଛିଞ୍ଚିଦେଲେ, ସେତେବେଳେ ଏକ ମହାନ ଜ୍ୟୋତିପୁଞ୍ଜରୁ ଜଣେ ଦେବୀଙ୍କ ଆବିର୍ଭାବ ହେଲା। ସେଥିଲେ ମା’ ସରସ୍ୱତୀ। ମା’ଙ୍କ ହାତରେ ଥିଲା ବୀଣା ଆଉ ମୁହଁରେ ଚମତ୍କାର ଉଜ୍ଜ୍ୱଳତା। ସେ ବ୍ରହ୍ମାଙ୍କୁ ପ୍ରଣାମ କଲେ। ତାଙ୍କୁ ବ୍ରହ୍ମାଙ୍କ ଝିଅ କୁହାଗଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଅଛି ଏମିତି ଜାଗା, ଯେଉଁଠି ସବୁଦିନ ହୁଏ ସରସ୍ୱତୀ ପୂଜା

ଜୀବଙ୍କୁ ମିଳିଲା ସ୍ୱର:

ମା’ ସରସ୍ୱତୀଙ୍କ ଆବିର୍ଭାବ ପରେ ବ୍ରହ୍ମା ତାଙ୍କୁ କହିଲେ ଯେ ଏହି ବ୍ରହ୍ମାଣ୍ଡର ସମସ୍ତ ଜୀବ ମୂକ ଅଟନ୍ତି। ସେମାନେ କେବଳ ଚାଲବୁଲ କରୁଛନ୍ତି। ସେମାନଙ୍କର ପରସ୍ପର ସହିତ ଯୋଗାଯୋଗ କରିବାର କ୍ଷମତା ନାହିଁ। ତୁମେ ତୁମର ବୀଣାର ଝଙ୍କାରରେ ଦୁନିଆକୁ ଧ୍ୱନି ଯୋଗାଇବାକୁ ପଡିବ, ଯାହାଫଳରେ ସମସ୍ତେ ପରସ୍ପର ସହ ଯୋଗାଯୋଗ କରିପାରିବେ। ପରସ୍ପରର ଦୁଃଖ ଓ ଯନ୍ତ୍ରଣାକୁ ବାଣ୍ଟିପାରିବେ ଓ ସ୍ନେହ-ପ୍ରେମ ଦେଇପାରିବେ। ତାଙ୍କ ଆଦେଶ ପାଳନ କରି ମା’ ସରସ୍ୱତୀ ସମସ୍ତ ଜୀବଙ୍କୁ ସ୍ୱର ଦେଲେ।

Advertisment

ଦେବତା ଏବଂ ଅସୁର ସମସ୍ତେ ପୂଜା କରନ୍ତି:

ସମଗ୍ର ବିଶ୍ୱକୁ ସ୍ୱର ଦେଇଥିବା ମା’ ସରସ୍ୱତୀଙ୍କୁ ଉଭୟ ଦେବତା ଓ ଅସୁରମାନେ ପୂଜା କରନ୍ତି। ଏହିଦିନ ଲୋକମାନେ ନିଜ ଘରେ ମା’ଙ୍କର ମୂର୍ତ୍ତି ସ୍ଥାପନ କରନ୍ତି। ସରସ୍ୱତୀ ପୂଜନ ଅନେକ ବିଦ୍ୟାଳୟ, କଲେଜ, ସମାଜ ଏବଂ ଅନୁଷ୍ଠାନରେ ମଧ୍ୟ ସଂଗଠିତ ହୋଇଥାଏ।

କିପରି କରିବେ ମା’ଙ୍କ ପୂଜା:

  • ସର୍ବପ୍ରଥମେ ଖଟୁଲିରେ ହଳଦିଆ କପଡା ପକେଇ ମା’ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ କରନ୍ତୁ
  • ଏହା ପରେ ଦେବୀଙ୍କୁ ରୀତିନୀତି ଅନୁସାରେ ସ୍ନାନ କରାନ୍ତୁ
  • ଏହା ପରେ ଧଳା ଫୁଲ ଏବଂ ଫୁଲମାଳ ଅର୍ପଣ କରନ୍ତୁ
  • ମା’ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଅନ୍ୟାନ୍ୟ ଶୁଙ୍ଗାର ସାମଗ୍ରୀ ମଧ୍ୟ ପ୍ରଦାନ କରନ୍ତୁ
  • ମା’ଙ୍କ ପାଦରେ ଅଳତା ଲଗାନ୍ତୁ ଏବଂ ଧଳା ପୋଷାକ ପିନ୍ଧାନ୍ତୁ

କିପରି କରିବେ ଭୋଗ:

  • ଦେବୀ ସରସ୍ୱତୀଙ୍କୁ ପୂଜା ବେଳେ ହଳଦିଆ ଫଳ ଦିଅନ୍ତୁ
  • ହଳଦିଆ ମିଠା ଭାତ ମଧ୍ୟ ଦେଇପାରିବେ
  • ହଳଦିଆ ବୁନ୍ଦି ମଧ୍ୟ ମା’ଙ୍କୁ ଦିଆଯାଇପାରେ
  • ଏହା ବ୍ୟତୀତ ସନ୍ଧ୍ୟାରେ ମା’ଙ୍କୁ ଖିରି ଅର୍ପଣ କରିବା ଉଚିତ
  • ମା’ଙ୍କ ପ୍ରସାଦକୁ ଆଖପାଖ ଲୋକଙ୍କୁ ବଣ୍ଟନ କରନ୍ତୁ
Saraswati Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ