Lala Lajpat Rai Birthday: ବ୍ରିଟିଶଙ୍କୁ ଦେଶ ଛାଡିବାର ପ୍ରଥମ ସ୍ଲୋଗାନ ଦେଇଥିଲେ ପଞ୍ଜାବ କେଶରୀ

ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେତେବେଳେ ସାଇମନ୍ କମିଶନ ଭାରତ ଆସିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳିଥିଲା। ସେତେବେଳେ ଲାଲା ଲଜପତ ରାୟ ଲାହୋରରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ

ବ୍ରିଟିଶଙ୍କୁ ଦେଶ ଛାଡିବାର ପ୍ରଥମ ସ୍ଲୋଗାନ ଦେଇଥିଲେ ପଞ୍ଜାବ କେଶରୀ

ଦେଶର ସମ୍ମାନ ଓ ଗୌରବ ରକ୍ଷା କରିବା ପାଇଁ ପଞ୍ଜାବର ମାଟିରେ ଅନେକ ବୀର ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଲାଲା ଲଜପତ ରାୟ ଜଣେ। ସେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୮୬୫ ମସିହାରେ ୨୮ ଜାନୁୟାରୀରେ ମୋଗା ଜିଲ୍ଲାର ଧୁଡିକିରେ ତାଙ୍କ ମାମୁଁ ଘରେ ଜନ୍ମ ହୋଇଥିବା ଲାଲା ଲଜପତ ରାୟ ଅନେକ ପ୍ରମୁଖ ଆନ୍ଦୋଳନରେ ଭାଗ ନେଇଥିଲେ।

ସାଇମନ୍ କମିଶନଙ୍କ ବିରୋଧରେ ତାଙ୍କର ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେତେବେଳେ ୦୩ ଫେବୃଆରୀ ୧୯୨୮ରେ ସାଇମନ୍ କମିଶନ ଭାରତ ଆସିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳିଥିଲା।

ସେତେବେଳେ ଲାଲା ଲଜପତ ରାୟ ଲାହୋରରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବ୍ରିଟିଶ ସରକାର ତାଙ୍କ ଆନ୍ଦୋଳନ ଦ୍ୱାରା କମ୍ପିତ ହୋଇଥିଲା। ଇଂରେଜମାନେ ବିଦ୍ରୋହୀଙ୍କ ଉପରେ ଲାଠି ଚାର୍ଜ କରିଥିଲେ। ଏହା ବିରୋଧରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ୧୭ ନଭେମ୍ବର ୧୯୨୮ରେ ଶହୀଦ ହୋଇଥିଲେ।

ବହୁତ କମ ଲୋକ ଜାଣିଥିବେ ଯେ ବ୍ରିଟିଶଙ୍କୁ ଦେଶ ଛାଡିବାର ସ୍ଲୋଗାନ ପ୍ରଥମେ ଲାଲା ଲଜପତ ରାୟ ହିଁ ଦେଇଥିଲେ। ସାଇମନ୍ କମିଶନଙ୍କୁ ବିରୋଧ କରୁଥିବାବେଳେ ସେ ଏହି ସ୍ଲୋଗାନ ଦେଇଥିଲେ। ଲାଲା ଲଜପତ ରାୟ ତାଙ୍କର ଶେଷ ଭାଷଣରେ କହିଥିଲେ, “ମୋ ଦେହରେ ଲାଗିଥିବା ପ୍ରତ୍ୟେକ କ୍ଷତ ବ୍ରିଟିଶ ସାମ୍ରାଜ୍ୟ କଫିନ୍‌ର ନଖ ହୋଇଯିବ।” ପରେ ତାଙ୍କ କଥା ସଠିକ୍ ପ୍ରମାଣିତ ହେଲା। ଏହା ପରେ ବ୍ରିଟିଶ ସରକାରଙ୍କ ଓଲଟା ଗଣନା ଆରମ୍ଭ ହୋଇଗଲା।

ଏହି ବୀର ପୁରୁଷଙ୍କ ବିଷୟରେ ଅନେକ ରୋଚକ କଥା ଅଛି ଯାହା ପ୍ରାୟ ଜାଣି ନଥିବେ। ତେବେ ଆସନ୍ତୁ ଏମିତି ୭ଟି କଥା ଉପରେ ନଜର ପକେଇ ନେବା।